• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିଲା । ଗୁଜରାଟ ଗାନ୍ଧୀନଗରର ଏକ ନିର୍ବାଚନୀ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ରର ସାଧାରଣ ସଂପାଦକ ଚମ୍ପତ୍ତ ରାୟ ।

ଚମ୍ପତ୍ତ ଅଭିଯୋଗ କରିଛନ୍ତି- ରାହୁଲଙ୍କ ଏଭଳି ଭାଷଣ ଭେଦଭାବ ସୃଷ୍ଟିକାରୀ । ତା’ସହ ଏ ବିବୃତ୍ତି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତିକର । ଉକ୍ତ ଶୁଭ ସମାରୋହରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତା’ସହ ଭାରତର ପ୍ରଗତିରେ ସହଯୋଗ କରିଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସହ ମନ୍ଦିର ନିର୍ମାଣରେ ଜଡ଼ିତ ଶ୍ରମିକମାନଙ୍କୁ ବି ନିମନ୍ତ୍ରଣ ଦିଆଯାଇଥିଲା ।

ଅନୁସୂଚିତ ଜାତି ଓ ଜନଜାତି ସହ ପଛୁଆ ବର୍ଗର ଅତିଥିଙ୍କୁ “ଗୁଧ ମଣ୍ଡପ” ରେ ପୂଜାର୍ଚ୍ଚନା କରିବାର ସୁଯୋଗ ବି ଦିଆଯାଇଥିଲା । ତେଣୁ ଏ ସମ୍ପର୍କରେ ଧାରଣା ନଥାଇ ରାହୁଲ ଗାନ୍ଧୀ ଦେଇଥିବା ବୟାନ ସମାଜ ଉପରେ ଗଭୀର ବିଭେଦ ସୃଷ୍ଟି କରିବା ସହ ଏ ଭାଷଣ ଆମ ପାଇଁ ଗଭୀର ଆପତ୍ତିଜନକ ବୋଲି କହିଛନ୍ତି ଚମ୍ପତ୍ତ ରାୟ ।

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାର ଦିଲ୍ଲୀ ସଂସ୍କରଣରେ ରାହୁଲ ଗାନ୍ଧୀଙ୍କ ଏଭଳି ଭାଷଣକୁ ନେଇ ଆର୍ଟିକିଲ ପ୍ରକାଶ ପାଇଛି । ଗତ ରାମ ନବମୀ ଦିନ ବାଳକ ରାମଙ୍କ ମୁଣ୍ତରେ ଶୋଭା ପାଇଥିଲା ଅଦ୍ଭୁତ ଦିବ୍ୟ ସୂର୍ଯ୍ୟ ତିଳକ । ବିଭିନ୍ନ ପବିତ୍ର ଦ୍ରବ୍ୟରେ ଶ୍ରୀବିଗ୍ରହଙ୍କୁ ସ୍ନାନ କରାଇ ପୂର୍ବାହ୍ନରେ ହୋଇଥିଲା ଦିବ୍ୟ ଅଭିଷେକ । ଏହାପରେ ପୀତ ବସ୍ତ୍ର, ଦୁର୍ମୂଲ୍ୟ ସ୍ୱର୍ଣ୍ଣ ଓ ରତ୍ନ ଆଭୁଷଣ, ଆୟୁଧ ଓ ପୁଷ୍ପମାଳାରେ ହୋଇଥିଲା ରଘୁନନ୍ଦନଙ୍କ ଦିବ୍ୟ ଶୃଙ୍ଗାର ।

ଆଉ ତା ପରେ ମଧ୍ୟାହ୍ନର ଠିକ୍ ୨ ମିନିଟ୍ ପୂର୍ବରୁ ଆସିଥିଲା ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବାଜି ଉଠିଥିଲା ଶଙ୍ଖଧ୍ୱନି, ଘଣ୍ଟଘଣ୍ଟା ଓ ଅନ୍ୟ ବାଦ୍ୟ । ୧୧ ଟା ୫୮ ବେଳେ ୬୦ରୁ ୭୦ ମିଲିମିଟରର ସୂର୍ଯ୍ୟରଶ୍ମୀ କେନ୍ଦ୍ରିଭୂତ ହୋଇଥିଲା ସୂର୍ଯ୍ୟବଂଶୀ ଶ୍ରୀରାମଚନ୍ଦ୍ରଙ୍କ ଲଲାଟ ମଧ୍ୟସ୍ଥଳରେ । ପ୍ରାୟ ୩ ମିନିଟ ଯାଏଁ ଦେଖିବାକୁ ମିଳିଥିଲା ଏହି ଅବିସ୍ମରଣୀୟ ଦୃଶ୍ୟ ।

ଦେବଦେବୀଙ୍କ ସୂର୍ଯ୍ୟାଭିଷେକ ଓ କିରଣୋତ୍ସବ ଭାରତୀୟ ପରଂପରାରେ କିଛି ନୂଆ ନୁହେଁ । ଆଜି ବି ବହୁ ପ୍ରାଚୀନ ହିନ୍ଦୁ ଓ ଜୈନ ମନ୍ଦିରରେ ଦେବାଦେବୀଙ୍କ ବିଗ୍ରହକୁ ସ୍ପର୍ଶ କରେ ସୂର୍ଯ୍ୟାଲୋକ । କିମ୍ବଦନ୍ତୀ କହେ, ଏକଦା କୋଣାର୍କ ମନ୍ଦିରରେ ମଧ୍ୟ ସୂର୍ଯ୍ୟଦେବଙ୍କ ଚରଣ ସ୍ପର୍ଶ କରୁଥିଲା ଉଦିତଭାନୁଙ୍କ ପ୍ରାତଃକିରଣ । ହେଲେ ଅଯୋଧ୍ୟା ମନ୍ଦିରରେ ଆଧ୍ୟାତ୍ମିକତା ସହ ହୋଇଛି ବିଜ୍ଞାନର ସଙ୍ଗମ ।

ତୃତୀୟ ମହଲାରେ ରିଫ୍ଲେକ୍ଟର ବକ୍ସ ଓ ଗୋଟିଏ ଦର୍ପଣ ଲଗାଇ, ୬୫ ଫୁଟର ଏକ ପିତ୍ତଳ ପାଇପ୍ ଓ ୩ ଲେନ୍ସ ସାହାଯ୍ୟରେ ସୂର୍ଯ୍ୟ ରଶ୍ମୀକୁ ଅଣାଯାଇଥିଲା ପ୍ରଥମ ମହଲା ଯାଏଁ । ସେଠାରେ ଆଉ ଏକ ଦର୍ପଣ ଲଗାଇ ଏହାକୁ ୯୦ ଡିଗ୍ରୀ ମୋଡ଼ି ବିଗ୍ରହର ଲଲାଟରେ କେନ୍ଦ୍ରୀଭୂତ କରାଯାଇଥିଲା । ଆଉ ସୂର୍ଯ୍ୟରଶ୍ମି ପାଇଁ ଝଲସି ଉଠିଥିଲା ରତ୍ନଖଚିତ ଦିବ୍ୟ ତିଳକ ।