୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ତାତି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏଭଳି ସ୍ଥିତିରେ ପଶୁପକ୍ଷୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି ହେଲେ ସମ୍ବଲପୁର ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ମହଙ୍ଗା ପଡ଼ିବ ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ପୋଷ୍ଟିଂ କରିବା । ଧରା ପଡ଼ିଲେ ଭୋଗିବାକୁ ପଡ଼ିବ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ।
ପ୍ରଥମେ ଲୋକମାନେ ଅଫିସ୍ ଘେରାଉ କରିବା ପରେ ସାଙ୍ଗରେ ଚିକିତ୍ସା ପାଇଁ ଆଣିଥିବା ଗୃହପାଳିତ ପଶୁଙ୍କୁ ସେଠି ବାନ୍ଧିଛନ୍ତି । ପ୍ରାଣୀ ଚିକିତ୍ସକ ୪ ଦଫା ଦାବିରେ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ପ୍ରାଣୀ ଚିକିତ୍ସା ଏକ ପ୍ରକାର ଠପ୍ ହୋଇପଡ଼ିଛି ।
ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ ।
ସିନେମାକୁ ଭଲ ପାଉଥିବା ପ୍ରତିଟି ଦର୍ଶକଙ୍କ ପାଇଁ ସବୁଠୁ ବେଷ୍ଟ ଫିଲ୍ମ । ଆପଣ ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ କି ବର୍ତ୍ତମାନ ସମୟରେ ବଲିଉଡ୍ ଅଭିନେତା ମାନେ ଏତେ ଭଲ ଅଭିନୟ କେମିତି କରିପାରିବେ ?