• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାକିରି ଛାଡ଼ିଲେ... ଖୁସିରେ ନାଚିଲେ... ବସ୍‌ଙ୍କ ସାମ୍‌ନାରେ ଢ଼ୋଲ ବଜେଇ କମ୍ପାନୀରୁ ନେଲେ ବିଦାୟ । ସାଧାରଣତଃ ଚାକିରି ଛାଡ଼ିବେଳେ କଷ୍ଟ ଲାଗିଥାଏ । କେହି କେହି କ୍ୟାରିଅରରେ ଆଗକୁ ବଢ଼ିବାକୁ ଚାକିରି ଛାଡ଼ି ଥାଆନ୍ତି, ଆଉ କେହି କେହି ପରିସ୍ଥିତିରେ ପଡ଼ି । ତେବେ ବର୍ତ୍ତମାନ ଚାକିରି ଛାଡ଼ିବାକୁ ନେଇ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ପୁଣେର ଜଣେ ସେଲ୍ସ ଆସୋସିଏଟ୍ ଚାକିରି ଛାଡ଼ିବା ପରେ ଏକ ଭିଡିଓ କରିଥିଲେ ।

ତଳେ ଥିବା ଦୃଶ୍ୟକୁ ଦେଖନ୍ତୁ... ଯୁବକ ଜଣକ କିପରି ଖୁସିରେ ମସଗୁଲ ଅଛନ୍ତି । ଯେମିତି ତାଙ୍କୁ କିଛି ବଡ଼ ଖୁସି ମିଳିଯାଇଛି । ହେଲେ ସେମିତି କିଛି ବି ନାହିଁ । କେବଳ ଚାକିରି ଛାଡ଼ି ଏମିତି ଖୁସି ହେଉଛନ୍ତି ଯୁବକ । ଚାକିରି ଛାଡ଼ି କିଏ କ’ଣ ଖୁସି ହୁଏ । ଆଉ କାହିଁକି ବା ଖୁସି ହେବ । କିନ୍ତୁ ଏହା ଚାକିରି ଛାଡ଼ିବାର ଖୁସି । ଆଉ ଜବ୍‌ ଛାଡ଼ି କମ୍ପାନୀର ବସ୍‌ଙ୍କ ଠାରୁ ମୁକ୍ତ ହେବାର ଆନନ୍ଦ ।

ନିଜର ଇଚ୍ଛା ନଥିବା ଚାକିରିକୁ ସେ ବିଦାୟ ଦେବା ବେଳର ଦୃଶ୍ୟ ଦେଖିବା ପରି । ନିଜର ଅଫିସ ବାହାରେ ସେ ଡ୍ୟାନ୍ସ କରି କରି ନିହାତି ଏକ ଅଭିନବ ଉପାୟରେ ଚାକିରି ଛାଡ଼ିଛନ୍ତି । ପୁଣେରେ କାମ କରୁଥିଲେ ଅନିକେତ । ଅଳ୍ପ ବେତନରେ ସେ ନିଜ କମ୍ପାନୀକୁ ଦୀର୍ଘ ତିନି ବର୍ଷ ଧରି ସେବା ଯୋଗାଇ ଆସିଥିଲେ ।

ତଥାପି ତାଙ୍କୁ ଯେତିକି ସମ୍ମାନ ମିଳିବା କଥା ତାହା ମିଳିପାରିନଥିଲା । ନା ତାଙ୍କର ପଦୋନ୍ନତି ହୋଇଥିଲା, ନା ତାଙ୍କର ଦରମା ବଢ଼ିଥିଲା । ଏତେ ସବୁ ସହିବା ପରେ ସେ କମ୍ପାନୀ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଶେଷଦିନରେ ସେ ନିଜ ବସ୍ ଙ୍କ ସାମ୍ନାରେ ଢୋଲ ପିଟି ପିଟି ବିଦାୟ ନେଇଥିଲେ ।

ଅନିକେତ୍‌, ଏକ ଘରୋଇ କମ୍ପାନୀରେ ସେଲ୍ସ ଆସୋସିଏଟ୍‌ ଭାବେ ଜବ୍‌ କରୁଥିଲେ । ହେଲେ ତାଙ୍କର ବସ୍‌ ତାଙ୍କ ପ୍ରତି ଭଲ ବ୍ୟବହାର କରୁନଥିଲେ । ଅନେକ ସମୟରେ ତାଙ୍କୁ ବାରମ୍ବାର ଗାଳି ଶୁଣିବାକୁ ପଡ଼ୁଥିଲା । ଏପରିକି ଦରମାରେ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ । ତେଣୁ ବାରମ୍ବାର ଅସମ୍ମାନ ସହିବା ପରେ ଏପରି ଏକ ନିଷ୍ପତ୍ତି ନେଇଥିଲେ କର୍ମଚାରୀ ଜଣକ ।

