Advertisment

Musk's Revenge: ତଦନ୍ତର ଜାଲରେ ପଡ଼ିଥିଲେ ମସ୍କ, ଟ୍ରମ୍ପ ଆସିବା ପରେ ନେଲେ ଏମିତି ପ୍ରତିଶୋଧ

ଆମେରିକୀୟ ବ୍ୟବସାୟୀ ତଥା ଟେସଲାର ସିଇଓ ଏଲନ ମସ୍କ ନିଜର ପ୍ରତିଶୋଧ ପୂରଣ କରିଛନ୍ତି। ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପ୍ରତିଶୋଧ ନେଇଛନ୍ତି ମସ୍କ। ଜୋ ବାଇଡେନ ରାଷ୍ଟ୍ରପତି ଥିବା ସମୟରେ ମସ୍କଙ୍କ ବ୍ରେନ୍ ଟ୍ରାନ୍ସପ୍ଲାଣ୍ଟେସନ ପ୍ରୋଜେକ୍ଟର ତଦନ୍ତ କରିଥିବା ଜନୈକା ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଆମେରିକା ସରକାରଙ୍କ କୃଷି ବିଭାଗରେ ଇନ୍ସପକ୍ଟେର ଜେନେରାଲ ଭାବରେ କାର୍ଯ୍ୟ କରୁଥିବା ଫିଲିସ ଫଙ୍ଗଙ୍କୁ ମସ୍କଙ୍କ ରୋଷର ଶିକାର ହେବାକୁ ପଡିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
musk

musk

ଆମେରିକୀୟ ବ୍ୟବସାୟୀ ତଥା ଟେସଲାରସିଇଓଏଲନ ମସ୍କ ନିଜର ପ୍ରତିଶୋଧ ପୂରଣ କରିଛନ୍ତି। ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପ୍ରତିଶୋଧ ନେଇଛନ୍ତି ମସ୍କ। ଜୋ ବାଇଡେନ ରାଷ୍ଟ୍ରପତି ଥିବା ସମୟରେ ମସ୍କଙ୍କ ବ୍ରେନ୍ ଟ୍ରାନ୍ସପ୍ଲାଣ୍ଟେସନ ପ୍ରୋଜେକ୍ଟର ତଦନ୍ତ କରିଥିବା ଜନୈକା ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଆମେରିକା ସରକାରଙ୍କ କୃଷି ବିଭାଗରେ ଇନ୍ସପକ୍ଟେର ଜେନେରାଲ ଭାବରେ କାର୍ଯ୍ୟ କରୁଥିବା ଫିଲିସ ଫଙ୍ଗଙ୍କୁ ମସ୍କଙ୍କ ରୋଷର ଶିକାର ହେବାକୁ ପଡିଛି।

Advertisment

ଫିଲିସ ଫଙ୍ଗ ବିଗତ ୨୨ ବର୍ଷ ଧରି ଆମେରିକା ସରକାରଙ୍କ କୃଷି ବିଭାଗରେ କାର୍ଯ୍ୟ କରୁଛନ୍ତି। ବାଇଡେନ ସରକାର ଥିବା ସମୟରେ ମସ୍କଙ୍କ ଏକ ବ୍ରେନ ଇମ୍ପ୍ଲାଣ୍ଟ ବା ପ୍ରତିରୋପଣ ପ୍ରୋଜେକ୍ଟର ତଦନ୍ତ କରିଥିଲେ। ଏହି ତଦନ୍ତକୁ ନେଇ ମସ୍କ ଖପା ହୋଇଥିବା ବେଳେ ଟ୍ରମ୍ପ କ୍ଷମତାକୁ ଫେରିବା ପରେ ଏହାର ପ୍ରତିଶୋଧ ନେଇଛନ୍ତି।

ଅଧିକ ପଢ଼ନ୍ତୁ: ଉଡ଼ାଣ ବେଳେ ବିମାନରେ ଲାଗିଗଲା ନିଆଁ; ତା’ପରେ...

