Advertisment

ଭାଇରାଲ ହେଉଛି ସାଂସଦଙ୍କ ଅଶ୍ଲୀଳ ଭିଡିଓ; ଭୟରେ ଦେଶ ଛାଡ଼ିଲେ !

ଅନେକ ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ଫସିଥିବା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଦଳ।

author-image
Manoranjan Behera
Karnataka MP Prajwal Revanna

Karnataka MP Prajwal Revanna

ଅଡୁଆରେ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନା। ଯୌନ ନିର୍ଯାତନା ମାମଲାରେ ଦଳରୁ ବହିଷ୍କାର ହୋଇପାରନ୍ତି ପ୍ରଜ୍ଜ୍ୱଳ। କର୍ଣ୍ଣାଟକ ହସନ ଲୋକସଭା ଆସନରୁ ଏନଡିଏ ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ। ପ୍ରଜ୍ଜ୍ୱଳଙ୍କ ସମ୍ପର୍କିତ ଏକ ଅଶ୍ଲୀଳ ଭିଡିଓ ଭାଇରାଲ ହେବା ପରେ ଉଭୟ ପ୍ରଜ୍ଜ୍ୱଳ ଓ ତାଙ୍କ ବାପା ଏଚ୍‌ଡି ରେଭନ୍ନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Advertisment

ଅନେକ ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ଫସିଥିବା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଦଳ। ପ୍ରଜ୍ଜ୍ୱଳଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସେ ବିଦେଶ ପଳାଇଯାଇଥିବା ଖବର ସାମ୍ନାକୁ ଆସୁଛି। ଏନେଇ ଜେଡିଏସ୍‌ ଦଳରୁ ତାଙ୍କୁ ବହିଷ୍କାର କରିବ ବୋଲି ଖବର ମିଳିଛି।

ବର୍ତ୍ତମାନ ପ୍ରଜ୍ଜ୍ୱଳ ଦେଶ ଛାଡ଼ି ଚାଲିଯାଇଥିବା ଶୁଣିବାକୁ ମିଳୁଛି। ପ୍ରଜ୍ଜ୍ୱଳ କହିଛନ୍ତି ଯେ, ନିର୍ବାଚନ ସମୟରେ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚାଯାଇଛି। ଅଶ୍ଲୀଳ ଭିଡିଓଟି ନକଲି ବୋଲି ସେ ଦାବି କରିଛନ୍ତି। ବିବାଦ ତୀବ୍ର ହେଉଥିବା ବେଳେ ବାପା ଏଚ୍‌ଡି ରେଭାନ୍ନା ଘଟଣା ପଛରେ ଷଡ଼ଯନ୍ତ୍ର ଗନ୍ଧ ବାରିଛନ୍ତି। ସେ କହିଛନ୍ତି, ଏସବୁ ଭିଡିଓ ୪ରୁ ୫ ବର୍ଷ ପୁରୁଣା। ମୋତେ ଓ ମୋ ପୁଅକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର। ଆମେ ସବୁ ପ୍ରକାରର ତଦନ୍ତ ପାଇଁ ପ୍ରସ୍ତୁତ ରହିଛି।

Advertisment

ଅଶ୍ଳୀଳ ଭିଡିଓକୁ ନେଇ JDS ଆସନ୍ତାକାଲି କୋର କମିଟି ବୈଠକ ଡାକିଛି। ଏହି ବୈଠକରେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ବରଖାସ୍ତ କରିବାକୁ ସୁପାରିସ କରାଯିବ ବୋଲି ଜଣାପଡ଼ିଛି। ଏହି ଅଶ୍ଳୀଳ ଭିଡିଓକୁ ନେଇ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଜେଡିଏସ୍‌ ନେତାମାନେ ଏଚ୍‌ଡି ଦେବଗୌଡାଙ୍କୁ ଚିଠି ଲେଖିଥିଲେ। ଅଶ୍ଳୀଳ ଭିଡିଓକୁ ନେଇ ଦଳ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ତେଣୁ ପ୍ରଜ୍ଜ୍ୱଳଙ୍କୁ ଦଳରୁ ବହିଷ୍କାର କରିଦେବା ଉଚିତ ବୋଲି ଦଳୀୟ ନେତାମାନେ କହିଛନ୍ତି।

ପ୍ରଜ୍ଜ୍ୱଳଙ୍କ ବିରୋଧରେ ଖୋଦ ତାଙ୍କ ଘରର ଚାକରାଣୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପ୍ରଜ୍ଜ୍ୱଳ ତାଙ୍କ ସହ ଅସଦାଚରଣ କରିଛନ୍ତି। ପ୍ରଜ୍ଜ୍ୱଳ ଚାକରାଣୀର ଝିଅକୁ ଭିଡିଓ କଲ୍‌ କରି ଅଶ୍ଳୀଳ ଭାଷାରେ କଥା ହୋଇଛନ୍ତି।

ଏବେ ସୋସିଆଲ ମିଡିଆରେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକାଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ଭୋଟ ପରେ ହିଁ ଭିଡିଓ ଭାଇରାଲ ହୋଇଥିଲା ୩୩ ବର୍ଷୀୟ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ହେଉଛନ୍ତି ଏଚଡି ରେଭାନ୍ନାଙ୍କ ପୁଅ

Karnataka Politics
Advertisment
Advertisment