• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଭାରତରେ ବଢ଼ିବାରେ ଲାଗିଛି ସୁନା ଦର । ସର୍ବ ଭାରତୀୟ ସରାଫା ଆସୋସିଏସନ୍ (All India Sarafa Association)ର ତଥ୍ୟ ଅନୁଯାୟୀ ଭାରତରେ ସୁନାର ଚାହିଦା ବୃଦ୍ଧି ଏବଂ ସକାରାତ୍ମକ ବିଶ୍ୱ ଧାରା( global trends) କାରଣରୁ ଭାରତରେ ସୁନା ଦର ଏମିତି ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ଜାନୁଆରୀ ୩୧ ତାରିଖରେ ଭାରତରେ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୮୪,୯୦୦ ଟଙ୍କାରେ ପହଞ୍ଚିଛି । ତେବେ ସୁନା ମୂଲ୍ୟ ବୃଦ୍ଧି ହେବା ସହ ଚାହିଦା ବଢିବାପରେ ବିଶ୍ୱ ସ୍ୱର୍ଣ୍ଣ ପରିଷଦର( World Gold Council) ୨୦୨୪ର ଦ୍ୱିତୀୟ ତ୍ରୈମାସିକ ତଥ୍ୟ ପ୍ରକାଶ କରିଛି । ଏହି ତଥ୍ୟରେ କେଉଁ ଦେଶରେ କେତେ ସୁନା ଗଚ୍ଛିତ ରହିଛି ସେ ସମ୍ପର୍କରେ ପ୍ରକାଶ କରାଯାଇଛି ।

ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସୁନା ରହିଛି ଏବଂ ବିଶ୍ୱ ସ୍ତରରେ ସୁନା ଗଚ୍ଛିତ ରଖିବାରେ ଭାରତ କେଉଁ ସ୍ଥାନ ଅଧିକାର କରିଛି...

୧) ଯୁକ୍ତରାଷ୍ଟ୍ର ଆମେରିକା (United States of America): ସର୍ବାଧିକ ସୁନା ଗଚ୍ଛିତ ରଖିବା ସହ ବିଶ୍ୱ ସ୍ତରରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା । ଏହି ଦେଶରେ ରହିଛି ବିଶ୍ୱର ସର୍ବାଧିକ ସୁନାଭଣ୍ଡାର । ଯାହାର ଓଜନ ୬୦୯,୫୨୭.୮୫ ଟନ୍ ଏବଂ ଏହାର ମୋଟ ମୂଲ୍ୟ ୮.୧୩୩ ବିଲିୟନ ଡଲାର। ଆମେରିକା ନିଜର ସୁନା ଗୁଡିକୁ ମୁଖ୍ୟତଃ ଫୋର୍ଟ ନକ୍ସ ଏବଂ ଦେଶର ଅନ୍ୟାନ୍ୟ ଭଣ୍ଡାରରେ ରଖିଛି ।

୨)ଜର୍ମାନୀ( Germany): ସୁନା ଗଚ୍ଛିତ ରଖିବା କ୍ଷେତ୍ରରେ ବିଶ୍ୱ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ଜର୍ମାନୀ । ଏହି ଦେଶରେ ୨୫୧,୧୬୬.୧୩ ଟନ୍ ସୁନା ଗଚ୍ଛିତ ରହିଛି । ଯାହାର ମୂଲ୍ୟ $୩.୩୫୧ ବିଲିୟନ ଡଲାର।

୩)ଇଟାଲୀ(Italy): ସୁନା ଗଚ୍ଛିତ ରଖିବାରେ ତୃତୀୟ ସ୍ଥାନ ଅଧିକାର କରିପାରିଛି ଇଟାଲୀ । ଇଟାଲୀ ପାଖରେ ୧୮୩,୭୪୨ ଟନ୍ ଓଜନର ସୁନା ରହିଛି । ଯାହାର ମୂଲ୍ୟ ୨.୪୫୧ ବିଲିୟନ ଡଲାର ।

୪)ଫ୍ରାନ୍ସ(France): ଫ୍ରାନ୍ସରେ ଗଚ୍ଛିତ ଥିବା ସୁନାର ପରିମାଣ ୧୮୨,୬୨୮.୩୫ ଟନ୍ ଏବଂ ଏହାର ମୂଲ୍ୟ ୨.୪୩୬ ବିଲିୟନ ଡଲାର । ଏହି ସୁନା ଗୁଡିକ ଦେଶର ମୁଦ୍ରା ନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।

