• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଅଭିନେତା ପୀୟୂଷ ତ୍ରିପାଠୀ ଓଟିଭି ଷ୍ଟୁଡିଓକୁ ଆସି ବିବାଦ ବିଷୟରେ କହିବା ବେଳେ ଭାବବିହ୍ୱଳ ହୋଇପଡିଲେ । ସେ ସାଙ୍ଗରେ ଆଣିଥିବା ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି କହିଲେ, ଯଦି ମିଛ କହୁଥିବି କୁଷ୍ଠରୋଗ ହୋଇଯିବ । ଜଗନ୍ନାଥଙ୍କୁ ଧରି ସେ କାନ୍ଦି ପକାଇଛନ୍ତି । ସେ କହିଛନ୍ତି ସିଂହବାହିନୀ ଯାତ୍ରା ପାର୍ଟିର ମାଲିକ ସଞ୍ଜୀବ ପାଢ଼ୀ ମୋତେ ଟଙ୍କା ଦେବା ଠିକ୍, ଗାଡ଼ି ଦେବା ଠିକ୍ କିନ୍ତୁ ପରିମାଣ ଭୁଲ୍ ।

ପୀୟୂଷ କହିଛନ୍ତି, ୫ ଦେଇକି ୨୫ କହିଛନ୍ତି ଯାତ୍ରା ପାର୍ଟି ମାଲିକ । ସେ ଆକାଉଣ୍ଟରେ ୩୦ ଲକ୍ଷ ଦେଇଥିଲେ । ସେ ଟଙ୍କା ମୁଁ ତାଙ୍କୁ ଗତ ୧ ତାରିଖରେ ଫେରାଇ ଦେଇଛି । ଗାଡି ବାବଦ ଇନଷ୍ଟଲମେଣ୍ଟ ବି ୨ ଲକ୍ଷ ଟଙ୍କା ମୁଁ ଦେଇଛି ବୋଲି କହିଛନ୍ତି ପୀୟୂଷ । ପାଢ଼ୀ ବାବୁ ଯାହା ଦୋଷାରୋପ କରିଛନ୍ତି, ପୀୟୂଷ ତାକୁ ପୂରା ଖଣ୍ଡନ କରିନାହାନ୍ତି କି ପୂରା ସ୍ୱୀକାର ବି କରିନାହାନ୍ତି । ସେ ଯେଉଁ ୨୫ ଲକ୍ଷ ଟଙ୍କା ହାତରେ ଦେଇଥିବା କଥା କହୁଛନ୍ତି, ତାହା ମିଛ । ସେ ପ୍ରକୃତରେ ୫ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ପୀୟୂଷ କହିଛନ୍ତି ।

ସେତେବେଳେ ସେମିତି ପରିସ୍ଥିତି ଥିଲା, ତେଣୁ କଥା ହୋଇଥିଲୁ । ସେ ମୋତେ ଯିବାକୁ ବାଧ୍ୟ କରିଥିଲେ, ମୁଁ ମନା କରିଦେଇଥିଲି । ମାଲିକ ପାଢ଼ୀବାବୁ ଏକ ହୋଟେଲରେ ତାଙ୍କୁ ଭେଟିଥିବା କଥାକୁ ସେ ସ୍ୱୀକାର କରିଛନ୍ତି ।

ଅଧିକ ପଢ଼ନ୍ତୁ: ମୁଦ୍ରାରାକ୍ଷସ କଳଙ୍କରୁ ମୁକ୍ତି ପାଇଁ ଛାଡ଼ିଦେବି ଯାତ୍ରା ପେଣ୍ଡାଲ୍, କହିଲେ ଅଭିନେତା ପୀୟୂଷ ତ୍ରିପାଠୀ

