Advertisment

କଂଗ୍ରେସ ଉପରେ ଅମିତ ଶାହଙ୍କ କଡ଼ା ପ୍ରହାର; କହିଲେ, ମିଛ ପ୍ରଚାର କରୁଛି ହତାଶ କଂଗ୍ରେସ

ସଂରକ୍ଷଣକୁ ନେଇ ଅମିତ ଶାହଙ୍କ ଫେକ୍ ଭିଡିଓ ଭାଇରାଲ୍ ହେବା ପରେ, ଆରମ୍ଭ ହୋଇଛି ରାଜନୈତିକ ଘମାସାନ।

author-image
Santosh Kumar Sahoo
undefined

Amit Shah

ଅମିତ ଶାହଙ୍କ ଫେକ୍ ଭିଡିଓକୁ ନେଇ ଘମାସାନ ରାଜନୀତି। କଂଗ୍ରେସ ଉପରେ କଡ଼ା ଭାଷାରେ ବର୍ଷିଲେ ନିଜେ ଗୃହମନ୍ତ୍ରୀ ଶାହ। କହିଲେ ଫେକ୍ ଭିଡିଓ ଜରିଆରେ ମିଛ ପ୍ରଚାର କରୁଛି ହତାଶ କଂଗ୍ରେସ। ଅସଲି ଓ ଭାଇରାଲ୍ ହେଉଥିବା ନକଲି ଭିଡିଓ ଯାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ପଷ୍ଟୀକରଣ ରଖିବା ସହ, ଏହାକୁ ସେୟାର କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଅମିତ ଶାହ। ଗତବର୍ଷ ଏପ୍ରିଲ ୨୩ ତାରିଖରେ ତେଲେଙ୍ଗାନାର ଚେଭେଲ୍ଲାରେ ଶାହ କହିଥିଲେ ଯେ, ବିଜେପି ସରକାର କ୍ଷମତାକୁ ଆସିଲେ ଅସାମ୍ବିଧାନିକ ମୁସଲିମ ସଂରକ୍ଷଣକୁ ହଟାଇ ଦେବୁ। ତେଲେଙ୍ଗାନାର ଏସସି-ଏସଟି, ଓବିସିଙ୍କ ଅଧିକାର ତାଙ୍କୁ ମିଳିବ। କିନ୍ତୁ ଏହାକୁ ଏଡିଟ୍ କରି ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଉଥିଲା ।

Advertisment

ଆଜି ଗୌହାଟିରେ ସାମ୍ବାଦିକ ସମ୍ମିଳନୀରେ ଶାହ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ, ବିଜେପିର ୪ଶହ ପାର୍ ଲକ୍ଷ୍ୟରେ ଭୟଭୀତ ହୋଇ କଂଗ୍ରେସ ନକଲି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରୁଛି। ବିଜେପି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ସଂରକ୍ଷଣର ସୁରକ୍ଷା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ।

ସେପଟେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର୍ କରିଥିବା ଅଭିଯୋଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ନିଜ ମୋବାଇଲ ଫୋନ ସହ ମେ ୧ରେ ହାଜର ହେବା ପାଇଁ ସମନ୍ କରିଛି ଦିଲ୍ଲୀ ପୋଲିସର ସାଇବର୍ ସେଲ୍। ଅହମ୍ମଦାବାଦ ଓ ଆସାମର ୩ ଜଣ କଂଗ୍ରେସ ଓ ଆପ୍ କର୍ମୀ ଏହି ମାମଲାରେ ଗିରଫ ହୋଇଥିବା ସୂଚନା ମିଳିଛି । ତେଲେଙ୍ଗାନା ଯୁବ କଂଗ୍ରେସର ୧୬ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ ।

Advertisment

ଓଡ଼ିଶାରେ ବି ଶାହଙ୍କ ଫେକ୍ ଭିଡିଓକୁ ନେଇ ରାଜନୀତି ଘମାସାନ । ଗତକାଲି ବିଜେଡିର ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କୋଟପାଡ୍ ସଭାରେ ଏହି ପ୍ରସଙ୍ଗକୁ ଉଠାଇଥିଲେ।

ତେବେ ଫେକ୍ ଭିଡିଓ ଆଧାରରେ ଏଭଳି ଅପପ୍ରଚାରକୁ ନେଇ ବିଜେଡି ବିରୋଧରେ ଖଡ୍ଗହସ୍ତ ରାଜ୍ୟ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ ବିଜେଡିକୁ ତୀବ୍ର ସମାଲୋଚନା କରିଥିବା ବେଳେ, ପ୍ରଦୀପ ମାଝୀଙ୍କ ବିରୋଧରେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛି ବିଜେପି । ତେବେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନଥିବା ବେଳେ, ପୁରା ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ପ୍ରଦୀପ ମାଝୀ ।

BJD Amit Shah BJP Congress Fake Video Case
Advertisment
Advertisment