/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660815371.jpg)
Daughter-in-law and son carry mother’s body for last rites in Jeypore
ଛୁଆଁ ଅଛୁଆଁ ଭେଦଭାବ ଆଗରେ ହଜିଗଲା ମାନବିକତା। ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ଅନ୍ଧବିଶ୍ୱାସରୁ ବାହାରି ପାରୁନାହାନ୍ତି ଲୋକ। ସତେ ଯେମିତି ଅନ୍ଧବିଶ୍ୱାସ ଆଗରେ ହାର ମାନିଛି ମଣିଷ ପଣିଆ। ଅନ୍ଧବିଶ୍ୱାସର ପରିଣତି ଯେ କେତେ ଭୟଙ୍କର ତାହାର ଏକ ଜ୍ୱଳନ୍ତ ଉଦାହରଣ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗାଁରେ ଦେଖିବାକୁ ମିଳିଛି।
ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମବାସୀମାନେ କାନ୍ଧ ଦେଇନଥିଲେ। କାରଣ ତାଙ୍କ ପୁଅ ଅନ୍ୟ ଜାତିର ଘରେ ଖାଇଥିଲେ। ଶେଷରେ ବୃଦ୍ଧାଙ୍କ କୋକେଇକୁ ଘୋଷାଡି ଘୋଷାଡ଼ି ନେଇଥିଲେ ତାଙ୍କ ପୁଅ, ବୋହୂ। ବୈରାଗିମଠ ଗାଁର ମୁକ୍ତା ପରଜା ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମବାସୀ କାନ୍ଧ ଦେଇନଥିଲେ।
ସୂଚନା ଅନୁସାରେ, ୬ ମାସ ପୂର୍ବେ ମୃତ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଏକ ଜାତିର ଘରେ ଖାଦ୍ୟ ଖାଇଥିଲେ। ବାସ୍, ଏତିକି ଭୁଲ୍ ପାଇଁ ମଙ୍ଗଳାଙ୍କ ପରିବାରକୁ ଗ୍ରାମବାସୀ ଭୋଜିଭାତରେ ସାମିଲ କରୁନଥିଲେ। ତେଣୁ ମୁକ୍ତାଙ୍କ ମୃତ୍ୟୁ ପରେ ବୈରାଗୀମଠ ଗ୍ରାମବାସୀ ଚାରି କାନ୍ଧ ଦେଲେ ନାହିଁ। ଫଳରେ ପୁଅ, ବୋହୂ କୋକେଇକୁ ଘୋଷାଡ଼ି ଘୋଷାଡ଼ି ବହୁ କଷ୍ଟରେ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ସେହି ସମୟରେ ରାସ୍ତାରେ ଶବଟି ବାରମ୍ବାର ପଡୁଥିବା ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)