/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660880907.jpg)
Special story
ଜଙ୍ଗଲରୁ ଉଦ୍ଧାର ହେଲା ମଣିଷ କଙ୍କାଳ । ବାଲେଶ୍ୱର ଭୋଗରାଇ ଥାନା ଅନ୍ତର୍ଗତ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ବାଣୁଆସାହି ବାଲିଆଡ଼ିହ ଜଙ୍ଗଲ ମଧ୍ୟରୁ ଏକ ମଣିଷ କଙ୍କାଳ ଉଦ୍ଧାର ହୋଇଛି । ଏହି ନରକଂକାଳଟି ମାସକ ପୂର୍ବରୁ ନିଖୋଜ ଥିବା ନାରାୟଣ ମହାନ୍ତି ପଡ଼ିଆ ଗାଁର ମୂଷା ଗିରିଙ୍କ ପୁଅ ନୀଳା ଗିରିଙ୍କ କଙ୍କାଳ ବୋଲି ସନ୍ଦେହ କରାଯାଉଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ତଥ୍ୟ ସ୍ପଷ୍ଟ କରାଯାଇନାହିଁ ।
ଜଙ୍ଗଲରେ କଙ୍କାଳ ଥିବା ନେଇ ପୋଲିସକୁ ସୂଚନା ପରେ ଏହାକୁ ଉଦ୍ଧାର କରାଯାଇଥିଲା । ନିଖୋଜ ନୀଳା ଗିରି ଅଂଚଳବାସୀ ବୁଲା ନାମକ ବ୍ୟକ୍ତିଙ୍କ ଚିଙ୍ଗୁଡି ଘେରିରେ କାର୍ଯ୍ୟ କରୁଥିଲେ । ଗତ ଜୁନ ୨୮ରେ ତାଙ୍କ ଭାଇଙ୍କ ବାହାଘର କହି ସେ ଘରକୁ ଆସିଥିଲେ । ତେବେ ବାହାଘର ପରେ ବଡ଼ଭାଇ ପୁଣି କାର୍ଯ୍ୟକୁ ଯିବାକୁ ବାଧ୍ୟ କରିବାରୁ ସେ ଘର ଛାଡ଼ି କେଉଁଆଡେ ଚାଲିଯାଇଥିବା ପରିବାର ଲୋକେ କହିଛନ୍ତି ।
ବହୁ ଖୋଜାଖୋଜି ପରେ ମଧ୍ୟ ସେମାନେ ନୀଳାକୁ ପାଇନଥିଲେ । ନୀଳା ନିଖୋଜ ହେବା ନେଇ ପୋଲିସରେ ମଧ୍ୟ ଏତଲା ଦେଇନଥିଲେ । ଏ ସମସ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)