ଏହି ଶିଖର ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ମଧ୍ୟ ସମ୍ବୋଧିତ କରିବେ।
ଫୋର୍ବସ୍ ତାଲିକାରେ ଜୁଲି ସ୍ୱିଟ ସପ୍ତମ ସ୍ଥାନରେ ରହିଛି। ସେ ଆସେଞ୍ଚର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ୫୭ ବର୍ଷିୟ ଜୁଲି କାଲିଫର୍ନିଆର ଟୁଷ୍ଟିନରେ ଜନ୍ମଗ୍ରହଣ କରିଥିଲେ । କାଲିଫର୍ନିଆର କ୍ଲେରିମେଟ ମ୍ୟାକକେନା କଲେଜ ଏବଂ ନ୍ୟୁୟର୍କର କଲମ୍ବିଆ ୟୁନିଭରସିଟି ଲ ସ୍କୁଲରେ ସେ ଆଇନ ଅଧ୍ୟୟନ କରିଥିଲେ ।
ବିମାନ ଭିତରେ ବନ୍ଧୁକଧାରୀର ଆତଙ୍କ । ମଝି ଆକାଶରେ ବନ୍ଧୁକ ଦେଖାଇ ଯାତ୍ରୀମାନଙ୍କୁ ମାରିବାକୁ ଧମକ ଦେଲା । ଜାଣନ୍ତୁ ତା' ପରେ କ'ଣ ଘଟିଲା
ଆମେରିକାରେ ବେଆଇନ ଭାବେ ପ୍ରବେଶ କରିବା ପାଇଁ ଥିବା ଦୁର୍ଗମ ରାସ୍ତା ସମ୍ପର୍କରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏଥିରେ କେତେ ଟଙ୍କା ଖର୍ଚ୍ଚ ହୁଏ ? କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ?
ଆଠ ଦିନରେ ତିନି ତିନୋଟି ବିମାନ ଦୁର୍ଘଟଣାରେ ମୋଟ୍ ୮୪ ଜୀବନ ଗଲାଣି। ଏହାପୂର୍ବରୁ ଜାନୁଆରୀ ୨୯ ରେ ୱାଶିଂଟନ୍ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ଜେଟ ଏବଂ ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାନୁଆରୀ ୩୧ ରେ, ଫିଲାଡେଲଫିଆରେ ଏକ ମେଡିକାଲ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ପୁଣି ଜଳିଲା ବାଙ୍ଗଲାଦେଶ, ମାତିଲା ଜେସିବି । ଏଥର ବାଙ୍ଗଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାପଘରକୁ ଟାର୍ଗେଟ କରିଛନ୍ତି ଆନ୍ଦୋଳନକାରୀ। ଘରକୁ ନିଆଁ ଲଗାଇବା ସହ JCB ଲଗାଇ ଭାଙ୍ଗି ଦେଇଛନ୍ତି ।
ଅନୁପ୍ରବେଶକାରୀଙ୍କୁ ତଡ଼ିବା ଆଦେଶ ଟ୍ରମ୍ପଙ୍କୁ ପଡ଼ିଗଲା କି ମହଙ୍ଗା? ଅବୈଧ ଭାବରେ ଆମେରିକାରେ ଥିବା ଲୋକଙ୍କୁ ନିଜ ଦେଶରେ ପହଞ୍ଚାଇବା ପାଇଁ ଖର୍ଚ୍ଚ ହେଉଛି ପୁଳା ପୁଳା ଆମେରିକୀୟ ଡଲାର୍ ।
ବିଲିୟନାରୀ ତଥା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ମାଲିକ ବିଲ ଗେଟ୍ସ ନିଜର ପ୍ରେମିକା ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ସର୍ବଦା ନିଜ ସମ୍ପର୍କକୁ ଗୁପ୍ତ ରଖିବାକୁ ଚେଷ୍ଟା କରିଥିବା ବିଲ ଗେଟ୍ସ ପ୍ରଥମ ଥର ସମସ୍ତଙ୍କ ସହିତ ଏହି ଖବର ଶେୟାର କରିଛନ୍ତି।
ବାଂଲାଦେଶର ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପୁରୁଣା ଘରେ ନିଆଁ ଲଗାଇ ଦେଇଛନ୍ତି ବିରୋଧୀ। ଏହି ଘଟଣାକୁ ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନିନ୍ଦା କରିଛନ୍ତି। ହସିନା କହିଛନ୍ତି ଆପଣ ଗୋଟିଏ ବିଲ୍ଡିଂକୁ ନିଶ୍ଚହ୍ନ କରି ପାରିବେ ମାତ୍ର ଇତିହାସକୁ ପରିବର୍ତ୍ତନ କରିବା ଅସମ୍ଭବ।
