Advertisment

ପାଣି ଭର୍ତ୍ତି ଗାତରେ ପଡ଼ି ଚାଲିଗଲା ୫ ବର୍ଷ ଶିଶୁର ଜୀବନ

ଆଜି ସକାଳେ ଶିଶୁଟି ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଯାଇଥିଲା। ଗାତରେ ବର୍ଷା ପାଣି ଭର୍ତ୍ତି ଥିବାରୁ ପିଲାଟି ଜାଣି ନପାରି ପଡ଼ି ଯାଇଥିଲା।

author-image
Rajalaxmi Sahoo
5-year-old boy dies after falling into a rainwater-filled pit in nilagiri

5-year-old boy dies after falling into a rainwater-filled pit in nilagiri

ବର୍ଷା ପାଣି ଭର୍ତ୍ତି ଗାତରେ ପଡ଼ି ୫ ବର୍ଷର ଶିଶୁ ପୁତ୍ରର ଜୀବନ ଚାଲି ଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିିରିରେ ଏହି ଅଭାବନୀୟ ଘଟଣା ଘଟିଛି। ବେଗୁନିଆ ଗାଁରେ ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଶିଶୁଟି ବେଗୁନିଆ ଗାଁରେ ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଯାଇଥିଲା। ଗାତରେ ବର୍ଷା ପାଣି ଭର୍ତ୍ତି ଥିବାରୁ ପିଲାଟି ଜାଣି ନପାରି ପଡ଼ି ଯାଇଥିଲା। ଫଳରେ ଶିଶୁଟିର ମୃତ୍ୟୁ ଘଟିଛି। ଖୋଳାଯାଇଥିବା ଗାତ କର୍ତ୍ତୃପକ୍ଷ ପୋତି ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Rain In Odisha
Advertisment
Advertisment