• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିତିଯାଇଥିଲା ୫ ଦିନ... ପେଟରେ ପଡ଼ି ନ ଥିଲା ମୁଠାଏ ଦାନା । ଭୋକ ସମ୍ଭାଳିନପାରି ଖାଇଦେଲେ ବିଲେଇର କଞ୍ଚା ମାଂସ । ଏକ ବସ୍‌ ଷ୍ଟାଣ୍ଡରେ ବିଲେଇ କଞ୍ଚା ମାଂସ ଖାଉଥିବାବେଳେ କିଛି ଲୋକ ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ । ପରେ ତାଙ୍କୁ ଅଟକାଇବା ସହ ଏନେଇ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ନିକଟରୁ ବିଲେଇ ମାଂସ ଜବତ କରିଛି ।

ସୂଚନା ମୁତାବକ ସଂଧ୍ୟା ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିଲା । ଜଣେ ବ୍ୟକ୍ତି ଏକ ପ୍ୟାକେଟ୍‌ରୁ କିଛି ଖାଉଥିବା ସେଠାରେ ଉପସ୍ଥିତଥିବା ଲୋକମାନେ ଦେଖିଥିଲେ । ପ୍ୟାକେଟି ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ଲୋକମାନେ ସେଥିରେ କ’ଣ ରହିଛି ବୋଲି ଜାଣିବାକୁ ଚେଷ୍ଟା କରିଥିଲେ । ପରେ ସେଠାରେ ଥିବା ଦୋକାନୀ ଯାଞ୍ଚ କରିବାବେଳେ ବିଲେଇ କଞ୍ଚା ମାଂସ ଥିବା ଦେଖିବାକୁ ପାଇଥିଲେ ।

ଏପରି ଘଟଣା କୁଟିପୁରମ୍ ବସ୍ ଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା । ବିଲେଇର କଞ୍ଚା ମାଂସ ଖାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ କୋଜିକୋଡ ସରକାରୀ ମାନସିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ କୁଟିପୁରମ ପୋଲିସ ପ୍ରତିକ୍ରିୟା ରଖିଛି ।

ପୋଲିସର କହିବା ଅନୁସାରେ ବ୍ୟକ୍ତି ଜଣକ ହେଉଛନ୍ତି ଆସାମର ଧୁବ୍ରି ଜିଲ୍ଲାର । ତାଙ୍କୁ ମାନସିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବା ଜଣାପଡ଼ିଛି ।

ପୋଲିସ ଆହୁରି କହିଛି ଯେ, ବ୍ୟକ୍ତି ଜଣକ ୫ ଦିନ ଧରି କିଛି ଖାଇନଥିଲେ । ସେ ବସ୍‌ ଷ୍ଟାଣ୍ଡରେ ବସି ବିଲେଇ ମାଂସ ଖାଉଥିବାବେଳେ କିଛି ଲୋକ ଦେଖିଥିଲେ । ପରେ ପୋଲିସକୁ ତାଙ୍କ ନିକଟରୁ ବିଲେଇ ମାଂସ ଜବତ କରିଥିଲା । ଆଉ ତାଙ୍କୁ କିଛି ଖାଦ୍ୟ ଦେଇଥିଲା ।