Advertisment

ଭୋଟ୍ ଦେଇ ହୁଅନ୍ତୁ ଭାଗ୍ୟଶାଳୀ ବିଜେତା...ଜିତିପାରନ୍ତି ହୀରାମୁଦି

ମତଦାନ ଦିନ ପ୍ରତ୍ୟେକ ବୁଥରେ ଲଟେରୀ ପାଇଁ ଜଣେ BLO ଏବଂ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ପ୍ରତ୍ୟେକ ବୁଥରେ ଏକ କୁପନ୍ ବୁକଲେଟ୍ ରହିବ ଏବଂ ଏଥିରେ ଭୋଟରମାନେ ସେମାନଙ୍କର ନାମ ଏବଂ ମୋବାଇଲ୍ ନମ୍ବର ଲେଖିବେ ।

author-image
Sonali Ojha
ଅଦ୍ୟତନ ହୋଇଛି
Diamond ring

Diamond ring

ଭୋଟ୍ ଦେଇ ଆପଣ ବି ଭାଗ୍ୟଶାଳୀ ବିଜେତା ହୋଇପାରନ୍ତି। ଭୋଟ୍ ଦେଇ ଆପଣ ବି ଜିତିପାରିବେ ହୀରାମୁଦି ଓହ ବାଇକ୍। ଭୋଟିଂ ହାର ବୃଦ୍ଧି ପାଇଁ ଏପରି ଭିନ୍ନ ପନ୍ଥା ଆପଣାଯାଇଛି ଭୋପାଳରେ। ଲୋକସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟରେ ମତଦାନ ହାର କମିବା ପରେ ଏପରି ବାଟ ଆପଣାଇଛନ୍ତି ନିର୍ବାଚନ ଅଧିକାରୀ। ଭୋପାଳ ନିର୍ବାଚନମଣ୍ଡଳୀରେ ପ୍ରତି ଦୁଇ ଘଣ୍ଟାରେ ଲକି ଡ୍ର’ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ବିଜେତାଙ୍କୁ ମିଳିବ ହୀରା ମୁଦି, ଫ୍ରିଜ୍, ଟେଲିଭିଜନ ସମେତ ଅନ୍ୟାନ୍ୟ ଆକର୍ଷଣୀୟ ସାମଗ୍ରୀ।

Advertisment

ଆସନ୍ତା ମେ’ ୭ତାରିଖରେ ଭୋପାଳରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଚଳିତଥର ମତଦାନ ହାର ଯଥେଷ୍ଟ କମ୍ ରହିଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ହାରାହାରି ୮.୫% ମତଦାନ ହ୍ରାସ ପାଇଛି। ତେବେ ଭୋପାଳରେ ସବୁବେଳେ ଖୁବ କମ୍ ଲୋକ ହିଁ ମତଦାନ କରିଥାଆନ୍ତି। ୨୦୧୯ରେ ସବୁ ରାଜ୍ୟରେ ମତଦାନ ହାର ବୃଦ୍ଧି ପାଇଥିବା ବେଳେ ଏଠାରେ ମାତ୍ର ୬୫.୭% ଭୋଟିଂ ହୋଇଥିଲା। ଏପରିସ୍ଥିତିରେ ଚଳିତଥର ଆହୁରି କମ୍ ଲୋକ ଭୋଟ୍ ଦେଇଛନ୍ତି।

ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଅଧିକାରୀମାନେ ଅଭିନବ ପନ୍ଥା ଆପଣାଇଛନ୍ତି। ପୁରସ୍କାର ଲୋଭରେ ଅଧିକ ସଂଖ୍ୟକ ଭୋଟର ଭୋଟ୍ ଦେବେ। ଅଧିକାରୀଙ୍କ ସୂଚନା ଅନୁଯାୟୀ, "ଭୋଟିଂ ଦିନ, ଆମେ ପ୍ରତ୍ୟେକ ମତଦାନ ବୁଥରେ ତିନୋଟି ଲକି ଡ୍ର’ ରଖିବୁ। ସକାଳ ୧୦ଟା, ଅପରାହ୍ଣ ୩ଟା ଏବଂ ସନ୍ଧ୍ୟା ୬ଟା। ଏହି ଡ୍ର ମଧ୍ୟରୁ ପ୍ରତିଥର ଜଣେ ଲେଖାଏଁ ବିଜେତା ପୁରସ୍କାର ଜିତିବେ। ନିର୍ବାଚନର ଗୋଟିଏ କିମ୍ବା ଦୁଇ ଦିନ ପରେ ଏକ ମେଗା ଡ୍ର’ କରାଯିବ। ଯେଉଁଠାରେ ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ କରାଯିବ । ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ପଦକ୍ଷେପ ନିଆଯାଇଛି ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ, କୌଶଳେନ୍ଦ୍ର ବିକ୍ରମ ସିଂ ସୂଚନା ଦେଇଛନ୍ତି। ।‘’

Advertisment

ଭୋପାଳ ସଂସଦୀୟ କ୍ଷେତ୍ରରେ ୨୦୯୭ଟି ମତଦାନ କେନ୍ଦ୍ର ଅଛି । ପ୍ରତି କେନ୍ଦ୍ରରେ ୩ଟି ହିସାବରେ ୬ହଜାରରୁ ଅଧିକ ପୁରସ୍କାର ବଣ୍ଟନ କରାଯିବ। ମେ’ ୯ରେ ମେଗା ଡ୍ର’ ହେବ। CSR ଅଧୀନରେ ଏହି ଉପହାର ଏବଂ ପୁରସ୍କାର ସଂଗ୍ରହ କରାଯାଉଛି। ମତଦାନ ଦିନ, ପ୍ରତ୍ୟେକ ବୁଥରେ ଲଟେରୀ ପାଇଁ ଜଣେ BLO ଏବଂ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ପ୍ରତ୍ୟେକ ବୁଥରେ ଏକ କୁପନ୍ ବୁକଲେଟ୍ ରହିବ ଏବଂ ଏଥିରେ ଭୋଟରମାନେ ସେମାନଙ୍କର ନାମ ଏବଂ ମୋବାଇଲ୍ ନମ୍ବର ଲେଖିବେ । ଭୋଟ୍ ଦେଇ ଆସିବା ପରେ ଏକ କୁପନ୍ ସଂଗ୍ରହ କରି ଏହାକୁ ଲକି ଡ୍ର’ରେ ପକାଇବେ। ଏହାପରେ ଭୋଟରଙ୍କ ସହ ଯୋଗାଯୋଗ କରି ପ୍ରତ୍ୟେକ ଡ୍ର’ ପରେ ସେମାନଙ୍କୁ ସେମାନଙ୍କ ଉପହାର ଦିଆଯିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପ୍ରତ୍ୟେକ ବୁଥରେ ପ୍ରଥମ ଭୋଟରଙ୍କୁ ମଧ୍ୟ ଉତ୍ସାହିତ କରିବୁ। ମେଗା ଡ୍ର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ କିନ୍ତୁ ଏହା ପ୍ରାୟତଃ ମେ’ ୯ ତାରିଖ ପରେ ହେବ। ଏପର୍ଯ୍ୟନ୍ତ ଆମେ ପାଞ୍ଚଟି ହୀରା ମୁଦି, ଲାପଟପ୍, ରେଫ୍ରିଜରେଟର, ଆଠଟି ଡିନର୍‌ ସେଟ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ସମେତ ୩୫ ଟି ଆଇଟମ୍ ତାଲିକାଭୁକ୍ତ କରିଛୁ। ଆମେ ବାଇକ୍ ମଧ୍ୟ ଦେବାକୁ ଲକ୍ଷ୍ୟ ରଖିଛୁ । ଆଶା କରାଯାଉଛି ଯେ ପର୍ଯ୍ୟାପ୍ତ ପରିମାଣର ଉପହାର ମିଳିବ।

General Elections 2024
Advertisment
Advertisment