ବିଶ୍ୱରେ ପ୍ରଥମ ଥର ପାଇଁ ଶିମିଳିପାଳ ନିକଟରେ ହେବ କଳାବାଘ ସଫାରୀ। ହେଲେ କେମିତି ହେବ ଏହାର ରୂପରେଖ ? ଇନ୍ ବ୍ରିଡିଂ ଯୋଗୁ କଳାବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହ୍ରାସ ପାଉଥିବା ମହାବଳ ବଂଶକୁ କେମିତି ଦିଆଯିବ ସୁରକ୍ଷା ?
ଅଯୋଧ୍ୟାରେ ଭଗବାନ ରାମ, ରାମଲଲ୍ଲା ବା ବାଳକ ଭାବେ ପୂଜା ପାଉଛନ୍ତି। ହେଲେ ଆମ ଭାରତରେ ଖାଲି ଭଗବାନ ରାମ ନୁହଁନ୍ତି। ଭଗବାନ କୃଷ୍ଣ ମଧ୍ୟ ବାଳକ ରୂପେ ପୂଜା ପାଆନ୍ତି। ହେଲେ କେଉଁଠି ଆପଣ ଭିଡିଓ ଦେଖିଲେ ଜାଣିପାରିବେ..
ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ ।
ଶୀତଋତୁରେ ପ୍ରାୟ ସମସ୍ତେ ଗରମ ପାଣି ଉପରେ ବ୍ୟବହାର କରନ୍ତି। ଆପଣ ଯଦି ଗରମ ପାଣି ପାଇଁ ହିଟିଂ ରଡ୍ ବ୍ୟବହାର କରୁଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ଯଦି ଆପଣ ଏହିସବୁ ଜିନିଷ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ବଡ ଅସୁବିଧା ହୋଇପାରେ।
କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଦେଖାଦେଇଛି କେଁ । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଥିଲା । ଏବେ ପୁଣି ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି ।
କ୍ଷେତରେ ଲାଗିଛି ଧାଡିକି ଧାଡିି ଷ୍ଟ୍ରବେରୀ ଗଛ। ସବୁଜ ପତ୍ର, ଧଳା ଫୁଲ ସହ ପେନ୍ଥା ପେନ୍ଥା ହୋଇ ଫଳିଛି ଲାଲ୍ ଟହ ଟହ ଷ୍ଟ୍ରବେରୀ। ବାସ୍ନାରେ ମହକି ଯାଉଛି ସାରା ଅଂଚଳ।
ଷ୍ଟ୍ରବେରୀ..ଦିନେ ଓଡ଼ିଶାରେ ସ୍ୱପ୍ନ ଥିଲା ଏହି ବିଦେଶୀ ଫଳର ଚାଷ। ଜଳବାୟୁ ଓ ଅନୁକୂଳ ପରିବେଶ ଥିଲା ଚ୍ୟାଲେଞ୍ଜ। ହେଲେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସୁଆଦିଆ ଫଳର ଚାଷ ହେଉଛି।
ରାଜ୍ୟରେ ବାଲିକୁ ନେଇ ବିଚିତ୍ର ସ୍ଥିତି । ଗୋଟିଏ ପଟେ ମେସିନ୍ ଦ୍ୱାରା ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ ଲାଗିଛି, କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଥିବା ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କିଛି ସ୍ଥାନରେ ବେଧଡ଼କ କାରବାର ବି ଚାଲିଛି ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ୍ୟୁ ହୋଇଛି ।
ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଥିଲା କୋକେଇ ବନ୍ଧା। କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ।
ଯେତେବେଳେ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯାଏ, ଲୋକମାନେ ପ୍ରାୟତଃ ଭାବନ୍ତି ଯେ ବ୍ୟାଟେରୀ ଖରାପ ହୋଇଗଲା। କିନ୍ତୁ ଏଭଳି ଠିକ୍ ନୁହେଁ। ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯିବାର ଅନେକ କାରଣ ଅଛି। ଏଥିମଧ୍ୟରୁ କେତେକ ଯାନ୍ତ୍ରିକ କାରଣ ମଧ୍ୟ ଥାଇପାରେ, ଯାହାକୁ ଲୋକମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ।
ଯେଉଁ ବୟସରେ ପିଲା କଥା ପଦେ କହିବା ସହଜ ନୁହେଁ ସେହି ବୟସରେ ନିଜର ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଅୟଂଶ ରାଜ ଦାସ |
ମୃତକମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ ।
ଆଜି ଦିନ ୧୨ଟା ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିବେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ଣ ୧୨ଟା ୩୦ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ଏଇ ଆମ ଓଡ଼ିଶାରେ, କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ମିଛ ଶବ । ଗାଁ ଦାଣ୍ଡରେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। ଶବ ନାହିଁ ସତ କିନ୍ତୁ କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ ।
ସ୍ୱାଧୀନତାରେ ୭ ଦଶନ୍ଧି ପରେ ବି ଆଜି ଏମିତି ଅନେକ ଗାଁ ଗଣ଼୍ଡା ରହିଛି ଯେଉଁଠି ରାସ୍ତା ସମସ୍ୟା ନ କହିବା ଭଲ । ଏମିତି ଅନେକ ନଦୀ ଅଛି ଯାହାକୁ ପାର୍ କରିବା ପାଇଁ ପୋଲ୍ ନାହିଁ, ସାହା କେବଳ କାଠ ପୋଲ । ଆଉ କେଉଁଠି କେଉଁଠି ତ ପୋଲ ହିଁ ନାହିଁ ।
କଫି ଚାଷ ପାଇଁ ଚାଷୀମାନଙ୍କୁ ଆକୃଷ୍ଟ ଓ ସେମାନଙ୍କ ଅର୍ଥନୈତିକ ବିକାଶ ଲକ୍ଷ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। କୋରାପୁଟ କଫିର ସମ୍ପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତି ବି ନିଆଯାଇଛି। ଯାହାକୁ ନେଇ ଚାଷୀ ମହଲରେ ଉତ୍ସାହ ରହିଛି କିନ୍ତୁ ଦୁଇ ବର୍ଷ ତଳେ ଘୋଷଣା ହୋଇଥିବା କଫି ମିଶନ ଏହି ଜିଲ୍ଲାରେ କାର୍ଯ୍ୟକାରି ହୋଇ ପାରିନାହିଁ....
ସାଧନାକୁ ସ୍ୱୀକୃତି, କୃତୀକୁ ସମ୍ମାନ। କଳାକ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପାଇଁ ଏବର୍ଷ ୪ ଓଡ଼ିଆଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର।
ସାଧନାକୁ ସ୍ୱୀକୃତି, କୃତୀକୁ ସମ୍ମାନ। କଳାକ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପାଇଁ ଏବର୍ଷ ୪ ଓଡ଼ିଆଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ନାଁ ଘୋଷଣା ପରଠୁ ଚର୍ଚ୍ଚାରେ ରାଜ୍ୟର ଏ ଚାରି ହିରୋ।
ବିଶିଷ୍ଟ ସେବା ପାଇଁ ଓଡିଶା ପୋଲିସ ଆଧୁନିକୀକରଣର ADGP ସଞ୍ଜୟ କୁମାର, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଡ଼ିସନାଲ ଏସପି ରବୀନ୍ଦ୍ର ନାଥ ଶତପଥୀ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି।
ମିଳିଲାନି ଆମ୍ବୁଲାନ୍ସ। ଗାଡ଼ି ଭଡ଼ା ଦେବାକୁ ନଥିଲା ଟଙ୍କା। ତେଣୁ ବାପଘର ଲୋକେ ମହିଳାଙ୍କ ମୃତଦେହକୁ ୨୦ କିଲୋମିଟର କୋକେଇରେ ବୋହି ଶାଶୁ ଘରକୁ ନେଇଥିଲେ।
ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା ।
ନୂଆ ଓ' କାର୍ଯ୍ୟକ୍ରମ ପାଇଁ ପାଠକୁ ବଳି। କ୍ଲାସ ବନ୍ଦ କରି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଫତୱା। ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସଫଳ ପାଇଁ ପରୀକ୍ଷା ବାତିଲ । ନୂଆ ଓ' କାର୍ଯ୍ୟକ୍ରମ ପରେ କ୍ୟାମ୍ପସରେ ଦେଖିବାକୁ ମିଳିଛି ଏମିତି ସ୍ଥିତି । ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଏକ ଭାଇରାଲ ହ୍ବାଟସପ୍ ଚାଟ୍ ଦେଖିଲେ ତାହା ସ୍ପଷ୍ଟ ଜଣାପଡ଼ୁଛି ।
ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ସୁବିଧା ନଥିବାରୁ ଡାକ୍ତର ପଣ୍ଡାଙ୍କର ଏହି ଘରଟିକୁ ୪-୫ ମାସ ହେଲା ବ୍ୟବହାର କରାଯାଉଛି । ଏବେ ଉପର ମହଲାରେ ୨୦ ଜଣ ଛାତ୍ରୀ ରହୁଛନ୍ତି ।
ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ସୁବିଧା ନଥିବାରୁ ଡାକ୍ତର ପଣ୍ଡାଙ୍କର ଏହି ଘରଟିକୁ ୪-୫ ମାସ ହେଲା ବ୍ୟବହାର କରାଯାଉଛି । ଏବେ ଉପର ମହଲାରେ ୨୦ ଜଣ ଛାତ୍ରୀ ରହୁଛନ୍ତି ।