Advertisment

ଭାଙ୍ଗୁନି ସରକାରଙ୍କ ନିଦ; ଆନ୍ଦୋଳନରେ ପଶୁ ଡାକ୍ତର, ଚାରିଆଡେ ନୀରିହ ପ୍ରାଣୀଙ୍କ ଯନ୍ତ୍ରଣା

ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ ।

author-image
Tanmay Kumar Mahalik

୨୧ ଦିନରେ ପହଞ୍ଚିଲାଣି ପ୍ରାଣୀ ଚିକିତ୍ସିକଙ୍କ ଆନ୍ଦୋଳନ । ଦୁର୍ଦ୍ଦିନରେ ପଶୁ ପକ୍ଷୀଙ୍କ ସ୍ୱାସ୍ଥାବସ୍ଥା । କେଉଁଠି ଚିକିତ୍ସା ଅଭାବରୁ ପଶୁ ପକ୍ଷୀ ମୃତ୍ୟୁ ବରଣ କଲେଣି ତ କେଉଁଠି ପଶୁପ୍ରେମୀ ନିଜର ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରିନପାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବାକୁ ବାଧ୍ୟ ହୋଇଛନ୍ତି । ସ୍ଥିତିକୁ ଦେଖିଲେ ଲାଗୁଛି ସରକାର ସମାଧାନର ବାଟ ବାହାର କରିବା ବଦଳରେ କଥା କହିପାରୁନଥିବା ନିରୀହ ପଶୁ ପକ୍ଷୀଙ୍କ ଜୀବନ, ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଛନ୍ତି ।

Advertisment
Odisha Strike
Advertisment
Advertisment