• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମୋତେ ଭାରି ଡର ଲାଗୁଛି । ଏଠି ବନ୍ୟା ଓ ସାପର ଭୟ । କିନ୍ତୁ ସାମାଜିକ ବାସନ୍ଦ ହେତୁ ମୁଁ ଏଠି ପଡିରହିଛି । ’ ବନ୍ୟା ସମୟରେ ରୋଗୀଣା ବୃଦ୍ଧାଙ୍କୁ ନଈ କୂଳ ଶ୍ମଶାନରେ ଛାଡ଼ିଦେଲେ ଦୁଇ ପୁଅ । କିଟି କିଟି ଅନ୍ଧାର ଭିତରେ ମହାନଦୀ କୂଳରେ ଥିବା ଶ୍ମଶାରେ ଛୋଟ ତାରପୋଲିନ କୁଡିଆ । ଆଉ କୁଡିଆ ଭିତରେ ସେ ଏକା ରହୁଛନ୍ତି ବୃଦ୍ଧା । ବନ୍ୟା ଭୟ ଭିତରେ ଶ୍ମଶାନରେ ପଡ଼ି ରହିଛନ୍ତି ଅସହାୟ ବୃଦ୍ଧା ଜଣକ । ତାଙ୍କ ଦୁଃଖ ଶୁଣିଲେ କାହା ଆଖିକୁ ବି ଲୁହ ଆସିଯିବ ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗାଁର ସ୍ୱର୍ଗତ ରାମ ସାହୁଙ୍କ ଦ୍ୱତୀୟ ପତ୍ନୀ ଚଂଚଳା ସହୁ । କୌଣସି କାରଣରୁ ଚଂଚଳାଙ୍କ ଗୋଡରେ ଘା ହେଇଯିବା ସହ କ୍ୟାନସର ହୋଇଯାଇଛି । ପରିବାର ଲୋକ ସୋନପୁର ସମେତ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଲେ । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆଉ ଅଧିକ ଚିକିତ୍ସା କରାଇପାରିଲେ ନାହିଁ । ଏହାରି ଭିତରେ ଚଂଚଳାଙ୍କ ଗୋଡର ଅବସ୍ଥା ଅଧିକ ଗୁରୁତର ହୋଇପଡିଲା । ଏଣୁ ଏବେ ଘଟଣାଟି ପ୍ରଘଟ ହେବାପରେ ଅଡ଼ି ବସିଲେ ଜାତି ଓ ସମାଜର ଲୋକ ।

ଚଂଚଳାକୁ ତୁରନ୍ତ ଘରୁ ବାହାର କର ନଚେତ ଜାତି ଓ ସମାଜରୁ ପୁରା ପରିବାରକୁ ବାସନ୍ଦ କରିଦିଆଯିବ ବୋଲି ଧମକ ଦେଇଥିଲେ । ଜାତିର ଏଭଳି ଧମକ ପରେ ବାଧ୍ୟହୋଇ ଗତକାଲି ଅପାହ୍ନରେ ମହଦା ଗାଁଠୁ ୨ କିଲୋମିଟର ମହାନଦୀ କୂଳରେ ଥିବା ଶ୍ମଶାନରେ ତାରପୋଲିନ କୁଡିଆ କରି ବୃଦ୍ଧା ମାଁକୁ ଛାଡି ଦେଇଛନ୍ତି ଦୁଇପୁଅ ।

ଯେଉଁ ସମୟରେ ବନ୍ୟା ପାଣିରେ ଉଛୁଳୁଛି ମହାନଦୀ, ସାପ କୁମ୍ଭୀରଙ୍କ ଭୟ ରହିଛି, ସେହି ସମୟରେ ଜଣେ ରୋଗିଣା ବୃଦ୍ଧାଙ୍କୁ ନଈ କୂଳ ନିକଟ ଶ୍ମଶାନରେ ଛାଡିଦେବା କେତେଦୂର ଠିକ୍, ସେମାନେ ବିଚାର କରିବା ଉଚିତ୍ । ବୃଦ୍ଧା ଏବେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି ନା ତାଙ୍କ ପାଖରେ ଖାଇବାକୁ କିଛି ଅଛି ନା ପିଇବା ପାଣି ।