କୋରାପୁଟରେ ଏବେ ସବୁଆଡେ ଛତୁର ପସରା । ଭଳିକି ଭଳି ଛତୁ ନେବା ପାଇଁ ଜମୁଛି ଭିଡ଼ । ବଜାରରେ ଯାହାର ଡିମାଣ୍ଡ ଯେତେ ତାର ରେଟ୍ ବି ସେମିତି । ଭଳିକି ଭଳି ଛତୁ ମଧ୍ୟରେ ରହିଛି ବଡ଼ା ଛତୁ, ଶ୍ରାବଣ କଢ଼, ବାଲି ଛତୁ ଓ ଜାମ୍ବ ଛତୁ ସହ ମହାନାଡ ଛତୁ ।
ଏହି ଆବିଷ୍କାର ବିଶ୍ୱରେ ପ୍ରଥମ ବୋଲି ବୈଜ୍ଞାନିକ ନନ୍ଦକୁମାର କାମାଟ କହିଛନ୍ତି। ବର୍ତ୍ତମାନ ନାନୋ ପାର୍ଟିକିଲ୍ ବ୍ୟବସାୟ ପାଇଁ ୪୫୦ମିଲିୟନ ଡଲାର ଖର୍ଚ୍ଚ ହେଉଛି। ଏହାକୁ ବିଦେଶରୁ ଆମଦାନୀ କରୁଛି ଭାରତ ।
ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି।
ପ୍ରତିଦିନ ଖାଦ୍ୟରେ ଛତୁକୁ ଅନ୍ତର୍ଭୂକ୍ତ କରିବା ଜରୁରୀ । ମଧୁମେହ ରୋଗୀଙ୍କ ପାଇଁ ଛତୁ ଖାଇବା ନିହାତି ଦରକାର ।
କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ।