Advertisment

ବୋଲେରୋ-ପିକ୍ଅପ୍ ମୁହାଁମୁହିଁ ଧକ୍କା; ଚାଲିଗଲା ୮ଜୀବନ

ବିଳମ୍ୱିତ ରାତି ପ୍ରାୟ ୧୨ଟାରେ ତିରାୟାରୁ ଗାଁକୁ ଫେରୁଥିବାବେଳେ ଜାତୀୟ ରାଜପଥ ୩୦ କାଠିଆ ନିକଟରେ ପିକଅପ୍ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Chhattisgarh Road Mishap

Chhattisgarh Accident

ଛତିଶଗଡର ବେମେତରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୋଲେରୋ ଓ ପିକଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ମହିଳା ଥିବା ବେଳେ ୩ଜଣ ଶିଶୁ ଅଛନ୍ତି।ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଧିକାଂଶ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ବେମେତରା ସିଟି କୋଟୱାଲି ଅଞ୍ଚଳ ଅନ୍ତର୍ଗତ ତିରାୟା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଁ ଲୋକ ପାଥରା ଗ୍ରାମରୁ ତିରାୟା ଜନ୍ମୋତ୍ସବ (ଛଟ୍ଟି) କାର୍ଯ୍ୟକ୍ରମକୁ ଯାଇଥିଲେ। ବିଳମ୍ୱିତ ରାତି ପ୍ରାୟ ୧୨ଟାରେ ତିରାୟାରୁ ଗାଁକୁ ଫେରୁଥିବାବେଳେ ଜାତୀୟ ରାଜପଥ ୩୦ କାଠିଆ ନିକଟରେ ପିକଅପ୍ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହତମାନଙ୍କୁ ବେମେତରା ଜିଲ୍ଲା ଚିକିତ୍ସାଳୟ ଏବଂ ନିକଟସ୍ଥ ସିଙ୍ଗର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଚାରିଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢ଼ନ୍ତୁ: NH 55 ପଞ୍ଚମହଲାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ

Advertisment

ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ତିନି ଜଣ ଶିଶୁ ଅଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବେମେତରା କଲେକ୍ଟର ରଣବୀର ଶର୍ମା ଏବଂ ଏସପି ରାମକୃଷ୍ଣ ସାହୁ ବିଳମ୍ବିତ ରାତିରେ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲେ। ସ୍ଥାନୀୟ ବିଧାୟକ ଦୀପେଶ ସାହୁ ମଧ୍ୟ ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚରାଉଚରା କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Road Mishap Road Accident Accident
Advertisment
Advertisment