Advertisment

କାନ୍ଦବୋବାଳି ପଡ଼ିଲା, କୋକେଇ ଉଠିଲା; କିନ୍ତୁ ମଣିଷ ନଥିଲା..

ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଥିଲା କୋକେଇ ବନ୍ଧା। କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ।

author-image
Manoranjan Behera
Bhadrak

Bhadrak

ଗାଁ ଦାଣ୍ଡରେ ହଜିଲା ମଣିଷର ଦୁଆର ଆଗରେ, ସମ୍ପର୍କୀୟ ୬ ଖଣ୍ଡ ବାଉଁଶରେ କୋକେଇ ବାନ୍ଧିଲେ । ସତ କୋକେଇରେ ମିଛ ଶବକୁ ବୋହି, ମଶାଣି ନେଲେ । ଶବ ନେଇ ଗଲା ବେଳେ ରାସ୍ତା ସାରା ‘ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ’ ତୁଣ୍ଡେ ଧରନ୍ତି । ଦୁନିଆ ଯେତେ ଆଧୁନିକ ହୋଇ ଯାଉନା କାହିଁକି ଆଜି ବି ବଞ୍ଚିଛି ଓଡ଼ିଆଙ୍କ ଆସ୍ଥା, ଧର୍ମୀୟ ବିଶ୍ୱାସ । ସେଇଥି ପାଇଁ ତ ଆତ୍ମୀୟଙ୍କ ଆତ୍ମାର ଶାନ୍ତି ପାଇଁ ଏମିତି ମିଛ ଶବର ବି ସତ୍କାର କରନ୍ତି । ଭଦ୍ରକ ଜିଲ୍ଲା ଅସ୍ତଳ ନରିପୁର ଗାଁର ବିଦ୍ୟାଧର ଦାସଙ୍କ ଆତ୍ମା ଶାନ୍ତି ପାଇଁ ତାଙ୍କ ମିଛ ଶବକୁ ଦାହ କରାଯାଇଛି ।

Advertisment

ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଥିଲା କୋକେଇ ବନ୍ଧା। କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ। ସତ କୋକେଇ ମିଛ ଶବ, କିନ୍ତୁ ସତରେ ଚାଲିଛି ଶୁଦ୍ଧିକ୍ରିୟା ଓ କସା ଭାତ ରୋଷେଇ ଆଉ ତାହାପୁଣି ହିନ୍ଦୁ ରୀତିନୀତି ଅନୁସାରେ। ତେବେ ଘଟଣା ଯେତିକି ଆଶ୍ଚର୍ଯ୍ୟ ସେତିକି ସମ୍ବେଦନଶୀଳ ମଧ୍ୟ। ପରିବାର ମୁଖିଆଙ୍କୁ ହରାଇବାର ଦୁଃଖ ଅନୁଭଵରେ ମ୍ରିୟମାଣ ହୋଇଛନ୍ତି ପରିବାର ବର୍ଗ। ତେବେ ଶବ ସତ୍କାର ପାଇଁ କୋକେଇରେ ବନ୍ଧା ହୋଇଥିବା ଶବ ବାସ୍ତବରେ ଶବ ନ ଥିଲା ସେ ଥିଲା ଶବର ପ୍ରତିଛବି ତଥା ନଡ଼ାରେ ତିଆରି କୁଶପୁତ୍ତଳିକା।

ଦୀର୍ଘ ୨୦ ବର୍ଷ ତଳେ ୨୦୦୪ ରେ ଭଦ୍ରକ ଅସ୍ତଳ ନରିପୁର ଅଂଚଳର ଗଗନ ଦାସଙ୍କ ବାପା ବିଦ୍ୟାଧର ଦାସ ଘର ଛାଡ଼ି କୁଆଡେ ପଳାଇ ଯାଇ ଆଉ ଘରକୁ ଫେରି ନ ଥିଲେ । ସେଦିନ କିନ୍ତୁ ପରିବାର ବର୍ଗ ବହୁ ଖୋଜା ଖୋଜି କଲା ପରେ ବିଦ୍ୟାଧରଙ୍କୁ ପାଇ ନ ଥିଲେ ଆଉ ତାଙ୍କ ଫେରିବା ବାଟକୁ ଚାହିଁ ତାଙ୍କ ପତ୍ନୀ ବିନୋଦିନୀ ଦାସ ଗତ ୧୯-୦୩-୨୦୧୩ ମସିହାରେ ପ୍ରାଣତ୍ୟାଗ କରିଥିଲେ ।

Advertisment

ବାପାଙ୍କ ଫେରିବା ବାଟକୁ ଅପେକ୍ଷା କଲାପରେ ଶେଷରେ ପୁଅମାନେ ବାପା ଆଉ ନାହାନ୍ତି ଭାବି ତାଙ୍କର ଅନ୍ତିମ ସଂସ୍କାର କରିବାକୁ ସ୍ଥିର କଲେ । ଜ୍ୟୋତିର୍ବିଦଙ୍କ ପରାମର୍ଶ କ୍ରମେ ବିଦ୍ୟାଧରଙ୍କ ଶବ ସତ୍କାର ପାଇଁ ପରିବାରଙ୍କ ତରଫରୁ ଆୟୋଜନ କରଯାଇଥିଲା । ଗୁରୁବାର ସାହିପଡିଶାଙ୍କ ସହ ପରିବାରବର୍ଗଙ୍କ ଉପସ୍ଥିତିରେ କୋକେଇରେ କୁଟାରେ ତିଆରି କୁଶ ପୁତ୍ତଳିକାକୁ ନେଇ ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ ଓ ହରିବୋଲ ପକାଇ ସ୍ଥାନୀୟ ଗାନ୍ଧିପଡ଼ିଆ ସ୍ଥିତ ଶ୍ମଶାନକୁ ନେଇ ହିନ୍ଦୁରୀତି ଅନୁସାରେ ଶବ ସତ୍କାର କରଯାଇଥିଲା। ତେବେ ଏଭଳି ଶବ ସତ୍କାର ପ୍ରଥା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବାପାଙ୍କୁ ମୁଖାଗ୍ନୀ ଦେଇ ହିନ୍ଦୁ ରୀତିନୀତି ପରମ୍ପରା ଅନୁଯାୟୀ ଦଶାହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ବୋଲି ପୁଅ ଗଗନ ଦାସ କହିଛନ୍ତି କହିଥିଲେ।

ତେବେ ନରିପୁରରେ ଏଭଳି ଏକ ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଭାବବିହ୍ଵଳ ବି କରିଛି ।

Superstition Funeral Special Story
Advertisment
Advertisment