ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ ।
ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ ।
ଏଥର ପଣା ସଂକ୍ରାନ୍ତି କେବେ ? ଏପ୍ରିଲ ୧୩ ନା ୧୪ ତାରିଖ ?.. ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଏ ଦ୍ୱନ୍ଦ୍ୱ ଏଥିପାଇଁ ଯେ, ବିଭିନ୍ନ ପଞ୍ଜିକାରେ ପଣା ସଂକ୍ରାନ୍ତିକୁ ନେଇ ରହିଛି ଭିନ୍ନ ଭିନ୍ନ ତାରିଖ ।
ନୂଆଁ ବର୍ଷରେ ପର୍ଯ୍ୟଟକମାନେ ଆସି ବଣଭୋଜୀ କଲେ ...ପର୍ଯ୍ୟଟନସ୍ଥଳୀ ସବୁ ଅଳିଆ ଆବର୍ଜନା ହେବା ସହ ସବୁ ଆଡେ ଖାଲି ପଲିଥିନ ଆଉ ପଲିଥିନ୍ ପଡିଲା... ଏହା ପାଇଁ ଜିଲ୍ଲା ଯେମିତି ବାହାରେ ବଦନାମ ନ ହେବ ସେଥି ପାଇଁ ଆଗେଇ ଆସିଛନ୍ତି ୭୦ ଜଣ ଯୁବକ ଯୁବତୀ...
ଚାନ୍ଦବାଲି ତହସିଲ ପ୍ରଶାସନର ପାତରଅନ୍ତର ନୀତି ... ଜବରଦଖଲ ଉଚ୍ଛେଦରେ କାହାର ଘର ଭାଙ୍ଗିଲେ ତ ଆଉ କାହା ଘରେ ହାତ ବି ମାରିଲେନି ପ୍ରଶାସନିକ ଅଧିକାରୀ ...ଏ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ...
ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ଶୁଆଇ ଦିଆଯାଇଥିଲା।
ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ପାଟି ଚୁପ୍ ... ମାମଲା ନେଇ ମୁହଁ ଖୋଲୁନି କମିଶନରେଟ ପୋଲିସ ... ପୋଲିସର ନୀରବତା ଦେଖି ତାଜୁବ ଅଭିଯୋଗକାରୀ ... ଗତ ଜାନୁଆରୀ ୩୧ରେ ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ତଦନ୍ତ ଆଗକୁ ବଢିନଥିବା ଅଭିଯୋଗ ହୋଇଛି..
ଗତ ୨ ତାରିଖରେ ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ।
ଇସାରା ଇସାରାରେ ପ୍ରେମ... ଠରାଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି ।
ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାମ୍ପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା ।
ପୂର୍ବରୁ ତୁରେକେଲା ଥାନା ତେନ୍ତୁଳିଖୁଣ୍ଟିର ଦାଦନ ସର୍ଦ୍ଦାର ସମାରୁ ନାୟକ ଜରିଆରେ ଇଟାଭାଟି ମାଲିକ ଠାରୁ ୮୦ ହଜାର ଟଙ୍କା ବଇନା ନେଇଥିଲେ । କିଛିଦିନ କାମ କରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନୁ ।
ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି..ପୂରା ଗାଁ ଆତଙ୍କିତ.
ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି । ମହାନ୍ତିକୁ ଲିଭାଇ ମହତାବ କରାଯାଇଥିଲା । ସେହିପରି ଭଦ୍ରକ ବନ୍ତ ଛକ ରାସ୍ତାକଡ଼ ପାଚେରିରେ ସୌନ୍ଦର୍ଯ୍ୟକରଣ ପାଇଁ ମହାପୁରୁଷ ମାନଙ୍କ ଚିତ୍ର ସ୍ଥାନୀତ କରାଯାଇଛି ।
ପାହାଡ଼ ଚଢ଼ନ୍ତୁ..ସୁସ୍ଥ ରୁହନ୍ତୁ..ଏଭଳି ବାର୍ତ୍ତା ନେଇ ଚାଲିଛି କାର୍ଯ୍ୟକ୍ରମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁର ସହରରେ ଅନୁଷ୍ଠିତ ହୋଇଛି ପାହାଡ଼ ଚଢ଼ା କାର୍ଯ୍ୟକ୍ରମ । ଛୋଟ ପିଲା, ଯୁବକ ଯୁବତୀ ସମସ୍ତେ ହୋଇଛନ୍ତି ସାମିଲ୍ ।
ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ଦୁଆର ମୁହଁରେ ସେହି ମେହନତି ମଣିଷଙ୍କ ଶବ ପଡ଼ିଛି, ତେଲ ଲୁଣର ସଂସାର ଆଜି ଉଜୁଡ଼ିଯିବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ।
ବଲାଙ୍ଗିର ବେଲପଡ଼ାରେ ପୁଣି ଦାଦନର ଦୟନୀୟ କାହାଣୀ। ଅସୁସ୍ଥତା ପାଇଁ ଆନ୍ଧ୍ରରୁ ବାପା ପଳାଇ ଆସିବାରୁ ସର୍ଦ୍ଦାର ହାତରେ ବନ୍ଧା ପଡ଼ିଛି ଝିଅ। ଜମିବାଡ଼ି ବିକି ୫୦ ହଜାର ଦେବା ପରେ ବି ନମୁକୁଳିବାରୁ ଝୁରି ଝୁରି ମଲା ବାପା..
ମହାପ୍ରଭୁ ଜଗନ୍ନାଥଙ୍କ ନୀତିରେ ପୁଣି ମହାବିଭ୍ରାଟ। କାଲି ରାତିରେ ପହୁଡ଼ ନହୋଇ ଅନିଦ୍ରା ରହିଲେ ଦିଅଁ। ଭୋଗମଣ୍ଡପରେ ରାତିତମାମ ପଡ଼ି ରହିଲା ଶହ ଶହ କୁଡୁଆ ମହାପ୍ରସାଦ। ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ। ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ
ଭୁବନେଶ୍ୱର ଏମ୍ସରେ ଆହୁରି ସରଳ ହେଲା କ୍ୟାନସର ଚିକିତ୍ସା ଲାଗିଲା ନୂଆ ମେସିନ୍ HELA। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି।
ସଂଧ୍ୟା ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିଲା । ଜଣେ ବ୍ୟକ୍ତି ଏକ ପ୍ୟାକେଟ୍ରୁ କିଛି ଖାଉଥିବା ସେଠାରେ ଉପସ୍ଥିତଥିବା ଲୋକମାନେ ଦେଖିଥିଲେ ।
କେବଳ ଫୁଲ ନୁହଁ ୩ ଏକର ଜମିରେ କୋବି ଚାଷ କରି ବି ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ବଡମ୍ବା ବ୍ଲକ ମାନପୁର ଗାଁର ମହିଳା ଗୋଷ୍ଠୀ ମାନେ ଏକଜୁଟ ହୋଇ ଏହାର ଲାଭ ଉଠାଉଛନ୍ତି। ତେବେ କୋବି ଗୁଡିକୁ ପାଖ ମାର୍କେଟ ସହ ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକ ଭଳି ସହରକୁ ମଧ୍ୟ ପଠାଇ ଭଲ ଦୁଇ ପଇସା ଲାକ୍ଭ କରୁଥିବା କହିଛନ୍ତି ମହିଳା।
ପଥର ଉପରେ ଫୁଟେ ଚଉଡା ଓ ୨ରୁ ୩ ଫୁଟ ଗଭୀର ଥିବା ଏଇ କୁଣ୍ଡର ପାଣି ବର୍ଷସାରା କେବେ ମଧ୍ୟ ଶୁଖିନଥାଏ । ଯେଉଁଥିପାଇଁ ଏଇ ଋଷିକୁଣ୍ଡରେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଜମିଥାଏ । ହେଲେ ଏହି ଐତିହାସିକ ପୀଠର ବିକାଶ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ ।
ପ୍ରଥମେ ବାପା, ମାଆ ତା ପରେ ପରେ ବଡ ଭାଇ, ଯାହା ମୁଁହ ଟିକେ ଚାହିଁ ଦିନ କାଟୁଥିଲେ ଶେଷରେ ସେ ଜେଜେମାଆ ବି ଏକା କରିଛାଡିଗଲା । ଆଉ ଏବେ ସମଜ ଓ ପରମ୍ପରା ନନ୍ଦିନୀଙ୍କ ବୋଝ ଉପରେ ନଳିତା ବିଡା ପାଲଟିଛି ।
ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି ।