ଗାଁ ଦାଣ୍ଡରେ..... ହଜିଲା ମଣିଷର ଦୁଆର ଆଗରେ, ସମ୍ପର୍କୀୟ ୬ ଖଣ୍ଡ ବାଉଁଶରେ କୋକେଇ ବାନ୍ଧନ୍ତି । ସତ କୋକେଇରେ ମିଛ ଶବକୁ ବୋହି, ମଶାଣି ନିଅନ୍ତି । ଶବ ନେଇ ଗଲା ବେଳେ ରାସ୍ତା ସାରା... ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ ତୁଣ୍ଡେ ଧରନ୍ତି... ଦୁନିଆ ଯେତେ ଆଧୁନିକ ହୋଇ ଯାଉନା କାହିଁକି....ଆଜି ବଞ୍ଚିଛି ଓଡ଼ିଆଙ୍କ ଆସ୍ଥା, ଧର୍ମୀୟ ବିଶ୍ୱାସ । ସେଇଥି ପାଇଁ ତ ଆତ୍ମୀୟଙ୍କ ଆତ୍ମାର ଶାନ୍ତି ପାଇଁ ଏମିତି ମିଛ ଶବର ବି ସତ୍କାର କରନ୍ତି । ଠିକ୍ ଯେମିତି ଭଦ୍ରକ ଜିଲ୍ଲା ଅସ୍ତଳ ନରିପୁର ଗାଁର ବିଦ୍ୟାଧର ଦାସଙ୍କ ଆତ୍ମା ଶାନ୍ତି ପାଇଁ ତାଙ୍କ ମିଛ ଶବକୁ ଦାହ କରାଯାଇଛି....
Published By: Santosh Kumar Sahoo
Last updated: 27 January 2024, 08:49 AM IST
ସ୍ୱାଧୀନତାରେ ୭ ଦଶନ୍ଧି ପରେ ବି ଆଜି ଏମିତି ଅନେକ ଗାଁ ଗଣ଼୍ଡା ରହିଛି ଯେଉଁଠି ରାସ୍ତା ସମସ୍ୟା ନ କହିବା ଭଲ । ଏମିତି ଅନେକ ନଦୀ ଅଛି ଯାହାକୁ ପାର୍ କରିବା ପାଇଁ ପୋଲ୍ ନାହିଁ, ସାହା କେବଳ କାଠ ପୋଲ । ଆଉ କେଉଁଠି କେଉଁଠି ତ ପୋଲ ହିଁ ନାହିଁ ।