Advertisment

Donald Trump: ଆମେରିକା ରାଷ୍ଟ୍ରପତିଙ୍କ କଡ଼ା ନିଷ୍ପତ୍ତି, ୩ଟି ଦେଶ ଉପରେ ଆମଦାନୀ ଟାରିଫ୍ ଲଗାଇଲେ ଟ୍ରମ୍ପ

ଆମେରିକାର ନିଜସ୍ବ ଘରୋଇ ମାନୁଫାକଚରିଂକୁ ଆଗକୁ ବଢାଇବା ଏବଂ ବାହାର ଦେଶରୁ ନିଶା ସାମଗ୍ରୀ ଚାଲାଣ ଉପରେ ରୋକ୍ ଲଗାଇବାକୁ ଟ୍ରମ୍ପ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଟ୍ରମ୍ପଙ୍କ କଡ଼ା ନିଷ୍ପତ୍ତି

ଟ୍ରମ୍ପଙ୍କ କଡ଼ା ନିଷ୍ପତ୍ତି

କଡ଼ା ନିଷ୍ପତ୍ତି ନେଇ ପୁଣିଥରେ ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ । ପୁଣି ରାଷ୍ଟ୍ରପତି ହେବା ପରେ ଅନେକ ଚର୍ଚ୍ଚିତ ନିଷ୍ପତ୍ତି ନେଉଛନ୍ତି ଟ୍ରଂପ । ୩ଟି ଦେଶ ଉପରେ ଚଳିତ ମାସ ୧ ରୁ ଆମଦାନୀ ଟାରିଫ୍ ଲାଗୁ କରିଛନ୍ତି ଡୋନାଲ୍ଡ୍ ଟ୍ରମ୍ପ । କାନାଡା, ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଟାରିଫ୍ ଏବଂ ଚୀନ୍ ଉପରେ ୧୦ ପ୍ରତିଶତ ଟାରିଫ୍ ଲାଗୁ କରିଛନ୍ତି ଟ୍ରମ୍ପ ସରକାର । ଏନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ତେବେ ଆମେରିକାର ନିଜସ୍ବ ଘରୋଇ ମାନୁଫାକଚରିଂକୁ ଆଗକୁ ବଢାଇବା ଏବଂ ବାହାର ଦେଶରୁ ନିଶା ସାମଗ୍ରୀ ଚାଲାଣ ଉପରେ ରୋକ୍ ଲଗାଇବାକୁ ଟ୍ରମ୍ପ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେଣେ ଆମେରିକା ୪.୬ ମିଲିୟନ ବ୍ୟାରେଲ୍ ତେଲ କାନାଡାରୁ ଏବଂ ୫୬୩ ହଜାର ବ୍ୟାରେଲ୍ ତେଲ ମେକ୍ସିକୋରୁ ଆମଦାନୀ କରିଥାଏ ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ

Advertisment

ସେଇଭଳି ଚୀନରୁ ଇଲେକ୍ଟ୍ରୋନିକ୍ସ, କପଡ଼ା ଏବଂ ଅନ୍ୟ ସାମଗ୍ରୀ ଆମଦାନୀ କରିଥାଏ ଆମେରିକା । ଏବେ ଟ୍ରଂପଙ୍କ ଏଭଳି ନିଷ୍ପତ୍ତି ପରେ ଆମେରିକାରେ ଦରଦାମ ବଢିବା ଆଶଙ୍କା କରାଯାଉଛି । ସେପଟେ ଟ୍ରଂପଙ୍କ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ୩ ଦେଶକୁ ଟାରିଫ୍ ଲାଗୁ ଘୋଷଣା ପରେ ଆରମ୍ଭ ହୋଇଛି ଟ୍ରେଡ୍ ୱାର୍ । ଆମେରିକାର ଆମଦାନୀ ଶୁଳ୍କର ଜବାବ ଦେଲା କାନାଡା । ଆମେରିକାରୁ କାନାଡାକୁ ଆମଦାନୀ ହେଉଥିବା ୧୦୬ ବିଲିୟନ ଡଲାରର ବିଭିନ୍ନ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି କାନାଡା ଟ୍ରୁଡୋ ସରକାର । ଏନେଇ କାନାଡା ପିଏମ୍ ଜଷ୍ଟିନ୍ ଟ୍ରୁଡୋ ଘୋଷଣା କରିଛନ୍ତି ।

କାନାଡା ପିଏମ୍ ଜଷ୍ଟିନ୍ ଟ୍ରୁଡୋ ଘୋଷଣା ପରେ ବିଶ୍ବ ଅର୍ଥନୀତିରେ ହଲଚଲର ଆଶଙ୍କା କରାଯାଉଛି । ଚଳିତ ମାସ ୧ ତାରିଖରୁ କାନାଡା, ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଏବଂ ଚୀନ ଉପରେ ୧୦ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ ଟ୍ରମ୍ପ ସରକାର । ଏହାର ପ୍ରତି ବଦଳରେ କାନାଡା ପିଏମ୍ ଟ୍ରୁଡୋ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ୯୦ ପ୍ରତିଶତ ଏୟାର ଟ୍ରାଫିକ କଣ୍ଟ୍ରୋଲରରେ ନାହାନ୍ତି ଆବଶ୍ୟକୀୟ କର୍ମଚାରୀ

China Donald Trump Canada
Advertisment
Advertisment