Advertisment

ଉଲ୍ଲେଖନୀୟ ସେବା,ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ବିଶିଷ୍ଟ ସେବା ପାଇଁ ଓଡିଶା ପୋଲିସ ଆଧୁନିକୀକରଣର ADGP ସଞ୍ଜୟ କୁମାର, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଡ଼ିସନାଲ ଏସପି ରବୀନ୍ଦ୍ର ନାଥ ଶତପଥୀ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି।

author-image
Manoranjan Behera
Police Medals On Republic Day

Police Medals On Republic Day

ଉଲ୍ଲେଖନୀୟ ସେବା, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି। ସାହାସିକତା ପୁରସ୍କାର ପାଇଁ ଚନ୍ଦକା SOG ସୁବେଦାର ପ୍ରହଲ୍ଲାଦ ହିମିରିକା, SOG SI ସନ୍ତୋଷ କୁମାର ଗୁରୁ, କୋରାପୁଟ ତୃତୀୟ ବାଟାଲିୟନର ସୁନୀଲ କୁମାର ବରିହା, ବରଗଡ଼ କନଷ୍ଟେବଳ ସୁଜିତ କୁମାର ରାଣା ରାଷ୍ଟ୍ରପତି ପୋଲିସ ପଦକ ପୁରସ୍କାର ପାଇଛନ୍ତି।

Advertisment

ବିଶିଷ୍ଟ ସେବା ପାଇଁ ଓଡିଶା ପୋଲିସ ଆଧୁନିକୀକରଣର ADGP ସଞ୍ଜୟ କୁମାର, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଡ଼ିସନାଲ ଏସପି ରବୀନ୍ଦ୍ର ନାଥ ଶତପଥୀ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଜୟପୁର ଭିଜିଲାନ୍ସ ଏସପି ବେଣୁଧର ନାୟକ, ସ୍ପେଶାଲବ୍ରାଞ୍ଚ ଅତିରିକ୍ତ ଏସପି ଅନନ୍ତ ଚରଣ ପତି, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଏସପି ରାଜୀବ ଲୋଚନା ପଣ୍ଡା, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଡିଏସପି ଅମିତା ତ୍ରିପାଠୀ, ଏସିପି ଉମାକାନ୍ତ ପ୍ରଧାନ, ଏସଆଇ ଦିଲ୍ଲୀପ ନାୟକ, ଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ହାଭିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତିର୍କୀ, କନଷ୍ଟେବଳ ସୁଶାନ୍ତ ମାଝୀ ରାଷ୍ଟ୍ରପତି ପଦକ ପାଇଛନ୍ତି।

ସେହିପରି ସମ୍ମାନଜନକ ରାଜ୍ୟପାଳ ପଦକ ପାଇଁ କ୍ୟାଟାଗୋରୀ ୧ ରେ ପୂର୍ବାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ଏବଂ କ୍ୟାଟାଗୋରୀ ୨ ରେ ଗଂଜାମ ଏସପି ଜଗମୋହନ ମିନା, ସମ୍ବଲପୁର ଏସପି ମୁକେଶ ଭାମୁ ଏବଂ କ୍ୟାଟାଗୋରୀ ୩ରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର, କମିଶନରେଟ ପୋଲିସ ଏସିପି ମାନସ ଗଡନାୟକ ସମ୍ମାନଜନକ ପୁରସ୍କାର ପାଇଛନ୍ତି । ସେହିପରି କ୍ୟାଟାଗୋରୀ ୪, ୫, ୬ ଓ ୭ରେ ମଧ୍ୟ ସେବା ପାଇଁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି । 

Advertisment
Police Medals Police Medals On Republic Day
Advertisment
Advertisment