ପୀୟୂଷ କହିଛନ୍ତି, ଯାତ୍ରାରେ ଏମିତି ଦେବା ନେବା ଚାଲେ । ମୁଁ କିଛି ଗୋଟାଏ ଭୁଲ୍ କରିନାହିଁ । ମଣିଷମରା କାମ କରିନାହିଁ ବୋଲି ସେ କହିଛନ୍ତି । ଜାନୁଆରୀ ମାସରେ ସେ ମୋତେ ପଇସା ଦେଇଥିଲେ । ମୁଁ ତାଙ୍କୁ ଫେବ୍ରୁଆରୀ ମାସରେ ଫେରାଇ ଦେଇଛି । ହୃଦୟ ସହିତ ହୃଦୟ ନମିଶିଲେ ଏଗ୍ରିମେଣ୍ଟର କିଛି ମୂଲ୍ୟ ନାହିଁ । 

ଯେହେତୁ ତାଙ୍କ ସହ ସମନ୍ୱୟ ଠିକଠାକ୍ ରହିଲାନି, ମୁଁ ଗଲିନାହିଁ । ସେ କିନ୍ତୁ ମୋତେ ବହୁତ କଥା କହିଥିଲେ, ମୋ ମୋବାଇଲରେ ସବୁ ରେକର୍ଡ ହୋଇ ରହିଛି । ସେ କହିଥିଲେ, ମିଡିଆ ଆଗରେ ଗାଡ଼ି କଥା କହିବେନି । କିନ୍ତୁ ମିଡିଆକୁ ଆସି ଗାଡ଼ି କଥା କହିଲେ । ସେ କଣ କହିଥିଲେ ତାହାର ମଧ୍ୟ ପ୍ରମାଣ ମୁଁ ରଖିଛି । ସେ ମୋତେ କୌଣସି ପ୍ରକାରେ ନେବାକୁ ଚାହୁଁଥିଲେ, କିନ୍ତୁ ନେଇପାରିଲେ ନାହିଁ । କାଳିଆ ଠାକୁରଙ୍କ ନାଁ ନେଇ ମୋତେ ବଦନାମ କଲେ, ମୁଁ କିନ୍ତୁ ସେଭଳି ଲୋକ ନୁହେଁ ବୋଲି ସେ କହିଛନ୍ତି । ତେବେ ସିଂହବାହିନୀ ଯାତ୍ରା ପାର୍ଟିର ମାଲିକ କହିଛନ୍ତି, ସେ ଆସନ୍ତା କାଲି ଏ ସଂପର୍କରେ ଅଧିକ ତଥ୍ୟ ରଖିବେ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଯାତ୍ରା ଜଗତରେ ବଡ଼ ହଲଚଲ୍; ବିବାଦ ଘେରରେ ପୀୟୂଷ ତ୍ରିପାଠୀ

ଅଭିନେତା ପୀୟୂଷ ତ୍ରିପାଠୀ ଜଣେ ଅଭିଜ୍ଞ ଅଭିନେତା । ସେ ଖଳନାୟକ ଚରିତ୍ରରେ ଅଭିନୟ କରନ୍ତି । ପୋଲିସ୍ ଚାକିରି ଛାଡି ସେ ଅଭିନୟକୁ ନିଜର ପେସା ଭାବେ ଗ୍ରହଣ କରିଛନ୍ତି । ସେ ବିଭିନ୍ନ ସିରିଏଲରେ ଅଭିନୟ କରି କ୍ୟାରିୟର୍ ଆରମ୍ଭ କରିଥିଲେ । ପରେ କୋଣାର୍କ, ପାର୍ବତୀ, ରଙ୍ଗମହଲ ଓ ତୁଳସୀରେ କାମ କରିଥିଲେ । ତୁଳସୀରେ ସେ ଜଣେ ଆଗଧାଡିର କଳାକାର ଭାବେ ନିଜର ଏକ ପରିଚୟ ତିଆରି କରିଥିଲେ । ଏବେ ଆଗୁଆ ଟଙ୍କା ଓ ଗାଡ଼ି ନେବା ବିବାଦରେ ସେ ଛନ୍ଦି ହୋଇଛନ୍ତି । 

 

OTV is now on Whatsapp

Join and get latest news update delivered to you via whatsapp

Join Now