• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଣି ମଧ୍ୟରେ ଥିବା ଏକ ମନ୍ଦିର ମଧ୍ୟରେ ଫସି ରହିଥିବା ଦୁଇ ବାବାଙ୍କୁ ଉଦ୍ଧାର ଦକରାଯାଇଛି । ନୟାଗଡ଼ ଗଣିଆ ବ୍ଲକ ଅନ୍ତର୍ଗତ କଳାପାଟ ମନ୍ଦିର ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଗତ ୬ ଦିନ ତଳେ ମନ୍ଦିରକୁ ପୂଜା କରିବାକୁ ଦୁଇ ବାବା ଯାଇଥିଲେ । ତେବେ ବନ୍ୟା ପାଣି ବଢିଥିବାରୁ ଉଭୟ ମନ୍ଦିର ମଧ୍ୟରେ ଫସି ରହିଥିଲେ ।

ବନ୍ୟା ପାଣି ଘେରରେ ଗତ ୫ ଦିନ ହେବ ସେମାନେ ଫସି ରହିଥିଲେ । ତେବେ ଗଣିଆ ବିଡ଼ିଓଙ୍କ ଠାରୁ ସୂଚନା ପରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଏହି ଦୁଇ ବାବାଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ବାବା ଦୁଇଜଣ ହେଲେ ନନ୍ଦ ବାବା ଏବଂ ସଦା ବାବା l ଉଭୟଙ୍କୁ ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।