ବେଆଇନ୍ ଭାବରେ ରହୁଥିବା ଭାରତୀୟଙ୍କୁ ଆମେରିକାରୁ ବିଦା କରିଛନ୍ତି ଟ୍ରମ୍ପ ସରକାର। ଏକ ଆମେରିକୀୟ ସାମରିକ ବିମାନ ପ୍ରାୟ ୧୦୪ ଜଣ ଭାରତୀୟ ନାଗରିକଙ୍କୁ ଆଣି ବୁଧବାର ଦିନ ଅମୃତସରରେ ଛାଡ଼ିଛି।
ପାକିସ୍ତାନରେ ହୁ ହୁ ହୋଇ ବୃଦ୍ଧି ପାଉଛି ଜନସଂଖ୍ୟା । 25 ବର୍ଷ ପରେ ଆମେରିକାକୁ ଟପି ବିଶ୍ୱର ତୃତୀୟ ଜନବହୁଳ ରାଷ୍ଟ୍ର ପାଲଟିବ ବୋଲି ଆକଳନ କରାଯାଉଛି ।
ରାଷ୍ଟ୍ରପତି ଭାବେ ଆଉଥରେ ନିର୍ବାଚିତ ହେବା ପରେ ଟ୍ରାନ୍ସଜେଣ୍ଡରମାନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ।'ମହିଳା କ୍ରୀଡାରୁ ପୁରୁଷମାନଙ୍କୁ ବାଦ୍ ଦେବା' ଶୀର୍ଷକ ଏହି ଆଦେଶରେ କୁହାଯାଇଛି ଯେ ନ୍ୟାୟ ଏବଂ ଶିକ୍ଷା ବିଭାଗ ସମେତ ସଂଘୀୟ ଏଜେନ୍ସିଗୁଡ଼ିକୁ ଟ୍ରମ୍ପ ପ୍ରଶାସନର ନିୟମ ପାଳନ କରିବାକୁ ହେବ ।
ରାତିରେ ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ। ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ଧାନମଣ୍ଡି-୩୨ ସ୍ଥିତ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ।
ସୁନ୍ଦର ହସ୍ତାକ୍ଷର ପାଇଁ ଜଣେ ଯୁବତୀ ସାରା ବିଶ୍ୱରେ ରାଜ୍ କରୁଛନ୍ତି । ତାଙ୍କ ହାତଲେଖାକୁ ପୃଥିବୀର ସବୁଠାରୁ ସୁନ୍ଦର ହାତଲେଖା ମଧ୍ୟ କୁହାଯାଉଛି । ଏଥିପାଇଁ ତାଙ୍କୁ 'ପୃଥିବୀର ଶ୍ରେଷ୍ଠ ହସ୍ତାକ୍ଷର' “world’s most beautiful handwriting” ଆୱାର୍ଡ ପ୍ରଦାନ କରାଯାଇଛି ।
ମହାକାଶରେ ପୋଷାକ ଆଷ୍ଟ୍ରୋନଟଙ୍କ ପାଇଁ ଏକ ସମସ୍ୟା ହୋଇଥିଲେ ହେଁ ଏହାର ସମାଧାନର ବାଟ ଏଯାଏ ବାହାରି ପାରିନାହିଁ । ଏବେ ମହାକାଶଚାରୀମାନେ ମଙ୍ଗଳ ଗ୍ରହକୁ ଯିବାକୁ ବସିଲେଣି । ସେମାନେ ଭଲ ଭାବେ ଜାଣନ୍ତି, ଏତେ ବେଶୀ ପୋଷାକ ନେଇ ମହାକାଶକୁ ଯିବା ଅର୍ଥ ଯେଉଁ ଯାନରେ ମହାକାଶଚାରୀମାନେ ଯାଉଛନ୍ତି ସେହି ଯାନର କେବଳ ଓଜନ ବଢାଇବା । ତେଣୁ ମହାକାଶରେ କିପରି ପୋଷାକ ଧୁଆ ଯାଇ ପାରିବ ତାହାର ଉପାୟ ବାହାର କରିବାକୁ ପଡିବ ।
ପୂର୍ବରୁ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରୁ ଅବୈଧ ପ୍ରବାସୀମାନଙ୍କୁ ଆମେରିକା ବିତାଡିତ କରୁଥିଲା, କିନ୍ତୁ ଏବେ ଭାରତରୁ ମଧ୍ୟ ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନ କହିଛି ଯେ ଖୁବ୍ ଶୀଘ୍ର ଟେକ୍ସାସର ଏଲ ପାସୋ ଏବଂ କାଲିଫର୍ଣ୍ଣିଆର ସାନ ଡିଏଗୋରୁ ସାମରିକ ବିମାନଗୁଡ଼ିକ ଉଡ଼ାଣ ଭରିବ।
