/odishatv-khabar/media/post_attachments/uploadimage/library/16_9/16_9_0/Marriage_1714374157.jpg)
Marriage
ବର୍ତ୍ତମାନର ଦୁନିଆରେ ମହିଳାମାନେ ଅନେକ କାମ କରୁଛନ୍ତି । ଅନେକ କ୍ଷେତ୍ରରେ ମହିଳାମାନେ ସଫଳ ହେଲେଣି । କେବଳ ଘରକାମରେ ନୁହେଁ, ବାହାର କାମରେ ମଧ୍ୟ ମହିଳାଙ୍କର ଚର୍ଚ୍ଚା ହେଲାଣି । ସେମାନେ ଆଉ ଘରେ ବସି ରହୁନାହାନ୍ତି । ନିଜେ ସଫଳ ହେବା ସହ ଆତ୍ମନିର୍ଭରଶୀଳ ହୋଇ ପରିବାର ଚଲାଉଛନ୍ତି । ଏକବିଂଶ ଶତାବ୍ଦୀରେ ମହିଳା ସଶକ୍ତିକରଣ ଉଚ୍ଚସ୍ତର ଛୁଇଁଛି ।
ଏପରି ପରିସ୍ଥିତିରେ ଶିକ୍ଷିତ ତଥା ବୃତ୍ତିଗତ ଭାବରେ ସଫଳ ମହିଳାଙ୍କୁ ଏକ ବଡ଼ ବିପଦ ବା ବିଗ୍ ରେଡ୍ ଫ୍ଲାଗ୍ ବୋଲି କହିଛନ୍ତି ସୁରଟର ଜଣେ ଅର୍ଥନୈତିକ ବିଶେଷଜ୍ଞ । ଏପରି କହିବା ପରେ ସେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି । ବ୍ୟକ୍ତିଜଣକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ X ରେ ଲେଖିଛନ୍ତି, ଉଚ୍ଚଶିକ୍ଷିତା କାର୍ଯ୍ୟରତ ମହିଳାଙ୍କୁ ବିବାହ କରିବା ସବୁଠାରୁ ଖରାପ ନିଷ୍ପତ୍ତି ।
Marrying highly educated working women will be one of the worst decision u will ever make in your life.
Big red flag
— Vijay Marathe (@Fintech00) April 27, 2024
ଏହା ଏକ ବିରାଟ ବଡ଼ ବିପଦ । ଆର୍ଥିକ କ୍ଷେତ୍ର ଷ୍ଟକ୍ ମାର୍କେଟର ବିଶେଷଜ୍ଞ ବିଜୟ ମରାଠା କହିଛନ୍ତି ଯେ ଏଭଳି ମହିଳା ଜଣେ “ବଡ ନାଲି ପତାକା” ଅର୍ଥାତ୍ ବଡ଼ ବିପଦ । ଏପରି ବିବାଦୀୟ ମନ୍ତବ୍ୟ ଦେବା ପରେ ଏହା Xରେ ଖୁବଶୀଘ୍ର ଭାଇରାଲ ହୋଇଯାଇଥିଲା । ଏହା ସହ ଏପରି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଗତ ଶନିବାର ଦିନ ବିଜୟ X ରେ ପୋଷ୍ଟ କରିଛନ୍ତି, "ଉଚ୍ଚଶିକ୍ଷିତା କାର୍ଯ୍ୟରତା ମହିଳାଙ୍କୁ ବିବାହ କରିବା ତୁମ ଜୀବନରେ ସବୁଠାରୁ ଖରାପ ନିଷ୍ପତ୍ତି ହେବ । ବଡ ନାଲି ପତାକା ।" ଏହି ପୋଷ୍ଟକୁ ଦେଖିଥିବା ଅନେକ ଉପଭୋକ୍ତା ଏପରି ମତକୁ ପଢ଼ି ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଏହା ସହ ଲିଙ୍ଗଗତ ସମାନତାର ମହତ୍ତ୍ୱ ଓ ମହିଳାମାନଙ୍କର କ୍ୟାରିୟର ଏବଂ ଶିକ୍ଷାକୁ ସମର୍ଥନ କରିଛନ୍ତି ।
ଜଣେ ବ୍ୟକ୍ତି ଉକ୍ତ ପୋଷ୍ଟରେ ଲେଖିଛନ୍ତି, "ଆପଣଙ୍କୁ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ କୌଣସି ଉଚ୍ଚଶିକ୍ଷିତା ମହିଳା ଆପଣଙ୍କୁ ଗୋଟେ ସେକେଣ୍ଡ ପାଇଁ ମଧ୍ୟ ବିଚାର କରିବେ ନାହିଁ" । ଅନ୍ୟ ଜଣେ ଲେଖିଛନ୍ତି, "ମୋ ମତରେ ଏହା ସତ୍ୟ ନୁହେଁ । ଏହା ବ୍ୟକ୍ତି ଉପରେ ନିର୍ଭର କରେ । ମୋ ସ୍ତ୍ରୀ ଶିକ୍ଷିତା ଏବଂ ସ୍ୱାଧୀନ । କିନ୍ତୁ ଆମେ ପରସ୍ପରକୁ ସମାନ ଭାବରେ ସମ୍ମାନ କରୁ । ଅନ୍ୟଜଣେ କହିଛନ୍ତି, ତୁମେ ଜଣେ ଦୁର୍ବଳ ଅସୁରକ୍ଷିତ ପୁରୁଷ ।
You don’t have to worry about it because no highly educated woman will even consider you for a second
— FittrwithKJ (@Fittrwithkj) April 27, 2024
Not true in my opinion, it depends on person to person. My wife is well educated and independent, but we respect each other equally.
You should actually look for the character and mental health of a person, men and women, before marrying.
— Michael Rupam Makhal (@mrmakhal) April 27, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)