ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜିଠୁ ରାମଲଲ୍ଲାଙ୍କୁ ଏଭଳି ପରିଧାନରେ ଦେଖିବାକୁ ମିଳିବ।
ଭାରି ବରଫପାତ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଛି । ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ମଧ୍ୟ ବନ୍ଦ ରହିଛି ।
୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।
ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।
ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।
ଟିକସ ଫାଙ୍କିବା ଅଭିଯୋଗରେ କଲେଜ ଛାତ୍ରଙ୍କୁ ନୋଟିସ । ଚାକିରି ନଥିବା ବେଳେ ଟିକସ ପାଇଁ କିପରି ନୋଟିସ ଆସିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି ଛାତ୍ରଜଣକ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ।
ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି।
ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା ।
ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର ହେବ । ଉତ୍ତରପ୍ରଦେଶର ଗାଜିପୁରରେ ତାଙ୍କର ଅନ୍ତିମ ସଂସ୍କାର ହେବ ।
୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ଉଦ୍ଧାର ହେଲେ ୨୩ ପାକିସ୍ତାନୀ ନାଗରିକ । ଆରବ ସାଗରରେ ଇରାନର ଫିସିଂ ଭେସଲ ଅପହରଣ ପରେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା ।
୧୫-୨୯ ବର୍ଷ ବୟସରେ ବେକାରୀ ହାର ୨୦୦୦ ମସିହାରେ ୮୮.୬ ପ୍ରତିଶତ ଥିବାବେଳେ ୨୦୨୨ ବେଳକୁ ଏହା ହ୍ରାସ ପାଇ ୮୨.୯ ପ୍ରତିଶତ ହୋଇଛି।
ବେଙ୍ଗାଲୁରୁର ପିଜିରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୨୪ଟି ଲାପଟପ୍ ଚୋରି ଅଭିଯୋଗରେ ୨୬ ବର୍ଷ ବୟସ୍କ ଜଣେ ପୂର୍ବତନ IT କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍।
ଏହାରି ମଧ୍ୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଜଣ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଙ୍କ ଗାଡ଼ିକୁ ରାସ୍ତା ମଝିରେ ପାର୍କିଂ କରି ଭିଡିଓ କରୁଛନ୍ତି।
ଭାଗବତ ଦାସ ବ୍ରହ୍ମଚାରୀ । ବୟସ ବେଶି ନୁହେଁ, ଏଇ ମାତ୍ର ୪ ବର୍ଷ । ହେଲେ ଏବେ ସବୁଠି ସେ ପରିଚିତ । ଏକ ଘରୋଇ ଟଭି ଚ୍ୟାନେଲର ରିଆଲିଟି ସୋ’ରୁ ଦର୍ଶକଙ୍କ ନଜରକୁ ଆସିଥିବା ଭାଗବତ ଏବେ ସବୁଠି ଚର୍ଚ୍ଚାରେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟସ୍ଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲ୍ ଗେଟସ୍।
ଛାଡ଼ପତ୍ର ପରେ ସ୍ତ୍ରୀର ପରକୀୟା ସମ୍ପର୍କ ଥିଲେ ଦେବାକୁ ପଡ଼ିବନି ଭରଣପୋଷଣ ଟଙ୍କା। ଏକ ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପ୍ରକାଶ ଚନ୍ଦ୍ର ଗୁପ୍ତା।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୮,୩୧୦ ଟଙ୍କା ହୋଇଛି।
ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଛି। ଏହାରି ଭିତରେ ଉଦ୍ଧାରକାରୀ ଟିମ୍ ସମସ୍ତ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି।
ଗତ ୧୩ରେ ଅନସାରୀଙ୍କୁ ଆଜୀବନ ସଜା ଶୁଣାଇଥିଲେ କୋର୍ଟ । ମିଥ୍ୟା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଦଣ୍ଡାଦେଶ ହୋଇଥିଲା ।
ହାଲ୍ ନିର୍ମିତ ସ୍ୱଦେଶୀ ଫାଇଟର ଜେଟ୍ LCA ତେଜସ୍ ମାର୍କ-1A । ରହିଛି ଅତ୍ୟାଧୁନିକ ରାଡାର୍, ଜାମର୍ ଓ ମିଜାଇଲ୍ ।
କୋର୍ଟ ମାତ୍ର ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇ ଦୁର୍ନୀତି ସଂପର୍କରେ ଖୋଳତାଡ଼ ଚଳାଇଥିଲା।
ଗରମରୁ ରକ୍ଷା ପାଇବା ପାଇଁ ଏପରି ଉପାୟ ବର୍ତ୍ତମାନ ଲୋକପ୍ରିୟ ହେବାରେ ଲାଗିଛି । ଭିଡିଓରେ ଦେଖା ଯାଉଛି ଯେ, ଅଟୋ ଚାଳକ ଜଣକ ନିଜ ଅଟୋରେ ପାଇପ ଲଗାଇଛନ୍ତି । ପାଇପର ଗୋଟିଏ ପାର୍ଶ୍ୱ ବାହାରକୁ ଥିବା ବେଳେ ଅନ୍ୟପାର୍ଶ୍ୱଟି ଡ୍ରାଇଭର ସିଟ ଆଡ଼କୁ ରହିଛି ।
ତେଲେଙ୍ଗାନାର ୨୫ ବର୍ଷୀୟ ଯବାନ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି। ତାଙ୍କୁ ତୁରନ୍ତ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭନିଶ ବାଜପାଇଙ୍କ ସାହସିକତାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ଅତିରିକ୍ତ ସୂଚନା ନିର୍ଦ୍ଦେଶାଳୟ ଜେନେରାଲ୍ ଅଫ୍ ପବ୍ଲିକ୍ ଇନଫର୍ମେସନ୍(ADG PI) ପକ୍ଷରୁ ଭାରତୀୟ ସେନାର ସାହସିକତାର ଚିତାକର୍ଷକ ଚିତ୍ର ଏକ୍ସରେ ସେୟାର କରାଯାଇଛି।