• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗରିବ ହିତାଧିକାରୀଙ୍କ ଚାଉଳ ହଡପ୍ । ଯୋଗାଣ ସହାୟକ ବହିଷ୍କୃତ, ପିଇଓ ସସପେଣ୍ଡ ଓ ଯୋଗାଣ ନିରୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ । ରାସନ୍ କାର୍ଡରେ ୩ ମାସର ଚାଉଳ ନେଇଥିବା ଏଣ୍ଟ୍ରି କରି ମୋଟ ୮୬୩ କୁଇଣ୍ଟାଲ ଚାଉଳ ଗାଏବ୍ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟା ପଞ୍ଚାୟତରେ ୧୫୦୪ ଜଣ ଚାଉଳ କାର୍ଡଧାରୀ ଅଛନ୍ତି । ଗତ ମେ, ଜୁନ୍, ଜୁଲାଇ ଏହି ତିନି ମାସର ଚାଉଳ ହିତାଧିକାରୀଙ୍କୁ ଦିଆନଯାଇ ସେମାନଙ୍କ ରାସନ୍ କାର୍ଡରେ ଏଣ୍ଟ୍ରି କରାଯାଇ ହଡପ୍ ହୋଇଛି ।

କିଛି ଦିନ ତଳେ ଅମଳାଭଟା ସରପଞ୍ଚ କାର୍ତ୍ତିକ ମୁଦୁଲି ଲୋକଙ୍କୁ ଚାଉଳ ମିଳୁନଥିବା ସମ୍ପର୍କରେ ତେନ୍ତୁଳିଖୁଣ୍ଟି ବିଡିଓଙ୍କୁ ଅବଗତ କରିଥିଲେ । ଏହାପରେ ବିଡିଓ ନିଜେ ପଞ୍ଚାୟତ ଅଫିସ୍ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଯୋଗାଣ ନିରୀକ୍ଷକ ମଧ୍ୟ ଅମଳାଭଟା ପଞ୍ଚାୟତର କିଛି ଗାଁରେ ପହଞ୍ଚି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ସରକାରୀ ଗୋଦାମରୁ ଉଠିଥିବା ଚାଉଳ ଏବଂ ଗୋଦାମରେ ଗଚ୍ଛିତ ଥିବା ଚାଉଳକୁ ମେଳ କରିଥିଲେ ତେବେ ଯାଞ୍ଚ ବେଳେ ୮୬୩ କୁଇଣ୍ଟାଲ ଚାଉଳ କମ୍ ଥିବା ଜଣାପଡିଥିଲା ।

ଅମଳାଭଟା ପଞ୍ଚାୟତରେ ଗତ ମେ ୧୨ରୁ ଜୁନ୍ ୨୩ ତାରିଖ ଭିତରେ ହଜାରେ ୫୪ କୁଇଣ୍ଟାଲ ଚାଉଳ ଏବଂ ଜୁଲାଇ ମାସରେ ୨୯୬ କୁଇଣ୍ଟାଲ ଚାଉଳ ଉଠିଛି । କିନ୍ତୁ ବର୍ତ୍ତମାନ ପଞ୍ଚାୟତ ଗୋଦାମରେ ୧୯୧ କୁଇଣ୍ଟାଲ ଚାଉଳ ଗଚ୍ଛିତ ଥିବାବେଳେ ବାକି ଚାଉଳ କୁଆଡ଼େ ଗଲା ? ପଞ୍ଚାୟତ ପିଇଓ ହରେକୃଷ୍ଣ ବିଷୋୟୀଙ୍କ ଦସ୍ତଖତ ଜାଲ୍ କରି ଯୋଗାଣ ସହାୟକ ବସନ୍ତ କୁମାର ଶଗରିଆ ଚାଉଳ ଉଠାଇଥିବା ଅଭିଯୋଗ ହୋଇଛି । ଏନେଇ ପିଇଓ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ସେପଟେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ମାମଲା କରାଯାଇଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ନିଜ ପଟୁ ମାମଲା କରି ତଦନ୍ତ କରୁଛି ।

ଚାଉଳ ହଡପ କଥା ଧରାପଡିଲା କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲା, କିନ୍ତୁ ଅମଳାଭଟା ପଞ୍ଚାୟତ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୩ ମାସର ଚାଉଳ ପାଇନାହାନ୍ତି । ଆଗକୁ ପାଇବେ ନା ନାହିଁ, ତାକୁ ନେଇ ମଧ୍ୟ ଆଶା ଆଶଙ୍କାରେ ।

ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