ବନ୍ୟାରେ କାନ୍ଦୁଛନ୍ତି ଏଇ ବୁଢୀ ମାଉସୀ । ଭଲରେ ଖାଇନାହାନ୍ତି । ଭୁଜାଭୁଜି ଖାଇକି ଏକୁଟିଆ ପଡିରହିଛନ୍ତି ଘରେ । ଛୁଆ ଘର ଛାଡିକି ପଳେଇଛନ୍ତି ।
ପଡ଼ୋଶୀଙ୍କ ଦ୍ୱାରା ଦମ୍ପତିଙ୍କୁ ଉଦ୍ଧାର କରାଯିବା ସହ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।
ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି ।
ମଶାରୀ ଭିତରକୁ ଯଦି ମଶା ପଶନ୍ତି, ତା’ହେଲେ ଆଉ ବାହାରି ପାରିବେନି। ସେହି ମଶାରୀ ଭିତରେ ହିଁ ମଶାଙ୍କର ମୃତ୍ୟୁ ହେବ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି ।
ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ପେଟ ଭିତରୁ ଏହି ଷ୍ଟିଲ୍ ଗ୍ଳାସ୍କୁ ବାହାର କରାଯାଇଛି। ୧୦ ଦିନ ପୂର୍ବେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ।
ୱାର୍ଡରେ ନାନା ସମସ୍ୟା ରହିଛି, ଏସମ୍ପର୍କରେ ବାରମ୍ବାର ଜଣାଇବା ପରେ ବି ସମାଧାନ ହେଉନଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ କାଉନସିଲର ମାନେ ।
ସୁନ୍ଦର ଚେହେରା ପାଇଁ ଅଧ ଘଣ୍ଟା ସୂର୍ଯ୍ୟକିରଣରେ ଶୋଇପଡିଲେ ଯୁବତୀ। ଉଠିଲା ପରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା। ମୁହଁର ଚମଡା ପ୍ଲାଷ୍ଟିକ୍ ଭଳି ତରଳିଯାଇଥିଲା। ଧିରେ ଧିରେ ଝଡିବାକୁ ଲାଗିଲା।
ଜଣେ ମହିଳାଙ୍କୁ ଚାକିରି ନ ମିଳିବାରୁ ସେ କମ୍ପାନୀ ବିରୋଧରେ ଭେଦଭାବ ମାମଲା ଦାୟର କରିଥିଲେ। ସେ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି କରିଥିଲେ। ଏନେଇ ତାଙ୍କୁ ୩ ଲକ୍ଷ ୭୮ ହଜାର ଟଙ୍କା କ୍ଷତିପୂରଣ ମିଳିଛି।
ଗୋଟିଏ ପଟେ ବର୍ଷା ଅନ୍ୟପଟେ ନାଳର ପ୍ରଖର ସୁଅ, ତା’ରି ଭିତରେ ବହୁ କଷ୍ଟ ସହି ଶବ ସତ୍କାର କରିବାର ଯନ୍ତ୍ରଣା ଅଙ୍ଗେ ନିଭାଇଛନ୍ତି ପରିବାର ଓ ସମ୍ପର୍କୀୟ। ଆସନ୍ତୁ ଜାଣିବା କେଉଁଠି ଘଟିଛି ଏଭଳି ଦୁର୍ଦ୍ଦଶା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନ୍ରେ ତାଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।
ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।
ଗ୍ରାମାଞ୍ଚଳରେ ଗରିବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନାରେ ପାତରଅନ୍ତର ଓ ଅନିୟମିତତା ନେଇ ଅନେକ ଥର କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ତଥାପି ଦୁର୍ନୀତି କମୁନି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୟଙ୍କର ଅନିୟମିତତା। ସରକାରୀ କର୍ମଚାରୀ ଜିଆରଏସ୍ଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଆବାସ ଦେବେ ବୋଲି କହି ଖାଇଗଲେ ଟଙ୍କା
ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଋତୁସ୍ରାବ। ସବୁଆଡେ ପାଣି ଥିବାରୁ ପ୍ୟାଡ୍ ଆଣିବାକୁ ଯାଉପାରୁନାହାନ୍ତି ଯୁବତୀ ଓ ମହିଳାମାନେ। ବନ୍ୟା ବେଳେ ରିଲିଫ୍ରେ ପ୍ୟାଡ୍ ଦେବାକୁ କଲେ ଦାବି
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।
ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ ।
ଅନ୍ଧ କହୁଛି ଆହେ ଛୋଟା ଭାଇ। ମନ ବଳୁଛି ପୁରୀ ଯିବା ପାଇଁ...ବଡ଼ଦାଣ୍ଡ ଗଡିବା, ନୀଳଚକ୍ର ଦେଖୁଥିବା...ଭାଇଲୋ ଟିକିଏ ପେପର ଖୋଲୁନୁ। ପଢିବା କଣ କଣ ଖବର ବାହାରିଛି। ଭାଇ ଜମା ପଢନା...ତୋର ସିନା ଆଖି ନାହିଁ, ଆଉ ଆମ ଆଖି ପେପର ଖୋଲୁ ଖୋଲୁ ଦେଖୁଛି ଦୁଷ୍କର୍ମ ନ୍ୟୁଜ୍
ପ୍ରଭୁଙ୍କ ଗହଣା ଦେଖି ମତେ ଗର୍ବ ଲାଗେ। କାରଣ ଏହାର ମୂଲ୍ୟାୟନ କେହି କରିପାରନ୍ତି ନାହିଁ। ୨୨ ପାହାଚରେ ବସି ଶ୍ରୀମନ୍ଦିରରେ ଚାକିରି କରିବା ଲାଗି ଚିନ୍ତା କରିଥିଲି ପରେ ସୁଯୋଗ ମିଳିଲା। ମୁଁ ପ୍ରଶାସକ ଥିବା ବେଳେ ରତ୍ନଭଣ୍ଡାର ଚାବି ହଜେଇ ଥିଲି କିନ୍ତୁ ଜଗନ୍ନାଥଙ୍କ କୃପାରୁ ଚାବି ମିଳିଗଲା। ତାଙ୍କୁ ଯିଏ ଯେମିତି ଡାକିବ ସିଏ ସେମିତି ପାଇବ। ଶୁଣନ୍ତୁ ରତ୍ନଭଣ୍ଡାର ସମ୍ପର୍କରେ କଣ କଣ କହୁଛନ୍ତି ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସନ ରବିନ୍ଦ୍ର ନାରାୟଣ ମିଶ୍ର...
ବନ୍ୟା ପାଣିରେ ଭାସିଯାଉଥିଲେ, ହେଲେ ଏବେ ନୂଆ ଜୀବନ ପାଇଲେ ଦୁଇ ଭଉଣୀ। କଦଳୀ ଭେଳା ୟାଙ୍କ ପାଇଁ ହେଲା କାଳ। ଶୁଣନ୍ତୁ ଦୁଇ ଭଉଣୀଙ୍କ ମୁହଁରୁ କେମିତି ପାଇଲେ ନୂଆ ଜୀବନ
ବ୍ୟାଙ୍କ ବାଲା କିଛି ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଥାନାରେ ମାମଲା ରଖିଲାନି ପୋଲିସ। ଯଦି ପୋଲିସ ମାମଲା ନରଖେ ତେବେ ଆପଣ କରିବେ କଣ?
NFHSର ରିପୋର୍ଟରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି। ଦେଶର ୭୦୭ଟି ଜିଲ୍ଲାର ୧.୧ ଲକ୍ଷ ମହିଳା ଏବଂ ୧ ଲକ୍ଷ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଗ୍ରାମୀଣ ମହିଳା ଅଧିକ ଅଛନ୍ତି
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।
ଭୟଙ୍କର ସ୍ଥିତି। କାନ୍ଥରୁ ପାଣି ପଡୁଛି, ଛାତରୁ ଲୁହା ରଡ ଖସିଲାଣି...ପାଣି ଝରି ଢରି ଉଇ ହୁଙ୍କା ହୋଇଗଲାଣି। ସେମିତି ଓଦା ସରସର ହୋଇ ପିଲା ପଢୁଛନ୍ତି ପାଠ। ରୋଷେଇ କଥା ପଚାରେ କିଏ? ଅଭିଭାବକ କହିଲେଣି, ଘର ନୂଆ ନହେଲେ ଆମେ ପିଲାଙ୍କୁ ଛାଡିବୁନି...
ଦୈବ ଦେଇ ଦୁଃଖ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୯ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ପୁଅର ଚିକିତ୍ସା ପାଇଁ ଅଂଟିରେ ଆଉ ଧନ ନାହିଁ...କଣ କରିବେ? କେମିତି ଚିକିତ୍ସା କରିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