ସିଏ ପାଖରେ ଥିଲେ ଶହେ ସିଂହର ବଳ ଆସିଯାଏ.. ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଟିରେ ଖାଦ୍ୟ ଦିଅନ୍ତି.. ପ୍ରତି ଦିନ କଷ୍ଟ ଯନ୍ତ୍ରଣାର ବୋଝକୁ ଛାତିରେ ଚାପି ପିଲାର ସୁନେଲି ଭବିଷ୍ୟତ ପାଇଁ ଯିଏ ରକ୍ତକୁ ପାଣି କରି ଖଟିଥାଏ ସେ ହେଉଛନ୍ତି ବାପା.. ଏମିତି ବାପାର ପୁଅ ଜୀବନ ସଂଘର୍ଷରେ କେବେ ହାରିପାରେନା..
ପ୍ରଥମେ ବାପା, ମାଆ ତା ପରେ ପରେ ବଡ ଭାଇ, ଯାହା ମୁଁହ ଟିକେ ଚାହିଁ ଦିନ କାଟୁଥିଲେ ଶେଷରେ ସେ ଜେଜେମାଆ ବି ଏକା କରିଛାଡିଗଲା । ଆଉ ଏବେ ସମଜ ଓ ପରମ୍ପରା ନନ୍ଦିନୀଙ୍କ ବୋଝ ଉପରେ ନଳିତା ବିଡା ପାଲଟିଛି ।
ଅଭାବ ଆଗରେ ହାର୍ ମାନିଛି ଭିକ୍ଟର । ଟଙ୍କା ନାହିଁ ବୋଲି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ । ହେଲେ ମନ ମରିନାହିଁ । ପେଟ ପାଇଁ ଗାଁରେ ମୂଲିଆ ହୋଇ ଖଟୁଛନ୍ତି ସିନା ପାଠ ପଢ଼ି ଭଲ ମଣିଷଟେ ହେବାକୁ ଲକ୍ଷ୍ୟ ନେଇ ସମୟକୁ ଅପେକ୍ଷା କରିଛନ୍ତି....
ଆମ ସାର ଜଣେ ଦିବ୍ୟାଙ୍ଗ ହୋଇ ବି ନିୟମିତ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କ ପରି ମୁଁ ବି ପାଠ ପଢି ଜଣେ ମାଷ୍ଟର ହେବି, ପିଲାଙ୍କୁ ପାଠ ପଢ଼ାଇ ଭଲ ବୁଦ୍ଧି ଶିଖାଇବି। ଏଭଳି ସ୍ବପ୍ନ ଦେଖିଛି ଜଣେ ଦିବ୍ୟାଙ୍ଗ ଛାତ୍ର ମୁନା ମାଳବିଷୋୟୀ ।
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା ।
ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର । ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ ବେଶ ଚର୍ଚ୍ଚାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ ।
ୟୁଟ୍ୟୁବ୍ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍ ରହିଛି ୨ ଲକ୍ଷରୁ ଅଧିକ ।
୧୩ ବର୍ଷ ହେଲାଣି ନା ଛାତ୍ରୀ ନିବାସ କୋଠା ନିର୍ମାଣ କାମ ସରୁଛି ନା ଛାତ୍ରୀମାନଙ୍କ ପାଇଁ ରହଣି ସୁବିଧା ହେଉଛି । ଠିକାଦାର କୋଠାଟିକୁ ନିମ୍ନ ମାନର କାମ କରିଥିବାରୁ ଏବେ ଏହା ପିଲାଙ୍କ କାମରେ ଆସୁନି ବୋଲି ଅଭିଯୋଗ ହୋଇଛି ।
ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା
ଗ୍ରାମବାସୀଙ୍କ ଗୋଟେ କଥା ଶୁଣିଲେନି.. ମନଇଚ୍ଛା ନିମ୍ନମାନର କାମ କରିଦେଲେ.. ଏବେ ବେକାର ପଡ଼ିଛି ପ୍ରକଳ୍ପ
ଏବେ ବି ଅପହଞ୍ଚ ଗଜପତି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳ । ନେଟୱର୍କ୍ ନ ଥିବାରୁ ପାହାଡ ଉପରେ ଚାଲିଛି ଜନ ସେବା କେନ୍ଦ୍ର । ଜନ ସାଧାରଣ ବ୍ୟାଙ୍କିଙ୍ଗ ସେବା ସମେତ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ମନରେଗା ଯୋଜନାରେ ଆସୁଥିବା ଟଙ୍କା ଉଠାଣ, ମୋବାଇଲ୍ ଓ ଟିଭି ରିଚାର୍ଜ ଭଳି ସେବା ପାଇବା ପାଇଁ ୧ କିମି ପାହାଡ ଚଢ଼ିବାକୁ ପଡୁଛି..