ହ୍ବାଇଟ ହାଉସ ପକ୍ଷରୁ ଫିଲିସ ଫଙ୍ଗଙ୍କୁ ବରଖାସ୍ତ କରାଯାଇଥିବା ବେଳେ ସେ ନିଜ ପଦବୀ ଛାଡି ନାହାନ୍ତି। ଉପଯୁକ୍ତ ପ୍ରକ୍ରିୟାର ଅନୁସରଣ କରୁ ନ ଥିବା ଅଭିଯୋଗ ଉଠାଇ ଫିଲିସ ଫଙ୍ଗଙ୍କୁ ତାଙ୍କ ପଦରୁ ହଟାଯାଇଛି। ସେ ଛାଡିବାକୁ ରାଜି ନ ଥିବା ବେଳେ ତାଙ୍କୁ ଜୋର ଜବରଦସ୍ତ କାର୍ଯ୍ୟାଳୟରୁ ବିଦା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୦୮-୨୦୧୪ ଯାଏ ଫିଲିସ ଫଙ୍ଗ ସିଆଇଜିଆଇର ପ୍ରଥମ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।

Advertisment

କାର୍ଯ୍ୟରୁ ବିଦା କରାଯିବାକୁ ଫିଲିସ ଫଙ୍ଗ ବିରୋଧ କରିଥିବା ବେଳେ ଏହା ବିରୋଧରେ ସ୍ବାଧୀନ କମିଟିର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ନିଲମ୍ବନ ଆଦେଶରେ ଅନେକ ତ୍ରୁଟି ରହିଥିବାରୁ ଏହା ବୈଧ ନୁହେଁ ବୋଲି ସ୍ବାଧୀନ କମିଟି ମତ ଦେଇଛି। ତେବେ ଫଙ୍ଗଙ୍କୁ ବିଦା କରାଯିବାକୁ ନେଇ ହ୍ବାଇଟ ହାଉସ କହିଛି ଏହା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ପଦକ୍ଷେପ। ପୂର୍ବରୁ ଥିବା କର୍ମଚାରୀ ମାନେ ଅପରାଗ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କୁ ବିଦା କରାଯାଇ ତାଙ୍କ ସ୍ଥାନରେ ନୂତନ ପ୍ରତିଭାଶାଳୀ ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି ଦିଆଯିବ ବୋଲି ହ୍ବାଇଟ ହାଉସ ପକ୍ଷରୁ ବିବୃତିରେ କୁହାଯାଇଛି।

କୃଷି ବିଭାଗରେ ଇନ୍ସପକ୍ଟେର ଜେନେରାଲ ଭାବରେ କାର୍ଯ୍ୟ କରୁଥିବା ଫିଲିସ ଫଙ୍ଗ ଖାଦ୍ୟ ସୁରକ୍ଷା ଓ ପଶୁପକ୍ଷୀଙ୍କ ସୁରକ୍ଷା ଉପରେ କାର୍ଯ୍ୟ କରୁଥିଲେ। ୨୦୨୨ରେ ଫଙ୍ଗଙ୍କ କାର୍ଯ୍ୟାଳୟ ପକ୍ଷରୁ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ବିପକ୍ଷରେ ତଦନ୍ତ ଆରମ୍ଭ କରାଯାଇଥିଲା। ଟ୍ରମ୍ପ କ୍ଷମତାକୁ ଫେରିବା ପରଠାରୁ ୧୭ ଜଣ ଆମେରିକୀୟ ଅଧିକାରୀଙ୍କୁ ବିଦା କରି ସାରିଲେଣି। ଏହି ପଦକ୍ଷେପକୁ ସମସ୍ତ ମହଲରୁ ନିନ୍ଦା କରାଯାଇଛି।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

Donald Trump Elon Musk
Advertisment
Advertisment