• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସଂରକ୍ଷଣ ପ୍ରସଙ୍ଗରେ ଫେକ୍ ଭିଡିଓକୁ ନେଇ କଂଗ୍ରେସକୁ କଡ଼ା ନିଶାନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଜେପି ୪୦୦ ଆସନ ପାର କରି ସରକାର କଲେ ସଂରକ୍ଷଣ ବନ୍ଦ କରିବ ବୋଲି କଂଗ୍ରେସ ମିଛ ପ୍ରଚାର କରୁଛି । ତାଙ୍କର ଫେକ୍ ଭିଡିଓ ଜାରି କରି ମିଛ ପ୍ରଚାର କରୁଛି । ଯାହା ଭିତ୍ତିହୀନ ଓ ତଥ୍ୟହୀନ । ଆସାମରେ ପ୍ରେସମିଟରେ ଏମିତି କଥା କହିଛନ୍ତି ଶାହ । ଏଥିସହ ସ୍ପଷ୍ଟ କରିଛନ୍ତି, ବିଜେପି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରୁଛି। ସବୁବେଳେ ସୁରକ୍ଷାଦାତା ଭାବରେ ନିଜର ଭୂମିକା ନିର୍ବାହ କରିବ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନରେ ବଡ଼ ମୁଦ୍ଦା ଓଡ଼ିଆ ଅସ୍ମିତା, ମୋଦିଙ୍କ ସାଂଘାତିକ ନିଶାନା ପରେ ରାଜନୀତିରେ ହଲଚଲ୍

ଅମିତ ଶାହ ଅଭିଯୋଗ କରିଛନ୍ତି, କଂଗ୍ରେସ ହତାଶ ହୋଇ ତାଙ୍କର ଓ ଅନେକ ବିଜେପି ନେତାଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନକଲି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଛି । ଏଥିରୁ ସେମାନେ କେତେ ହତୋତ୍ସାହିତ ତାହାର ପ୍ରମାଣ ମିଳୁଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜେପି ଓ ଏନଡିଏ ସହଯୋଗୀ ଶହେରୁ ଅଧିକ ସିଟ୍ କବଜା କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ ।

ସେହିପରି ଆମେଠୀ ସିଟ୍‌ରୁ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ । ସେ କହିଛନ୍ତି, କଂଗ୍ରେସ ନେତା ତାଙ୍କ ପାରମ୍ପାରିକ ସିଟ୍‌ ଛାଡି ପଳାଉଛନ୍ତି । ଏହି ସିଟ୍‌ରୁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ନେତାଙ୍କ ସାହସ ନାହିଁ ବୋଲି କହିଛନ୍ତି ଶାହ।

ସେହିପରି ସମାନ ନାଗରିକ ସଂହିତାକୁ ନେଇ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ଶାହ । ସେ କହିଛନ୍ତି, ମୋଦି ସରକାର ତାଙ୍କ ତୃତୀୟ କାର୍ଯ୍ୟକାଳରେ UCC ଆଣିବ । କଂଗ୍ରେସ ତା’ର ଘୋଷଣା ପତ୍ରରେ ପର୍ସନାଲ ଲ’ର କଥା କହିଛି କିନ୍ତୁ ଆମେ ଦେଶରେ UCC ଲାଗୁ କରିବା ପାଇଁ କହିଛୁ । ଧର୍ମ ଆଧାରରେ ଆଇନ ତିଆରି ହେବା ଠିକ୍‌ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।