/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714459761.jpg)
Chhattisgarh encounter
ପୁଣି ଅଶାନ୍ତ ମାଲକାନଗିରି ଛତିଶଗଡ ସୀମାନ୍ତ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଥମୁନି ମାଓ ଉପଦ୍ରବ। ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ପୁଣି ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ନିହତ ହୋଇଛନ୍ତି ୪ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଆବୁଝାମାଡ଼ ଜଙ୍ଗଲରେ ଗୁଳି ବିନିମୟ ବେଳେ ମାଓବାଦୀଙ୍କ ମୃତ୍ୟୁ ହୋଇଛି।
ପୋଲିସ ଗୁଳିରେ ଚାରି ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଆବୁଝାମାଡ଼ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଗୁଇନ୍ଦା ବିଭାଗ ଏନେଇ ଖବର ଦେବାପରେ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ୍। DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।
ଏନକାଣ୍ଟର ପରେ ଘଟଣାସ୍ଥଳ ଛାଡି ମାଓବାଦୀମାନେ ଚମ୍ପଟ୍ ମାରିଛନ୍ତି । ତେବେ ଏହି ଏନ୍କାଉଣ୍ଟରରେ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଏତେ ବଡ଼ ଏନ୍କାଉଣ୍ଟର ପରେ ଆକ୍ସନକୁ ଆସିଛନ୍ତି ସୁରକ୍ଷାକର୍ମୀ । ଯବାନଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)