୫)ରୁଷିଆନ ଫେଡେରେସନ(Russian Federation): ବିଶ୍ୱ ସ୍ତରରେ ସୁନା ଗଚ୍ଛିତ ରଖିବା କ୍ଷେତ୍ରରେ ପଞ୍ଚମ ସ୍ଥାନ ଅଧିକାର କରିପାରିଛି ରୁଷିଆନ ଫେଡେରେସନ । ରୁଷରେ ଗଚ୍ଛିତ ଥିବା ସୁନାର ମୂଲ୍ୟ ୨.୩୩୫.୮୫ ବିଲିୟନ ଡଲାର ।

୬) ଚୀନ୍: ଚୀନ୍ ରେ ରହିଛି ୧୬୯,୬୮୯.୫୨ ଟନ୍ ସୁନା । ଯାହାର ମୂଲ୍ୟ ୨.୨୬୪ ବିଲିୟନ ଡଲାର । ବିଶ୍ୱର ଚୀନ୍ ଏହାର ମୁଦ୍ରାକୁ ସୁଦୃଢ଼ ​​କରିବା ଏବଂ ଆର୍ଥିକ ବିପଦରୁ ରକ୍ଷା ପାଇବା ପାଇଁ ନିଜର ସୁନା ପରିମାଣକୁ ବୃଦ୍ଧି କରିବା ଜାରି ରଖିଛି । 

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

୭) ଜାପାନ: ଜାପାନ ପାଖରେ ୬୩,୩୯୭.୮୭ ଟନ୍ ଗଚ୍ଛିତ ରହିଛି । ଯାହାର ମୂଲ୍ୟ ୮୪୫.୯୭ ମିଲିୟନ ଡଲାର । ଜାପାନର ସୁନା ଭଣ୍ଡାର ଗୁଡ଼ିକ ବ୍ୟାଙ୍କ ଅଫ୍ ଜାପାନ ଦ୍ୱାରା ପରିଚାଳିତ ହୋଇଥାଏ । ଏହା ଦେଶର ଅର୍ଥନୈତିକ ସ୍ଥିରତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

୮) ଭାରତ : ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଦ୍ୱାରା ପ୍ରସ୍ତୁତ ହୋଇଥିବା ତାଲିକାରେ ବିଶ୍ୱ ସ୍ତରରେ ୮ ନମ୍ବର ସ୍ଥାନ ଅଧିକାର କରିଛି ଭାରତ। ଭାରତରେ ଗଚ୍ଛିତ ଥିବା ସୁନାର ମୂଲ୍ୟ ୮୪୦.୭୬ ମିଲିୟନ । ଭାରତରେ ୬୩,୦୦୭.୨୦ ଟନ୍ ଓଜନର ସୁନା ରହିଛି । ସୁନା ପ୍ରତି ଆଗ୍ରହ ଥିବା ଭାରତ ଏହାର ଆର୍ଥିକ ସ୍ଥିତିକୁ ସୁରକ୍ଷାଦେବା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁନା ସଂରକ୍ଷଣ କରିବା ଜାରି ରଖିଛି ।

ଏହି ତାଲିକାରେ ଭାରତ ତଳକୁ ନବମ ସ୍ଥାନରେ ନେଦରଲ୍ୟାଣ୍ଡସ୍ ଏବଂ ଦଶମ ସ୍ଥାନରେ ତୁର୍କୀ ରହିଛି । ଅପରପକ୍ଷରେ ସୁନା ଗଚ୍ଛିତ ରଖିବା କ୍ଷେତ୍ରରେ ଭାରତ ଠାରୁ ବହୁ ପଛରେ ପଡିଯାଇଛି ୟୁନାଇଟେଡ଼ କିଙ୍ଗଡମ(United Kingdom)। ପ୍ରକାଶ ପାଇଥିବା ତାଲିକାରେ ଏହି ଶକ୍ତିଶାଳୀ ଦେଶ ୧୪ ନମ୍ବର ସ୍ଥାନରେ ରହିଛି ।

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

OTV is now on Whatsapp

Join and get latest news update delivered to you via whatsapp

Join Now