/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706340258.jpg)
Know the reasons why your phone battery is draining so fast
ଯେତେବେଳେ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯାଏ, ଲୋକମାନେ ପ୍ରାୟତଃ ଭାବନ୍ତି ଯେ ବ୍ୟାଟେରୀ ଖରାପ ହୋଇଗଲା। କିନ୍ତୁ ଏଭଳି ଠିକ୍ ନୁହେଁ। ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯିବାର ଅନେକ କାରଣ ଅଛି। ଏଥିମଧ୍ୟରୁ କେତେକ ଯାନ୍ତ୍ରିକ କାରଣ ମଧ୍ୟ ଥାଇପାରେ, ଯାହାକୁ ଲୋକମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ।
ଏପରି ପରିସ୍ଥିତିରେ, ଲୋକମାନେ ସିଧା ଏକ ନୂଆ ବ୍ୟାଟେରୀ କିଣିବାକୁ ଚାଲିଯାଆନ୍ତି ନଚେତ ନୂଆ ଫୋନ୍ କିଣିବାକୁ ସ୍ଥିର କରିନିଅନ୍ତି। କିନ୍ତୁ, ଏଠାରେ ଆମେ ଆପଣଙ୍କୁ ଏପରି ୫ ଟି ଫିଚର୍ ବିଷୟରେ କହିବୁ, ଯଦି ଆପଣ ଏସବୁକୁ ମୋବାଇଲ୍ରୁ ବନ୍ଦ କରିଦେବେ, ତେବେ ମୋବାଇଲ୍ ବ୍ୟାଟେରୀ ଅଧିକ ସମୟ ଯିବ।
ଏହି ଫିଚରଗୁଡିକ ସବୁବେଳେ ମଧ୍ୟ କାମରେ ଆସେ ନାହିଁ। ଏଗୁଡିକ ବନ୍ଦ କରିଦେଲେ କିଛି ଅସୁବିଧା ହେବନି। ଯେତେବେଳେ ଦରକାର ହେବ ଏସବୁକୁ ଅନ୍ କରି ଏହାର ଫାଇଦା ନେଇହେବ। ଆସନ୍ତୁ ସେଇ ଫିଚରଗୁଡିକ କ’ଣ ଜାଣିନେବା।
ସ୍କ୍ରିନ୍ ବ୍ରାଇଟ୍ନେସ୍:
ଡିସ୍ପ୍ଲେର ବ୍ରାଇଟ୍ନେସ୍ ମଧ୍ୟ ଫୋନର ବ୍ୟାଟେରୀ ଶୀଘ୍ର ସାରିଦେବାର ଅନ୍ୟତମ କାରଣ। ପ୍ରାୟ ଲୋକ ମୋବାଇଲ୍ ଡିସ୍ପ୍ଲେର ବ୍ରାଇଟ୍ନେସ୍କୁ ଖୁବ୍ ଅଧିକ ରଖନ୍ତି। ଏହି କାରଣରୁ, ବ୍ୟାଟେରୀର ବ୍ୟବହାର ବଢିଯାଏ ଏବଂ ଏହା ଶୀଘ୍ର ସରିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଏହାକୁ ଏପରି ଭାବେ ସେଟ୍ କରନ୍ତୁ ଯେ ଏହା ଆଖି ପାଇଁ ଆରାମଦାୟକ ହେବ ଏବଂ ଅଧିକ ହେବ ନାହିଁ। ଏହା ସହିତ ସ୍କ୍ରିନ୍ ଟାଇମଆଉଟ୍ ସେଟିଂକୁ ମଧ୍ୟ କମ୍ କରନ୍ତୁ।
ବ୍ୟାକ୍ଗ୍ରାଉଣ୍ଡ୍ ଆପ୍ସ୍ ବନ୍ଦ:
