• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ବିଲିୟନାରୀ ତଥା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା  ବିଲ ଗେଟ୍ସ ନିଜର ପ୍ରେମିକା ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ସର୍ବଦା ନିଜ ସମ୍ପର୍କକୁ ଗୁପ୍ତ ରଖିବାକୁ ଚେଷ୍ଟା କରିଥିବା ବିଲ ଗେଟ୍ସ ପ୍ରଥମ ଥର ସମସ୍ତଙ୍କ ସହିତ ଏହି ଖବର ଶେୟାର କରିଛନ୍ତି। ପଉଲା ହର୍ଡଙ୍କୁ ଡେଟ କରୁଥିବା ନେଇ ୬୯ ବର୍ଷୀୟ ବିଲ ଗେଟ୍ସ ସାକ୍ଷାତକାରରେ ସୂଚନା ଦେଇଛନ୍ତି।

ପଢନ୍ତୁ ଏହି ଖବର: ଆପଣ କେତେ ଦିନ ବଞ୍ଚିବେ? AI କହିଦେବ ମୃତ୍ୟୁ ସମୟ

ଉଭୟ ଏକତ୍ର ପୂର୍ବରୁ ଅଲିମ୍ପିକ୍ସରେ ମଧ୍ୟ ନଜର ଆସିଥିଲେ। ବିଲ ୧୯୯୪ରେ ମେଲିଣ୍ଡା ଗେଟ୍ସଙ୍କୁ ବିବାହ କରିଥିଲେ। ୨୦୨୧ରେ ଉଭୟ ପରସ୍ପର ଠାରୁ ଡିଭୋର୍ସ ନେଇଥିଲେ। ୨୦୨୩ରୁ ସେ ପଉଲାଙ୍କୁ ଡେଟ କରୁଥିବା ନେଇ ଗେଟ୍ସ ସୂଚନା ଦେଇଛନ୍ତି। ଓରାକେଲର ପୂର୍ବତନ ସିଇଓ ମାର୍କ ହର୍ଡ ହେଉଛନ୍ତି ପଉଲାଙ୍କ ସ୍ବାମୀ। ୨୦୧୯ରେ ମାର୍କଙ୍କ ଦେହାନ୍ତ ପରେ ସେ ଏକୁଟିଆ ରହୁଥିଲେ। ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ୬୯ ବର୍ଷିୟ ବିଲ୍‌ ଗେଟ୍‌ସ ଏବେ ୬୨ ବର୍ଷିୟ ପଉଲା ହର୍ଡଙ୍କ ପ୍ରେମରେ ପଡ଼ିଛନ୍ତି । ସେମାନେ ପରସ୍ପରକୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଡେଟ୍‌ କଚୁଛନ୍ତି । ଅଷ୍ଟ୍ରେଲିଆନ୍‌ ଓପନ୍‌ ବେଳେ ଉଭୟଙ୍କୁ ଏକାଠି ଓ ଅତି ନିଟକତର ଥିବା ଦେଖାଯାଇଥିଲା । ପ୍ରେମ ଆଗକୁ ବଢିବାରେ ଟେନିସର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ବୋଲି କହିଛନ୍ତି ଗେଟ୍ସ।

୨୦୨୨ରେ ବିଲ୍ ଓ ପଉଲାଙ୍କୁ ଏକତ୍ର ଅନେକ ଇଭେଣ୍ଟରେ ଦେଖିବାକୁ ମିଳିଥିଲା। ୨୦୨୩ରେ ଉଭୟଙ୍କ ଡେଟିଂ ଖବର ଆସିଥିଲେ ମଧ୍ୟ ଉଭୟ ଏହାକୁ ଅସ୍ବୀକାର କରିଥିଲେ। ଉକ୍ତ ସାକ୍ଷାତକାରରେ ତାଙ୍କ ଜୀବନର ସବୁଠାରୁ ବଡ ପଶ୍ଚାତାପ କଣ ବୋଲି ପ୍ରଶ୍ନ କରାଯାଇଥିଲା। ଗେଟ୍ସ ଏହାର ଉତ୍ତରରେ କହିଥିଲେ ୨୭ ବର୍ଷର ବୈବାହିକ ଜୀବନ ପରେ ମେଲିଣ୍ଡା ଗେଟ୍ସଙ୍କୁ ଡିଭୋର୍ସ ଦେବା ତାଙ୍କର ସବୁଠାରୁ ବଡ ପଶ୍ଚାତାପ।

ଡିଭୋର୍ସ ନିଷ୍ପତ୍ତି ଉଭୟ ମେଲିଣ୍ଡା ଓ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିବା ସେ କହିଥିଲେ। ଏଥିରୁ ବାହାରିବ ପାଇଁ ତାଙ୍କୁ ୨ ବର୍ଷରୁ ଅଧିକ ସମୟ ଲାଗିଥିଲା। ତେବେ ମେଲିଣ୍ଡାଙ୍କ ସହ ସମ୍ପର୍କ ଖରାପ ହେବା ପାଇଁ ସେ ହିଁ ଦାୟୀ ବୋଲି କହିଥିଲେ। ମାଇକ୍ରୋସଫ୍ଟର ଜନୈକ କର୍ମଚାରୀଙ୍କ ସହିତ ତାଙ୍କର ପରକୀୟା ପ୍ରୀତି କାରଣରୁ ତାଙ୍କର ଡିଭୋର୍ସ ହୋଇଥିବା ସୂଚନା ଦେଇଥିଲେ ଗେଟ୍ସ।

ପଢନ୍ତୁ ଏହି ଖବର: ବିଶ୍ୱର ପ୍ରଥମ AI ସଫ୍ଟୱେୟାର୍ ଇଞ୍ଜିନିୟର ‘ଡେଭିନ୍’; ଚୁଟକିରେ କରିବ ୱେବ୍ ଡିଜାଇନ୍

OTV is now on Whatsapp

Join and get latest news update delivered to you via whatsapp

Join Now