Advertisment

Polavaram Project: ୨୪ ବର୍ଷ ପରେ ଭାଙ୍ଗିଲା ବିଜେଡି ମୁଖିଆଙ୍କ ନିଦ, ମନେ ପଡ଼ିଲା ପୋଲାଭରମ କଥା

ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ବାହାରୁଛନ୍ତି ନବୀନଙ୍କ ସପକ୍ଷରେ । ପ୍ରକଳ୍ପ ହେଲେ ମାଲକାନିଗିରିର କିଛି ଗାଁ କ୍ଷତିଗ୍ରସ୍ତ ହେବ ବୋଲି କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକ ପୂର୍ବରୁ ବହୁବାର ଚିଠି ଲେଖି ଜଣାଇଥିବା କଥା କହୁଛି ବିଜେଡି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଆନ୍ଧ୍ର ଗଢ଼ୁଥିଲା, ନବୀନ ଶୋଇଥିଲେ

୨୪ ବର୍ଷ ପରେ ବିଜେଡି ମୁଖିଆଙ୍କ ନିଦ ଭାଙ୍ଗିଲା । ମୁଖ୍ୟମନ୍ତ୍ରୀ ଥିଲା ବେଳେ ଥରଟିଏ ଗଲେନି । ଆଉ ଏବେ ସରକାରରୁ ଗଲା ପରେ ପୋଲାଭରମ କଥା ମନେ ପଡୁଛି । କ୍ଷତିଗ୍ରସ୍ତ ଲୋକଙ୍କ ଅନ୍ଦୋଳନ ସହ ଯୋଗ ଦେବେ ବୋଲି ସ୍ଥିର କରୁଛନ୍ତି । ବିଜେଡି ନିଜ ଦୋଷ ଛଡ଼ାଇବାକୁ ଯାଇ ପୋଲାଭରମ ପ୍ରକଳ୍ପ ଆନ୍ଦୋଳନ ସହ ପ୍ରଥମରୁ ସାମିଲ ଅଛି କହି ଲୋକଙ୍କୁ ଭୁଆଁ ବୁଲାଉଛି ।

Advertisment

ଅଧିକ ପଢ଼ନ୍ତୁ: ଖୁସି ଖବର; ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ

ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ବାହାରୁଛନ୍ତି ନବୀନଙ୍କ ସପକ୍ଷରେ । ପ୍ରକଳ୍ପ ହେଲେ ମାଲକାନିଗିରିର କିଛି ଗାଁ କ୍ଷତିଗ୍ରସ୍ତ ହେବ ବୋଲି କେନ୍ଦ୍ର ସରକାର ନବୀନ ପଟ୍ଟନାୟକ ପୂର୍ବରୁ ବହୁବାର ଚିଠି ଲେଖି ଜଣାଇଥିବା କଥା କହୁଛି ବିଜେଡି । ହେଲେ ଏହାକୁ ଅଣଦେଖା କରି କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ ପ୍ରକଳ୍ପ ପାଇଁ ବିଭିନ୍ନ ପର୍ଯ୍ୟୟରେ ଆର୍ଥିକ ଅନୁଦାନ ଦେଇ ଚାଲିଛନ୍ତି । ଏକପାଖିଆ ଭାବେ ଆନ୍ଧ୍ର ପ୍ରକଳ୍ପ ନ କରୁ ବୋଲି ବିଜେଡିର ଏକ ଦଳ ସିଡବ୍ଲ୍ୟୁସି ଓ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ବି ଫଳ ଶୂନ ବୋଲି ଦଳ ଅଭିଯୋଗ କରିଛି। ତେବେ ଫେବୃଆରୀ ୨୮ ତାରିଖରେ ନିଜେ ମୁଖିଆ ନବୀନ କୁଆଡେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରୁଥିବା ଆଦିବାସୀ କମିଟି ଆନ୍ଦୋଳନରେ ଯୋଗ ଦେବାକୁ ଯୋଜନା କରୁଛନ୍ତି ।

ତେବେ୨୪ ବର୍ଷ ହେଲା କାହିଁକି ନବୀନ ଚୁପ୍‌ ଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ତାରା ବାହିନୀପତି । ସେତେବେଳେ ଯଦି ନିଜେ ନବୀନ ମୁହଁ ଖୋଲିଥାନ୍ତେ ଏଭଳି ଅବସ୍ଥା ଦେଖାଯାଇ ନଥାନ୍ତା ବୋଲି କହିଛନ୍ତି ତାରା । ନିଜେ ଭୁଲ କରି ଅନ୍ୟ ମୁଣ୍ଡରେ ଦୋଷ ଲଦିବା ବିଜେଡିର ଅଭ୍ୟାସ ବୋଲି ସେ ଅଭିଯୋଗ କରିଛନ୍ତି ।

Advertisment

ବିଜେପି ବି ଏହାର କଡ଼ା ଜବାବ ରଖିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଉଭୟ ବିଜେଡି ଓ କଂଗ୍ରେସ ଉପରେ ଦୋଷ ଲଦିଛନ୍ତି । କାହା ସମୟରେ ପ୍ରକଳ୍ପ କାମ ଆରମ୍ଭ ପାଇଁ ପ୍ରସ୍ତାବ ଗଲା ? କିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ? ଆନ୍ଧ୍ରରେ କଂଗ୍ରେସ ସରକାର ସମୟରେ ପ୍ରକଳ୍ପ ଆରମ୍ଭ ହୋଇଥିଲା । ସେତେବେଳେ କାହିଁକି ପାଟି ଚୁପ୍‌ କରିଥିଲେ ଏହି ନେତା ବୋଲି ଟଙ୍କଧର ପ୍ରଶ୍ନ ଉଠାଇଛନ୍ତି । ଆନ୍ଧ୍ର ସରକାର ଓଡ଼ିଶାରେ ପଶି ପ୍ରକଳ୍ପ କରିବା ସମୟରେ ନବୀନ ବାବୁ କେଉଁଠି ଥିଲେ ବୋଲି ଟଙ୍କଧର ବିଜେଡିକୁ ଟାର୍ଗେଟ କରିଥିଲେ । କୌଣସି ପରିସ୍ଥିତିରେ ବିଜେପି ଓଡ଼ିଶାର ସ୍ବାର୍ଥହାନୀ କରିବାକୁ ଦେବନି ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି।

ସେପଟେ ପୋଲାଭରମ ପ୍ରକଳ୍ପକୁ ନେଇ ୨୪ ବର୍ଷ ଧରି ଚୁପ ବସିବା, ଆଉ ଏବେ ଲୋକଙ୍କ ପାଇଁ ମୁଖିଆ ମାଲକନିଗିରି ଯିବାକୁ ଯୋଜନା କରିବା ଘଟଣାରୁ ଗୋଟିଏ କଥା ବୁଝାପଡୁଛି। ବିଜେଡି ନିଜ ଅସ୍ତିତ୍ବ ବଞ୍ଚାଇବାକୁ ଉଦ୍ୟମ କରୁନି ତ ?

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ

Naveen Patnaik BJD Polavaram Project
Advertisment
Advertisment