• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଜାର, ରାସ୍ତାଘାଟ ଚାରିଆଡ଼େ ଭଳିକି ଭଳି ଛତୁର ପସରା । ବଡା ଛତୁ ଠାରୁ ଆରମ୍ଭ କରି ଶ୍ରାବଣ କଢ, ବାଲି ଛତୁ ଓ ଜାମ୍ବ ଛତୁ ଏମିତି ବିଭିନ୍ନ କିଷମର ଛତୁ ଏବେ କୋରାପୁଟ ଜିଲ୍ଲାରେ । ଶ୍ରାବଣ ମାସ ସରି ସରି ଆସୁଥିବ, ଭାଦ୍ରବ ମାସରେ ଝିପି ଝିପି ବର୍ଷା ହେଉଥିବ । ଆଉ ସେହି ସମୟରେ ଜଙ୍ଗଲ ହେଉ କି ବିଲ ବାଡ଼ି, ସବୁଠି ଭଳିକି ଭଳି ଛତୁ ସବୁ ଫୁଟେ । ଗାଁର ସେ ଦୃଶ୍ୟ ସତରେ ମନ ଲୋଭା । ତେବେ ଭିନ୍ନ ଭିନ୍ନ ଛତୁର ଭିନ୍ନ ଭିନ୍ନ ନାଁ ରହିଛି ।

କୋରାପୁଟ ଅଞ୍ଚଳରେ ଏଗୁଡ଼ିକୁ ଶ୍ରାବଣ ଛତୁ, ବଡ଼ା ଛତୁ, ଜାମ୍ବ ଛତୁ କହୁଯାଏ । ମାଟି ସାଲୁବାଲୁ ହୋଇଥିବା ଏହି ଗୋଲ୍ ଗୋଲ୍ ଛତୁକୁ ପଶ୍ଚିମ ଓଡିଶାରେ ରୁଗୁଡ଼ି ଛତୁ କୁହାଯାଉଥିବା ବେଳେ ମଧ୍ୟ ଓଡ଼ିଶାରେ ଏହାକୁ ରୁଟକା ଛତୁ କୁହାଯାଏ । ସେହିଭଳି ସବୁଠୁ ଚର୍ଚ୍ଚାରେ ଥିବା ଶ୍ରାବଣ ଛତୁକୁ କିଛି କିଛି ସ୍ଥାନରେ ନାଡ ଛତୁ ବା ମଉଳା ଛତୁ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଛତୁର ଦାମ୍ ଦୁଇ କେଜି ମଟନ୍ ଠାରୁ ମଧ୍ୟ ଅଧିକ ।

ଆକାଶ ଛୁଆଁ ଦର ହେଲେ ବି ଲୋକେ ଛତୁ କିଣୁଛନ୍ତି। ବର୍ଷା ସରିଗଲେ ଏ ଛତୁ ଆଉ ମିଳିବନି। ପୁଣି ଯାଇ ଅପେକ୍ଷା ଆର ବର୍ଷକୁ । ଚିକେନ୍ ମଟନ୍ ସିନା ବାରମାସୀ ହେଲେ ଏ ଦେଶୀ ଆଇଟମ୍ ଋତୁ ଅନୁଜାୟୀ । ତେଣୁ ବର୍ଷକେ ଥରେ ଆସିଛି ଯେତେବେଳେ ସମସ୍ତେ ଘରକୁ କିଣିନେଉଛନ୍ତି ।

ବଢ଼ା ଛତୁ କିଲୋ ପିଛା ଦର ୮୦୦ ରୁ ଆରମ୍ଭ କରି ଏକ ହଜାର ଟଙ୍କା ଥିବା ବେଳେ ଶ୍ରାବଣ ଛତୁ ୧୪ ଶହ ଟଙ୍କାରୁ ୧୮ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସେହିପରି ବାଲି ଛତୁ ଜାମ୍ବ ଛତୁର ଦାମ୍ ମଧ୍ୟ କିଛି କମ୍ ନାହିଁ। ୟା ଦାମ୍ ବି ପାଖା ପାଖି ୬୦୦ ଟଙ୍କା । ଦର ଏତେ ହେଉ ପଛେ ୟା ସ୍ୱାଦ ଏତେ ବଢ଼ିଆ ଯେ ଗୃହିଣୀଙ୍କ ଆଗ୍ରହ କହିଲେ ନ ସରେ ।

ଏ ଛତୁ ସୁଆଦିଆ ସିନା ଏଥିରେ ବିପଦ ମଧ୍ୟ ରହିଛି । ନଟା ଜଙ୍ଗଲରେ ଫୁଟୁଥିବାରୁ ବେଳେ ବେଳେ ଛତୁ ଚିହ୍ନିବାରେ ଲୋକେ ଭୁଲ୍ ମଧ୍ୟ କରି ଦିଅନ୍ତି । ଫଳରେ ବିଷାକ୍ତ ଛତୁ ଖାଇ ଜୀବନ ଯାଇଥିବା ଖବର ମଧ୍ୟ ଅନେକ ସମୟରେ ଆସେ । ତେଣୁ ଛତୁ କିଣାକିଣି ପୂର୍ବରୁ ଭଲରେ ପରଖି ଆଣିବା ଉଚିତ୍ ।