/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707204919.jpg)
Migrant worker
ଘରକୁ ଫେରୁଛି ଆନ୍ଧ୍ରରେ ବନ୍ଧା ପଡ଼ିଥିବା ନାବାଳିକା ଝିଅ । ଓଟିଭିରେ ଖବର ପ୍ରସାରଣ ହେବା ପରେ ରାଜ୍ୟ ଶ୍ରମ ବିଭାଗ ତତ୍ପର ହୋଇ ଝିଅକୁ ମୁକୁଳାଇଛନ୍ତି । ବଲାଙ୍ଗିର ବେଲପଡ଼ା ବ୍ଲକ ସୁଲେକେଲା ଗାଁର କାହ୍ନୁ ମଲ୍ଲିକ ଗତ ୨ ମାସ ତଳେ ପତ୍ନୀ ସହ ୨ ଝିଅଙ୍କୁ ଧରି ଆନ୍ଧ୍ରପ୍ରଦେଶର ସାତନଗରକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ ।
ଏଥିପାଇଁ ପୂର୍ବରୁ ତୁରେକେଲା ଥାନା ତେନ୍ତୁଳିଖୁଣ୍ଟିର ଦାଦନ ସର୍ଦ୍ଦାର ସମାରୁ ନାୟକ ଜରିଆରେ ଇଟାଭାଟି ମାଲିକ ଠାରୁ ୮୦ ହଜାର ଟଙ୍କା ବଇନା ନେଇଥିଲେ । କିଛିଦିନ କାମ କରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନୁ । ଅସୁସ୍ଥତା ସତ୍ତ୍ୱେ ଇଟାଭାଟି ମାଲିକ ଶଙ୍କର ନାୟକ ସହ ମିଶି ସର୍ଦ୍ଦାର ସମାରୁ ନାୟକ କାମ କରିବାକୁ ବାଧ୍ୟ କରୁଥିଲା ।
ତେଣୁ କାହ୍ନୁଙ୍କ ପତ୍ନୀ ଭିଟାମାଟି ଫେରିଯିବାକୁ ନିଷ୍ପତ୍ତି ନେବାରୁ ୧୧ ବର୍ଷିୟା ଝିଅକୁ ବନ୍ଧକ ରଖିଥିଲା ସମାରୁ ନାୟକ । ଆଉ ବଇନା ଟଙ୍କା ଫେରାଇବାକୁ ଦାବି କରିଥିଲା । ଶେଷରେ ସଂପୃକ୍ତ କୁନିଝିଅକୁ ଛାଡ଼ି ସପରିବାର ଗାଁକୁ ଫେରିଆସିଥିଲେ । ଆଉ ଜମିବାଡ଼ି ବିକ୍ରି କରି ଫୋନ୍ ଫେ ଜରିଆରେ ୫୦ ହଜାର ଟଙ୍କା ପଠାଇଥିଲେ ।
ଏହା ପରେ ବି ବଳକା ୩୦ ହଜାର ଟଙ୍କା ପଠାଇଲେ ଯାଇ ଝିଅକୁ ଛାଡ଼ିବି କହିଥିଲା ଦାଦନ ସର୍ଦ୍ଦାର । କିନ୍ତୁ ନା ଆଉ ଟଙ୍କା ଯୋଗାଡ଼ କରିପାରିଲେ କାହ୍ନୁ, ନା ସର୍ଦ୍ଦାର କବଳରୁ ମୁକ୍ତ ହୋଇଥିଲା ଝିଅ । ଶେଷରେ ଝିଅକୁ ଝୁରି ଝୁରି ପ୍ରାଣ ହରାଇଛନ୍ତି ଅସୁସ୍ଥ କାହ୍ନୁ ମଲ୍ଲିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)