• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋଟାରେ ପୁଣି ଆଉ ଏକ ଛାତ୍ରଙ୍କ ଆତ୍ମହତ୍ୟା । ପରୀକ୍ଷାରେ ବିଫଳତା ପରେ ଝୁଲି ପଡ଼ିଲେ ଛାତ୍ରଜଣକ । ମେଡିକାଲ ପାଇଁ ଆୟୋଜିତ NEET ପ୍ରବେଶିକା ପରୀକ୍ଷା ପାଇଁ ସେ ପ୍ରସ୍ତୁତି କରୁଥିଲେ । ତେବେ ପରୀକ୍ଷାରେ ଭଲ ନକରିବାର ଆଶଙ୍କାରେ ନିଜ ତୃତୀୟ ପ୍ରୟାସ ପୂର୍ବରୁ ନିଜ ଜୀବନକୁ ସାରି ଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ମୃତ ଛାତ୍ର ଜଣକ ହେଲେ ଭାରତ କୁମାର । ତୃତୀୟ ପ୍ରୟାସ ଦେବା ପୂର୍ବରୁ ୨୦ ବର୍ଷ ବୟସ୍କ ଛାତ୍ରଜଣକ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାସ୍ଥଳରୁ ମିଳିଥିବା ଏକ ନୋଟରେ ଛାତ୍ର ଜଣକ ଲେଖିଛନ୍ତି, "ମୁଁ ଦୁଃଖିତ ବାପା, ଏ ବର୍ଷ ମଧ୍ୟ କରିପାରିଲି ନାହିଁ ।" ଛାତ୍ର ଜଣକ ରାଜସ୍ଥାନର ବୋଲି ଜଣା ପଡ଼ିଛି ।

ଗତ ମଙ୍ଗଳବାର ଦିନ ସକାଳେ ତାଙ୍କ ରୁମରୁ ସେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ । ସୂଚନାଯୋଗ୍ୟ, ଗତ ୪୮ ଘଣ୍ଟା ମଧ୍ୟରେ କୋଟାରେ ଏହା ଦ୍ୱିତୀୟ ଆତ୍ମହତ୍ୟା ମାମଲା । ଭରତ ପୂର୍ବରୁ ଦୁଇଥର NEET ଦେଇଥିବା ବେଳେ ତୃତୀୟ ଥର ପାଇଁ ଆସନ୍ତା ୫ରେ ପରୀକ୍ଷା ଦେଇଥାଆନ୍ତେ ।

ସେ ରାଜସ୍ଥାନର ରାଜୀବ ଗାନ୍ଧୀ ନଗରରେ ରହି ଗତ ଏକ ବର୍ଷ ଧରି ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ଅନ୍ୟପଟେ ନିଜ ପୁତୁରା ରୋହିତ ମଧ୍ୟ ତାଙ୍କ ସହ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଗତ ମଙ୍ଗଳବାର ଦିନ ପ୍ରାୟ ୧୦.୩୦ ବେଳେ ରୋହିତ ରୁମ୍ ଛାଡିଥିଲେ । ପରେ ସେ ଫେରିବା ପରେ ଭରତଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ।

ମଙ୍ଗଳବାର ସକାଳ ପ୍ରାୟ ୧୧.୧୫ରେ ରୋହିତ ଫେରିବା ପରେ ଭିତରରୁ କୋଠରୀଟି ବନ୍ଦ ଥିବା ଦେଖିଥିଲେ । ପରେ ଝରକା ଦେଇ ଭିତରକୁ ଦେଖିବା ପରେ ଭରତଙ୍କୁ ବେଡସିଟ୍ ସହିତ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ । ସୂଚନାଯୋଗ୍ୟ, ପୋଲିସ କୋଠରୀରୁ ନୋଟ୍ ମଧ୍ୟ ପାଇଛି । ନୋଟରେ ଲେଖାଥିଲା, ‘ସରି ପାପା.... ମୈ ଇସ୍ ସାଲ୍ ବି ନହିଁ କର୍ ପାୟା ..।’

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ନିଜର ତୃତୀୟ ପ୍ରୟାସରେ ଅସଫଳ ହେବାର ଆଶଙ୍କା ତାଙ୍କୁ ଏପରି କରିବାକୁ ପ୍ରେରିତ କରିଥାଇପାରେ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।