ମାସକ ତଳେ ନିଖୋଜ ହୋଇଯାଇଥିଲେ ଜଣେ ଯୁବକ
ଉଭୟଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ, ପାଣି ଛାଡ଼ିବାର ୭ଦିନରେ କ୍ଷୟକ୍ଷତି ଆକଳନ ସହ ୧୫ଦିନ ରିଲିଫ୍ ଦେବାକୁ ସରକାରଙ୍କ ଘୋଷଣା
ଆଜି ଶୀର୍ଷରେ ପହଞ୍ଚିଲାଣି ମଣିଷର ଶିକ୍ଷା, ଦୀକ୍ଷା ଆଉ ସଂସ୍କାର । କିନ୍ତୁ ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ଡେଣା ମେଲାଇଥିବା କୁସଂସ୍କାର ନିହାତି ଦୁର୍ଭାଗ୍ୟଜନକ ।
ଯେଉଁଠି ଆଶ୍ରୟ ନେଇଥିଲେ ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା ।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଲେ ।
କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ।
ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମବାସୀମାନେ କାନ୍ଧ ଦେଇନଥିଲେ। କାରଣ ତାଙ୍କ ପୁଅ ଅନ୍ୟ ଜାତିର ଘରେ ଖାଇଥିଲେ। ଶେଷରେ ବୃଦ୍ଧାଙ୍କ କୋକେଇକୁ ଘୋଷାଡି ଘୋଷାଡ଼ି ନେଇଥିଲେ ତାଙ୍କ ପୁଅ, ବୋହୂ।
ଚାଉଳ ହଡପ କଥା ଧରାପଡିଲା କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲା, କିନ୍ତୁ ଅମଳାଭଟା ପଞ୍ଚାୟତ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୩ ମାସର ଚାଉଳ ପାଇନାହାନ୍ତି
ସରକାରୀ ବଡ଼ ପଣ୍ଡାମାନେ ସବୁ ଖେଳ କରିଛନ୍ତି ।
ନିଶା ନିବାରଣ ନାଁ କହି ଏ ଦୁଇ ନାରୀ ନେତ୍ରୀ ମୋ ମଦ ଦୋକାନ ଭାଙ୍ଗିଦେଲେ। ଦେଖିଲା ବେଳକୁ ଅଣ୍ଟାରେ ଦି ଚାରି ବୋତଲ ଖୋସି ନିଜ ଗେରସ୍ତଙ୍କ ପାଇଁ ନେଇ ପଳେଇଲେ। ପଚାରିଲାରୁ କହିଲେ ଦେହ ହାତ ପିଡା ହେଉଛି, ଠିପିଏ ମାରିଦେଲେ ଦରଜ କମିଯିବ।
ବୃଦ୍ଧାଙ୍କ ଦୋଷ କ’ଣ , ଯେଉଁଥିପାଇଁ ବଞ୍ଚି ଥାଉ ଥାଉ ଶ୍ମଶାନରେ ଛାଡିଦେଲେ ପୁଅମାନେ
ନବୀନ ସରକାର ନମ୍ବର ୱାନ୍ ବୋଲି ଚାରିଆଡ଼େ ପ୍ରଚାର ହେଉଛି। ଏ ସ୍ଥିର ସରକାର ନିଜକୁ ଅପ୍ରତିଦ୍ୱନ୍ଦ୍ୱି ବୋଲି ପ୍ରତିପାଦିକ କରୁଛି। ଦୀର୍ଘ ୨ ଦଶନ୍ଧିରୁ ଅଧିକ କାଳ ଶାସନରେ ଥାଇ ଏ ସରକାର ଯଦି ପୋଲ ଖଣ୍ଡିଆ କରି ପାରିଲା ନାହିଁ ତେବେ ଜନତା ଏଠି କଣ କରିବେ?
କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ। ତଥାପି ଏ ଛତୁ କିଣିବାକୁ ଲୋକେ ଭାରି ଆଗ୍ରହୀ। ଚାଲନ୍ତୁ ଦେଖିବା କୋରାପୁଟରୁ ଏଇ ଶ୍ରାବଣ ଛତୁର କାହାଣୀ
ବାପା-ମାଆ ରାସ୍ତା କଡରେ ଚୁଡ଼ି ଦୋକାନ କରିଛନ୍ତି, ଝିଅ ରମାଦେବୀରେ ଟପ୍ପର। ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ରଖି କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ।
ଆଜି ସକାଳେ ଶିଶୁଟି ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଯାଇଥିଲା। ଗାତରେ ବର୍ଷା ପାଣି ଭର୍ତ୍ତି ଥିବାରୁ ପିଲାଟି ଜାଣି ନପାରି ପଡ଼ି ଯାଇଥିଲା।
ଇଏ ବାବୁଲା... ଦିନେ ବସ୍ ରେ କାମ କରୁଥିଲେ। ହେଲେ ଦୁର୍ଘଟଣାରେ ତାଙ୍କର ଆଜି ଏ ଅବସ୍ଥା। ଘର ଭାଙ୍ଗିଯାଇଛି। ଏଣେ ଗୋଡ଼ର ଅବସ୍ଥା ଏମିତି... ଘର ଚଳିବ କେମିତି
ମାନବ ସେବା ହିଁ ମାଧବ ସେବା। ବନ୍ଧୁ, ଏଠି ସମସ୍ତେ କାନ୍ଧରେ ପାଣି ଭାର ଧରି ଶହ ଶହ କିଲୋମିଟର ଯାଉଛନ୍ତି ମହାଦେବଙ୍କୁ ଜଳଲାଗି କରିବା ପାଇଁ। କିନ୍ତୁ ଏ ଭାଇ ଜଣକ, ଜାତି ଧର୍ମ, ବର୍ଣ୍ଣ ଭେଦଭାବ ନ ରଖି ମାନବ ସେବା କରୁଛନ୍ତି। ଏ କଣ ପୂନ୍ୟ ଅର୍ଜନ କରୁ ନାହାନ୍ତି ?
ଗତ ଶନିବାର ହସ୍ପିଟାଲ୍ ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ପୁଣି ଜଣେ ରୋଗୀ ଛାତରୁ ଡେଇଁ ପଡ଼ିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ଏକ କୁକୁଡା ସ୍ୱତନ୍ତ୍ର ଅଣ୍ଡା ଦେଇଛି। ଏହି ଅଣ୍ଡାର ଡିମାଣ୍ଡ୍ ଏମିତି ବଢୁଛି ଯେ ଏହାର ମାଲିକ ଗୋଟିଏ ଅଣ୍ଡାକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଅଣ୍ଡାରେ ଏମିତି କ’ଣ ଅଛି ଯାହା ଏତେ ମହଙ୍ଗା ଆସନ୍ତୁ ଜାଣିବା।
ବନ୍ୟାର ଆଁରେ ପୁରୀ-ଖୋର୍ଦ୍ଧା । ଖୋର୍ଦ୍ଧା ତିରିମଲ ପାଖରେ ଶହେ ଫୁଟ୍ର ଘାଇ । ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍ରେ ଗାଡ଼ି ଚଳାଚଳ ଠପ୍ ।
ବନ୍ୟା ବିପନ୍ନଙ୍କ ଅବସ୍ଥା କହିଲେ ନସରେ...କୋଉଠି ଲୋକେ ଘର ଛାଡ଼ିବାକୁ ନାରାଜ ତ ଆଉ କୋଉଠି ଗୁଜୁରାଣ ମେଣ୍ଟେଇବାକୁ ବିପଦପୂର୍ଣ୍ଣ ଭାବେ ପୋଲ ପାର ହେଉଛନ୍ତି।
ପ୍ରବଳ ବନ୍ୟାରେ ଭାସୁଛି ଓଡିଶାର ତଳିଆ ଅଞ୍ଚଳ। ବନ୍ୟାର ପ୍ରଖର ସ୍ରୋତରେ ଅଧା ଓଡିଶା ଭାସୁଥିବା ବେଳେ ତଳ ମୁଣ୍ଡରେ ଲୋକଙ୍କ ଅବସ୍ଥା ବେହାଲ। କିନ୍ତୁ ଉପରେ ମୁଣ୍ଡରେ ଲୋକେ ବନ୍ୟା ପାଣିର ପ୍ରଖର ସ୍ରୋତ ଦେଖି ପୁରା ଖୁସ୍ । ସପରିବାର ବ୍ରିଜ୍ ଉପରେ ଏକାଠି ।
ବିପଦ ବେଳେ ବେଳେ କହିକି ଆସି ନଥାଏ I ସାମାନ୍ୟ ଅସାବଧାନତା ନେଇପାରେ ଜୀବନ। ଦେଖନ୍ତୁ ଏହି ଭିଡିଓ। କାର ସହ ପାଣିରେ ଭାସିଗଲେ । ଚାରିଆଡେ ବନ୍ୟା , ରାସ୍ତା ଘାଟ ଧୋଇ ଯାଇଛି ସତର୍କ ରୁହନ୍ତୁ
ନଦୀ ବଢିରେ ଅଧା ଓଡିଶା ବୁଡି ଗଲାଣି। ଘରେ ଘରେ ପଶିଛି ପାଣି। ଆଉ ସେଇ ଗୋଳିଆ ବଢି ପାଣିରେ ରଣା , ବୋଡା, ନାଗ ପରି ଅନେକ ବିଷାକ୍ତ ସାପ । ପାଦ ପଡିଗଲେ ମୃତ୍ୟୁ ସୁନିଶ୍ଚିତ। ଏମିତି ଅସମୟରେ କେମିତି ସୁରକ୍ଷିତ ରହିବେ ଜାଣନ୍ତୁ