ଘରର ଦାଣ୍ଡ ଦୁଆରେ ବହିରେ ଆଙ୍ଗୁଳି ଧରି ଭାଇକୁ ପାଠ ପଢାଇବା ସହ ନିଜେ ବି ପଢୁଛି କୁନି ଝିଅ। ଦୁଃଖ ଏତିକିରେ ସରିନି। ବାପା-ମାଆ ଯିବା ପରେ ଅନାଥ ହୋଇଯାଇଥିବା ଏଇ ଦୁଇ କଅଁଳ ପିଲାଙ୍କ ଆଖିରେ ପୂଳାପୂଳା ସ୍ୱପ୍ନ ଭର୍ତ୍ତି ହୋଇ ରହିଛି। ହେଲେ ତାକୁ ବାସ୍ତବ ରୂପ ଦେବାକୁ ସାହା ହେବ କିଏ?
ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି।
ଏ ତିନି ଭଉଣୀଙ୍କ ସଂଘର୍ଷ ଦେଖିଲେ ଆପଣ ବି ତୁନି ହୋଇପଡ଼ିବେ। ଦିନରେ ବିଲରେ କାମ କରୁଛନ୍ତି...ସଂଧ୍ୟା ହେଲେ ଘରେ ବହି ଧରି ବସୁଛନ୍ତି। ବାପା ଚାଲିଯିବା ପରେ ଅସହାୟ ହୋଇପଡ଼ିଛନ୍ତି ତିନି ଭଉଣୀ, ହେଲେ ହାର ମାନିନାହାନ୍ତି...ନିଜ ରୋଜଗାର ଟଙ୍କାରେ ପାଠ ପଢିବା ସହ ବୁଢୀ ମାଆ ମୁହଁରେ ଦେଉଛନ୍ତି ଆହାର
ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ଷ୍ଟିକ୍ । ବେଆଇନ ଜିନିଷ ଚାଲାଣ ହେଲେ ସହଜରେ ଠାବ କରିହେବ ।
ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।
ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା ।
ପଟାଙ୍ଗିରୁ ସମ୍ବାଇ ଦେଇ ଆରୁକୁ ଗାଡି ଚଳାଚଳ ଠପ୍ । ପାହାଡି ନଦୀରେ ବନ୍ୟାପାଣି ଆସିବାରୁ ଧୋଇଗଲା ଅସ୍ଥାୟୀ ବ୍ରିଜ୍ ।
ଇଶ୍ରିତା ପଣ୍ଡା । ଘର ଗଜପତିର ଅଡ଼ବା ଗାଁରେ । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା ।
୬ଟି ଗାଁରେ ଜଳ ବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ । ରାଜଖମା ନିକଟ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ।
ଗାଁରେ ଝାଡ଼ାବାନ୍ତିି ବ୍ୟାପିବା ପରେ ପାଣି ନମୁନା ପରୀକ୍ଷା ହୋଇଥିଲା । ଗାଁର କିଛି କୂଅ, ନଳକୂଅ ସହ ସପ୍ଲାଇ ପାଣିର ପରୀକ୍ଷା ହୋଇଥିଲା ।
ଏପଟେ ଶୀତ ହେଉଛି.. ସେପଟେ ପ୍ରକୃତି କୋଳରେ ଫୁଟୁଛି ପାଣି.. ଓଃ ଗାଧେଇଲେ ଯୋଉ ମଜା ଲାଗୁଛି.. ଶୀତରେ ଥରି ଥରି ଆସି ଫୁଟୁଥିବା ପାଣିରେ ବୁଡ଼ି ଗାଧେଇବାର ମଜା ନେଉଛନ୍ତି ପର୍ଯ୍ୟଟକ..କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ହେଲା ଆସିପାରୁ ନଥିଲେ.. ଏଇ ବର୍ଷ ମଜା ଆସିଗଲା..
ଗଞ୍ଜେଇ ଚାଷ ଚାଲିଥିଲା...ଖବର ପାଇ ୨୦ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ଦେଲେ ପୋଲିସ ଓ ଅବକାରୀ ବିଭାଗ
ରାସ୍ତା ତିଆରି କଲେ ଗାଁ ଲୋକେ । ବାରମ୍ୱାର ଅଭିଯୋଗ କରି ମଧ୍ୟ ଶଉଣିଲାନି ପ୍ରଶାସନ । ଫଳରେ ଗାଁ ଲୋକେ ବାଧ୍ୟ ହେଇ ନିଜେ ନିଜ ଗାଁର ରାସ୍ତାକୁ ତିଆରି କରିବାରେ ଲାଗିପଡିଛନ୍ତି ।