ବ୍ରାଜିଲରେ ରହିଥିବା ନେଲୋର ପ୍ରଜାତିର ଗାଇ ଭାୟାଟିନା-୧୯ ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି। ବ୍ରାଜିଲର ମିନେସ ଗେରିସରେ ଏହା ବିଶ୍ବର ସବୁଠାରୁ ମହଙ୍ଗା ଗାଇର ମାନ୍ୟତା ହାସଲ କରିଥିଲା। ଭାୟାଟିନା-୧୯କୁ ୪.୮ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।
ଆମେରିକୀୟ ବ୍ୟବସାୟୀ ତଥା ଟେସଲାର ସିଇଓ ଏଲନ ମସ୍କ ନିଜର ପ୍ରତିଶୋଧ ପୂରଣ କରିଛନ୍ତି। ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପ୍ରତିଶୋଧ ନେଇଛନ୍ତି ମସ୍କ। ଜୋ ବାଇଡେନ ରାଷ୍ଟ୍ରପତି ଥିବା ସମୟରେ ମସ୍କଙ୍କ ବ୍ରେନ୍ ଟ୍ରାନ୍ସପ୍ଲାଣ୍ଟେସନ ପ୍ରୋଜେକ୍ଟର ତଦନ୍ତ କରିଥିବା ଜନୈକା ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଆମେରିକା ସରକାରଙ୍କ କୃଷି ବିଭାଗରେ ଇନ୍ସପକ୍ଟେର ଜେନେରାଲ ଭାବରେ କାର୍ଯ୍ୟ କରୁଥିବା ଫିଲିସ ଫଙ୍ଗଙ୍କୁ ମସ୍କଙ୍କ ରୋଷର ଶିକାର ହେବାକୁ ପଡିଛି।
ରବିବାର ହ୍ୟୁଷ୍ଟନରୁ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କ ଯାଉଥିଲା ୟୁନାଇଟେଡ ଏୟାରଲାଇନ୍ସ ଏକ ବିମାନ। ବିମାନଟି ଉଡ଼ାଣ ଭରିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।
ଆମେରିକାର ନିଜସ୍ବ ଘରୋଇ ମାନୁଫାକଚରିଂକୁ ଆଗକୁ ବଢାଇବା ଏବଂ ବାହାର ଦେଶରୁ ନିଶା ସାମଗ୍ରୀ ଚାଲାଣ ଉପରେ ରୋକ୍ ଲଗାଇବାକୁ ଟ୍ରମ୍ପ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସୁନା ରହିଛି ଏବଂ ବିଶ୍ୱ ସ୍ତରରେ ସୁନା ଗଚ୍ଛିତ ରଖିବାରେ ଭାରତ କେଉଁ ସ୍ଥାନ ଅଧିକାର କରିଛି...
ଯୁଦ୍ଧମନସ୍କ ପୃଥିବୀରୁ ଆମେରିକା ବେଶ ଭଲ ଅସ୍ତ୍ରଶସ୍ତ୍ର ବ୍ୟବସାୟ କରି ମୁନାଫା ଉଠାଉଛି । ଏହି ବ୍ୟାବସାୟିକ ଲାଭ ବାଇଡେନ ପ୍ରଶାସନର ଶେଷ ବର୍ଷରେ ହୋଇଥିଲା । ୨୦୨୪ରେ ଆମେରିକା ୨୭.୫୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ବୁଝାମଣା କରିଛି । ଯାହା ୨୦୨୩ ତୁଳନାରେ ୨୯ ପ୍ରତିଶତ ଅଧିକ ।
ଆମେରିକାର ୯୦ ପ୍ରତିଶତ ଏୟାର କଣ୍ଟ୍ରୋଲର ଫ୍ୟାସିଲିଟିରେ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନାହାନ୍ତି। ଆମେରିକାରେ ସମୁଦାୟ ୩୧୩ଟି ଏୟାର ଟ୍ରାଫିକ କଣ୍ଟ୍ରୋଲର ଫ୍ୟାସିଲିଟି ରହିଥିବା ବେଳେ ଏଥି ମଧ୍ୟରୁ ୨୮୫ଟିରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି।
ଟେସଲାରେ ଏମିତି ଏକ ଜବ ଅଫର ଆସିଛି ଯେଉଁଥିରେ କେବଳ ଚାଲିବା ଦ୍ବାରା ଆପଣ ଲକ୍ଷପତି ହୋଇ ପାରିବେ। ଦିନକୁ ୮ ଘଣ୍ଟା ଚାଲିବା ପାଇଁ ମାସିକ ୮ ହଜାର ଡଲାରର ବେତନ ମିଳିବ।
ଚୀନର AI ଚାଟ୍ ବଟ୍ Deepseekକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପ୍ର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା ।