Advertisment

ବଢ଼ିଲା କେଜରିୱାଲଙ୍କ ରିମାଣ୍ଡ ଅବଧି...

କୋର୍ଟ ମାତ୍ର ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଦୁର୍ନୀତି ସଂପର୍କରେ ଖୋଳତାଡ଼ ଚଳାଇଥିଲା।

author-image
Satyendu Shekher Mishra
Arvind Kejriwal

Arvind Kejriwal

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଏପ୍ରିଲ ୧ ଯାଏଁ ବଢ଼ିଲା କେଜରିୱାଲଙ୍କ ରିମାଣ୍ଡ ଅବଧି। ଆଉ ୪ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି କୋର୍ଟ। ଫଳରେ ଏପ୍ରିଲ ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆଉ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି। 

Advertisment

ତେବେ କୋର୍ଟ ମାତ୍ର ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଦୁର୍ନୀତି ସଂପର୍କରେ ଖୋଳତାଡ଼ ଚଳାଇଥିଲା। ପ୍ରଥମ ପର୍ଯଅୟାୟ ରିମାଣ୍ଡର ଆଜି ଶେଷ ଦିନ ଥିବା ବେଳେ କେଜରିୱାଲଙ୍କୁ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ କେଜରିୱାଲ କହିଛନ୍ତି ମୋତେ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି। ଜନତା ଏହାର ଉଚିତ ଜବାବ ଦେବେ।

ଅନ୍ୟପଟେ କେଜରିୱାଲଙ୍କୁ ହାଇକୋର୍ଟରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଲାଗି ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ କେଜରିୱାଲ ଇସ୍ତଫା ଦେବା ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା।

Advertisment

Arvind Kejriwal
Advertisment
Advertisment