• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘର ଭାଙ୍ଗି ପଶିଗଲା ଦନ୍ତା । ପରେ ଦୁଇ ଜଣଙ୍କ ନେଲା ଜୀବନ । ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଏପରି ଅଘଟଣ ଘଟିଛି । ଦୁଇ ଜଣଙ୍କୁ ଦନ୍ତା ହାତୀ ଦଳିଦେବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମୃତକମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ । ଜୀବନ ବିକଳରେ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

  • Reported by:
  • Sidharth Guru