Advertisment

AIIMS ରେ ନୂଆ ମେସିନ୍-HELA; ଏଣିକି ସରଳ ହେବ କ୍ୟାନସର ଚିକିତ୍ସା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି।

author-image
Manoranjan Behera
undefined

Bhubaneswar AIIMS

ଭୁବନେଶ୍ୱର ଏମ୍ସରେ ଆହୁରି ସରଳ ହେଲା କ୍ୟାନସର ଚିକିତ୍ସା ଲାଗିଲା ନୂଆ ମେସିନ୍ HELA। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି। ୨୦ କୋଟି ଟଙ୍କା ମୂଲ୍ୟର ଷ୍ଟେଟ୍ ଅଫ୍ ଆର୍ଟ ଟେକ୍ନୋଲଜି ଦ୍ୱାରା ପରିଚାଳିତ ମେସିନ ଜରିଆରେ ପିନ୍ ପଏଣ୍ଟେଡ୍ ହେବ ରେଡିଓ ଥେରାପି। ଅର୍ଥାତ୍ ଶରୀରର ଯେଉଁ ଅଂଶ କ୍ୟାନସର ଦ୍ୱାରା ଆକ୍ରାନ୍ତ, କେବଳ ସେହି ଅଂଶରେ ହିଁ ରେଡିଏସନ ବା ବିକିରଣ ଦେଇ ଚିକିତ୍ସା କରାଯିବ।

Advertisment

ଆଉ ନଷ୍ଟ ହେବନି ଶରୀରର କ୍ୟାନସର ଆକ୍ରାନ୍ତ ଅଂଶର ଆଖପାଖ ସେଲ । ଖାଲି ସେତିକି ନୁହେଁ, ଅପରେସନ ସମ୍ଭବ ହେଉ ନ ଥିବା ଅଙ୍ଗ ଯଥା ମସ୍ତିଷ୍କ, ଫୁସଫୁସ୍, ଯକୃତ ଆଦିରେ ଥିବା ଟ୍ୟୁମରକୁ ଏ ମେସିନ ନିଜ ଇମେଜିଂ ସିଷ୍ଟମ ଜରିଆରେ ଠିକ୍ ଭାବେ ଟ୍ରାକ୍ କରି ଚିହ୍ନଟ କରିବ, ବିକିରଣ ଚିକିତ୍ସା ଜରିଆରେ ଆରୋଗ୍ୟ ବି କରିପାରିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପୁରୁଣା ବିକିରଣ ଚିକିତ୍ସା ପଦ୍ଧତିରେ କ୍ୟାନସର ସେଲକୁ ନଷ୍ଟ କରିବାକୁ ରୋଗୀଙ୍କୁ ଲଗାତର ବିକିରଣ ନେବାକୁ ପଡ଼ୁଥିଲା।

ଅନେକ ସମୟରେ କ୍ୟାନସର ସେଲର ଆଖାପାଖ ସେଲ ବି ନଷ୍ଟ ହେଉଥିଲା। କିନ୍ତୁ HELA ମେସିନ କେବଳ କ୍ୟାନସର ସେଲକୁ ନଷ୍ଟ କରିବା ପାଇଁ ଏକକାଳୀନ ନିୟନ୍ତ୍ରିତ ପରିମାଣର ବିକରଣ ଦେଇପାରିବ। ଫଳରେ ରୋଗୀ ଶରୀରରୁ କେବଳ କ୍ୟାନସର ସେଲ ହିଁ ନିପାତ ହେବ।

Advertisment

କର୍କଟ ରୋଗ ବିଶେଷଜ୍ଞଙ୍କ ମତରେ, ପ୍ରତି ଶହେ କ୍ୟାନସର ରୋଗୀଙ୍କ ମଧ୍ୟରୁ ୭୦ ଜଣଙ୍କୁ କେବେ ନା କେବେ ବିକିରଣ ଚିକିତ୍ସା ଆବଶ୍ୟକ ହୋଇଥାଏ। ଘରୋଇ ହସ୍ପିଟାଲରେ କ୍ୟାନସରର ବିକିରଣ ଚିକିତ୍ସା ପାଇଁ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଏମ୍ସରେ ସ୍ଥାପନ ହୋଇଥିବା HELA ମେସିନ ଜରିଆରେ ରୋଗୀ ମାତ୍ର ୭୫୦ ଟଙ୍କାରେ ବିକିରଣ ଚିକିତ୍ସା ସେବା ପାଇପାରୁଛନ୍ତି। ଏବେ ଏମ୍ସରେ ଥିବା ୨ HELA ମେସିନ ଜରିଆରେ ପ୍ରତିଦିନ ୧୦୦ ରୋଗୀ ଅତ୍ୟାଧୁନିକ ବିକିରଣ ଚିକିତ୍ସା ସେବାର ସୁବିଧା ପାଇପାରୁଛନ୍ତି। ଭୁବନେଶ୍ୱର ଏମ୍ସ ସୁପରିଟେଣ୍ଡାଣ୍ଟ କହିଛନ୍ତି କ୍ୟାନସରକୁ ଆଗୁଆ ଚିହ୍ନଟ କରାଯାଇପାରିଲେ, ବିକିରଣ ଚିକିତ୍ସାରେ ଶରୀରର ଅଧିକ ଅଂଶକୁ ନଷ୍ଟ ହେବାରୁ ରକ୍ଷା କରାଯାଇପାରିବ।

ଏବେ ଦେଖିବାର କଥା, ଭୁବନେଶ୍ୱର ଏମ୍ସରେ ସାମିଲ ହୋଇଥିବା ଏହି ନୂଆ ଅତ୍ୟାଧୁନିକ ହେଲା ମେସିନ ଜରିଆରେ କମ୍ ଖର୍ଚ୍ଚରେ କେତେ ସଠିକ୍ ଚିକିତ୍ସା ପାଇପାରୁଛନ୍ତି ରୋଗୀ ।

Bhubaneswar AIIMS Cancer Treatment
Advertisment
Advertisment