Advertisment

High Court Of Orissa: ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଲେ ହାଇକୋର୍ଟ

ବିଷ୍ଣୁପଦଙ୍କ ଆବେଦନ ଆଧାରରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇଛି। ତେବେ ଏହି ଜବାବର ପ୍ରତିଜବାବ ଦାଖଲ କରିବାକୁ ବିଷ୍ଣୁପଦଙ୍କ ପକ୍ଷରୁ ସମୟ ମଗାଯାଇଛି। ହାଇକୋର୍ଟ ଆସନ୍ତା ୧୮ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Orissa High Court

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଲେ ହାଇକୋର୍ଟ। ବିଷ୍ଣୁଙ୍କ ସହ ତାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟ ପୂର୍ବରୁ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶ ଆସନ୍ତା ୧୮ ତାରିଖ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି।

Advertisment

ଅନ୍ୟପଟେ ବିଷ୍ଣୁପଦଙ୍କ ଆବେଦନ ଆଧାରରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇଛି। ତେବେ ଏହି ଜବାବର ପ୍ରତିଜବାବ ଦାଖଲ କରିବାକୁ ବିଷ୍ଣୁପଦଙ୍କ ପକ୍ଷରୁ ସମୟ ମଗାଯାଇଛି। ହାଇକୋର୍ଟ ଆସନ୍ତା ୧୮ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢଉ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଧିକ ପଢ଼ନ୍ତୁ: IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ୁଛି ଅଡୁଆ, ପାୱାରଲେସ୍ କରି ହାତ ଛାଡ଼ିଦେଲେ ସରକାର

Advertisment

ସେ ଦର୍ଶାଇଥିଲେ, ବିନା ଏତଲାରେ ସିବିଆଇ ଅପଦସ୍ଥ କରିବା ପାଇଁ ଚଢ଼ଉ କରୁଛି। ଏହା ଦ୍ୱାରା ତାଙ୍କୁ ଏବଂ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ମିଳୁଛି। ତେଣୁ ସେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ମିଶି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସେ ଆବେଦନରେ ଉଲ୍ଲେଖ କରିଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣିରେ ବିଷ୍ଣୁପଦ ତାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଛନ୍ତି।

CBI Orissa High Court Bishnupada Sethi
Advertisment
Advertisment