/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707105865.jpg)
Puri Jagannath Temple
ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟର ତଳଭାଗରେ ଫାଟ । ପଦ୍ମପାଖୁଡାରେ ଏକ ବିରାଟ ଫାଟ ସୃଷ୍ଟି ହୋଇ ଏହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି । ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଛି ସେହି ଭାସ୍କର୍ଯ୍ୟରୁ ଫଥର ଖସି ତଳେ ପଡିଛି ।
ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି । ଫାଟକୁ ତୁରନ୍ତ ମରାମତି ପାଇଁ ଦାବି ହୋଇଛି ।
ସେପଟେ ଗତକାଲି ରକ୍ତ ପଡ଼ିବାରୁ ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ପଡ଼ିବାରୁ ବଡ଼ ମହାସ୍ନାନ କରାଯାଇଛି । କାଲି ସନ୍ଧ୍ୟା ୬ଟା ୧୫ରେ ରକ୍ତ ଛିଟା ପଡ଼ିବା ପରେ ବଡ଼ ମହାସ୍ନାନ ହୋଇଥିବା ସୂଚନା ମିଳିଛି ।
ମଧ୍ୟାହ୍ନ ଧୁପ ପରେ ବଡ଼ ମହାସ୍ନାନ ଯୋଗୁଁ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । ପରେ ପରେ ନୀତିକାନ୍ତି ସ୍ୱାଭାବିକ ରହିବା ସହ ଭକ୍ତଙ୍କ ଦର୍ଶନ ଜାରି ରହିଛି । ତେବେ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)