ଆଉ ଚାକିରି ଛାଡ଼ିବା ସମୟରେ ନିଜର କିଛି ବନ୍ଧୁମାନଙ୍କ ସହ ବାଜା ବଜେଇ କମ୍ପାନୀରୁ ବିଦାୟ ନେଇଥିଲେ । ଅନିକେତ୍‌ କମ୍ପାନୀରୁ ବିଦାୟ ନେବା ପରେ ଚାକିରି କରିବା ସମୟର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଭିଡିଓରେ ସେ କହିଛିନ୍ତି, ‘ମୁଁ ସେଲ୍ସ ଆସୋସିଏଟ୍‌ ଭାବେ ଜବ୍‌ କରୁଥିଲି । ଏହି ଚାକିରି ମୋ ପାଇଁ ବିରକ୍ତିକର ଥିଲା । ଡ୍ୟୁଟି ସମୟରେ ବସ୍‌ ମୋତେ ବାରମ୍ବାର ଅସମ୍ମାନ କରୁଥିଲେ । ଗାଳି ମଧ୍ୟ ଦେଉଥିଲେ । ଏପରିକି ଦରମାରେ ମଧ୍ୟ ଅସୁବିଧା ହେଉଥିଲା । ତେଣୁ ଏଥିରୁ ମୁକ୍ତି ପାଇବାକୁ ରିଜାଇନ୍‌ ଦେଇଥିଲି । ଆଉ ମୋ ବନ୍ଧୁମାନଙ୍କ ସହ ମିଶି ଡ୍ୟୁଟିର ଶେଷ ଦିନରେ ଅଫିସ୍‌ ଆଗରେ ସେଲିବ୍ରେସନ କରିଥିଲି । ଚାକିରିରୁ ଛାଢ଼ି ଆସିବା ପରେ ବନ୍ଧୁ ମାନଙ୍କୁ ପାର୍ଟି ଦେଲି  ଏବଂ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କଲି । ଏବେ ମତେ ମୁକ୍ତି ମିଳିଛି ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଅଫିସ୍‌ ଆଗରେ ଅନିକେତ୍‌ ବାଜା ବଜାଇ ନାଚୁଥିବା ଦେଖିବାକୁ ମିଳୁଛି । ଏପରିକି ତାଙ୍କ ବସ୍‌ଙ୍କ ସହ ହାତ ମିଳାଇ ବାଏ ବାଏ କରୁଛନ୍ତି । ପରେ ତାଙ୍କ ବସ୍‌ ତାଙ୍କ ଉପରେ ରାଗିଯାଇ ଗେଟ୍‌ ଆଉଟ୍‌ ମଧ୍ୟ କହୁଛନ୍ତି । ଯାହାର ଭିଡିଓ ଖୁବ୍‌ ଭାଇରାଲ ହେଉଛି ।

ଅନିଶ ଭାଗବତ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଭିଡିଓରେ ଦେଖାଯାଇଥିଲା ଯେ, ଅଫିସ ପରିସରରେ ଅନୁଷ୍ଠିତ ଏହି ଉତ୍ସବକୁ ସମସ୍ତେ ଖୁବ ସେଲିବ୍ରେଟ୍ କରୁଥିଲେ । କିଛି ସମୟ ପରେ ଅନିକେତଙ୍କ ମ୍ୟାନେଜର୍ ଆସି ପାଟିତୁଣ୍ତ କରି ଲୋକଙ୍କୁ ତଡ଼ିବାକୁ ଚେଷ୍ଟା କରୁଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଏହାକୁ ସମର୍ଥନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଏପରି ଅଭିନବ ଢଙ୍ଗରେ ଚାକିରି ଛାଡ଼ିଥିବାରୁ ସମସ୍ତେ ଅନିକେତଙ୍କୁ ପ୍ରଶଂସା କରିଛନ୍ତି । ଭବିଷ୍ୟତରେ ତାଙ୍କର ସଫଳତା ମଧ୍ୟ କାମନା କରିଛନ୍ତି ।