Advertisment

ହସ୍ପିଟାଲରେ ମିଳିଲାନି ବେଡ୍, ଅପରେସନ ପରେ ଚଟାଣରେ ଶୋଇଲେ ୨୯ ମହିଳା

ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ଶୁଆଇ ଦିଆଯାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Medical Negligence: Patients Forced To Sleep On Floor at Kendrapada

Patients Forced To Sleep On Floor

ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର କରୁଣ ଚିତ୍ର। ଡାକ୍ତରଖାନାରେ ବେଡ୍ ନମିଳିବାରୁ ଚଟାଣରେ ଶୋଇଲେ ରୋଗୀ।ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ଜଣେ ମହିଳା ତଳେ ଶୋଇଥିଲେ। କେନ୍ଦ୍ରାପଡ଼ା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଗତକାଲି ଫ୍ୟାମିଲି ପ୍ଲାନିଂ ଅପରେସନ୍ ପାଇଁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୯ ଜଣ ମହିଳାଙ୍କୁ ଅଣାଯାଇଥିଲା। ହେଲେ ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ମହିଳା ମାନେ ଅପରେସନ୍ ପରେ ଶୋଇବାକୁ ପଡ଼ିଥିଲା।

ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟ ଓ ସେମାନଙ୍କୁ ନେଇ ଆସିଥିବା ଆଶା କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ କହିଛନ୍ତି ମେଡିକାଲରେ ନିର୍ମାଣ କାର୍ଯ୍ୟ ଚାଲିଛି ଓ ବେଡ୍ ର ସୁବିଧା ନଥିବାରୁ ମହିଳା ଚଟାଣରେ ଏଭଳି ଶୋଇଥିଲେ।

Advertisment
Health Department Family Planning Surgery
Advertisment
Advertisment