ଅନେକ ଆପ୍ସ ଫୋନର ବ୍ୟାକ୍ଗ୍ରାଉଣ୍ଡରେ ଚାଲୁଥାଏ, ଯାହାକୁ ଆପଣ ସେହି ସମୟରେ ବ୍ୟବହାର କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ସେସବୁ ବହୁ ବ୍ୟାଟେରୀ ଖର୍ଚ୍ଚ କରେଇଥାଏ। ଏହି ଆପ୍ସଗୁଡିକୁ ମଧ୍ୟ ବନ୍ଦ କରିବା ଉଚିତ। ଏହା ବ୍ୟତୀତ, ଅନେକ ଆପ୍ସ ବ୍ୟାକ୍ଗ୍ରାଉଣ୍ଡ୍ରେ ଅଟୋ-ଅପଡେଟ୍ ହୋଇଯାଆନ୍ତି, ତେଣୁ ଏସବୁକୁ ମଧ୍ୟ ବନ୍ଦ କରିବାକୁ ପଡିବ।
ଲୋକେସନ୍ ଶେୟାରିଂ ବନ୍ଦ:
ବିଶେଷକରି ଆଇଫୋନ୍ରେ ଲୋକେସନ୍ ଶେୟାରିଂ ଦ୍ୱାରା ବ୍ୟାଟେରୀ ଶୀଘ୍ର ସରିଥାଏ। ଏପରି ପରିସ୍ଥିତିରେ, ପ୍ରତ୍ୟେକ ଆପ୍ପ ପାଇଁ ଲୋକେସନ୍ ଶେୟାରିଂ ଠାରୁ ଦୂରେଇ ରହିବା ଉଚିତ। ଏହାକୁ ବନ୍ଦ କରିବାକୁ ହେଲେ ସେଟିଂକୁ ଯାଆନ୍ତୁ ଏବଂ ପ୍ରାଇଭେସୀ ଉପରେ ଟ୍ୟାପ୍ କରନ୍ତୁ। ଏହାପରେ ଲୋକେସନ୍ ସର୍ଭିସ୍ ଉପରେ ଟ୍ୟାପ୍ କରନ୍ତୁ। ତା’ପରେ Always ବଦଳରେ App using ଅପ୍ସନ୍ ଚୟନ କରନ୍ତୁ।
WiFi ଅପ୍ସନ ବ୍ୟାଟେରୀ ସଞ୍ଚୟ କରେ:
ଯେତେବେଳେ ଫୋନରେ ଇଣ୍ଟରନେଟ୍ର ବ୍ୟବହାର ଏକ ସେଲୁଲାର୍ ନେଟ୍ୱାର୍କ ଉପରେ ହୁଏ, ସେତେବେଳେ ଏହା ଅଧିକ ବ୍ୟାଟେରୀ ଖର୍ଚ୍ଚ କରେ। ଯେତେବେଳେ WiFi ନେଟ୍ୱାର୍କରେ ଫୋନରେ ଇଣ୍ଟରନେଟ୍ ବ୍ୟବହାର କରାଯାଏ ତାହା କମ୍ ବ୍ୟାଟେରୀ ଖର୍ଚ୍ଚ କରେ। ଏପରି ପରିସ୍ଥିତିରେ ଯଦି WiFiର ବ୍ୟବସ୍ଥା ଅଛି ତେବେ କେବଳ WiFi ମାଧ୍ୟମରେ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।
ପୁସ୍ ନୋଟିଫିକେସନ୍କୁ ସୀମିତ କରିବା:
ବ୍ରେକିଙ୍ଗ୍ ନ୍ୟୁଜ୍ ଠାରୁ ଆରମ୍ଭ କରି ଡେଲିଭରି ଆପ୍ ପର୍ଯ୍ୟନ୍ତ, ପୁସ୍ ନୋଟିଫିକେସନ୍ଗୁଡିକ କ୍ରମାଗତ ଭାବରେ ଫୋନରେ ଆସେ। କିନ୍ତୁ, ଏହି ନୋଟିଫିକେସନ୍ଗୁଡିକ ଦ୍ୱାରା ବ୍ୟାଟେରୀ ବ୍ୟବହାର ବହୁତ ଅଧିକ ହୁଏ। ଏପରି ପରିସ୍ଥିତିରେ, ସେସବୁକୁ ସୀମିତ କରନ୍ତୁ ଏବଂ କେବଳ ସେହି ନୋଟିଫିକେସନ୍ଗୁଡିକୁ ଅନୁମତି ଦିଅନ୍ତୁ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)