Advertisment

Illegal Indian Migrants: ଗୋଡ଼ରେ ଶିକୁଳି, ହାତରେ ହ୍ୟାଣ୍ଡ୍‌କଫ୍ ପକାଇ ୧୦୪ ଭାରତୀୟଙ୍କୁ ବିଦା କଲା ଆମେରିକା...

ବେଆଇନ୍ ଭାବରେ ରହୁଥିବା ଭାରତୀୟଙ୍କୁ ଆମେରିକାରୁ ବିଦା କରିଛନ୍ତି ଟ୍ରମ୍ପ ସରକାର। ଏକ ଆମେରିକୀୟ ସାମରିକ ବିମାନ ପ୍ରାୟ ୧୦୪ ଜଣ ଭାରତୀୟ ନାଗରିକଙ୍କୁ ଆଣି ବୁଧବାର ଦିନ ଅମୃତସରରେ ଛାଡ଼ିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Illegal Indian Migrants

Illegal Indian Migrants

ଆକ୍ସନ ମୋଡ୍‌ରେ ରାଷ୍ଟ୍ରପତି ଟ୍ରମ୍ପ। ଗାଦିରେ ବସିବା ପରଠାରୁ ବିଭିନ୍ନ ବିଷୟ ନେଇ ଏବେ ସେ ଚର୍ଚ୍ଚାରେ। ରାଷ୍ଟ୍ରପତି ହେବା ପରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ବେଆଇନ୍ ଭାବରେ ରହୁଥିବା ଭାରତୀୟଙ୍କୁ ଆମେରିକାରୁ ବିଦା କରିଛନ୍ତି ଟ୍ରମ୍ପ ସରକାର। ଏକ ଆମେରିକୀୟ ସାମରିକ ବିମାନ ପ୍ରାୟ ୧୦୪ ଜଣ ଭାରତୀୟ ନାଗରିକଙ୍କୁ ଆଣି ବୁଧବାର ଦିନ ଅମୃତସରରେ ଛାଡ଼ିଛି। ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇବା ବେଳେ ସେମାନଙ୍କ ହାତରେ ହ୍ୟାଣ୍ଡ୍‌କଫ୍‌ ଓ ଗୋଡ଼ରେ ଚେନ ପକା ଯାଇଥିବା ଦେଖିବାକୁ ମିଳିଛି। 

Advertisment

ଭାରତୀୟଙ୍କୁ ନେଇ ଟେକ୍ସାସରୁ ଗତକାଲି ସଂଧ୍ୟାରେ ଏହି ବିମାନ ଆସିଥିଲା। ଏହି ଲୋକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ, ହରିୟାଣା ଏବଂ ଗୁଜରାଟର। ଏହି ତାଲିକାରେ ପଞ୍ଜାବର ମୋଟ ୩୦ ଜଣ ଲୋକ ଅଛନ୍ତି। ଏହା ବ୍ୟତୀତ ଆମେରିକାରୁ ନିର୍ବାସିତ ଲୋକଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ଲୋକମାନେ ମଧ୍ୟ  ଅଛନ୍ତି। ଅମୃତସରରୁ ଏହି ଭାରତୀୟଙ୍କୁ ବିଭିନ୍ନ ସ୍ଥାନକୁ ପଠାଇବା ଲାଗି ବ୍ୟବସ୍ଥା କରିବ ସ୍ଥାନୀୟ ପ୍ରଶାସନ। ଆମେରିକାରେ କ୍ଷମତାକୁ ଆସିବା ପରେ ଟ୍ରମ୍ପ ପ୍ରଶାସନ ଦେଶରେ ବିନା ପ୍ରମାଣପତ୍ରରେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କୁ ସ୍ବଦେଶ ପଠାଇବାକୁ ବ୍ୟବସ୍ଥା କରିଛନ୍ତି। ଭାରତରୁ ପ୍ରାୟ ୧୮ ହଜାରରୁ ଅଧିକ ଲୋକ ଆମେରିକାରେ ବିନା ପ୍ରମାଣପତ୍ରରେ ରହୁଥିବା ଅନୁମାନ କରାଯାଉଛି।

ଅଧିକ ପଢନ୍ତୁ: ଲୁଚିଛପି ଯାଇଥିଲେ ବିଦେଶ; ଚାଟାର୍ଡ ଫ୍ଲାଇଟ୍‌ରେ ବିଦା କଲା ଆମେରିକା

ତେବେ ଆମରିକାରୁ ଭାରତକୁ ଫେରିଥିଲେ ନାଗରିକମାନଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୧୩ ଜଣ ନାବାଳକ ରହିଛନ୍ତି। ନିର୍ବାସିତ ନାଗରିକମାନଙ୍କ ମଧ୍ୟରୁ ଜଶପାଲ୍‌ ସିଂହ ନାମକ ଜଣେ ଜଶପାଲ୍‌ ୩୬ ବର୍ଷୀୟ ଯୁବକ କହିଛନ୍ତି କି ‘‘ଅମୃତସରରେ ଅବତରଣ କରିବା ପରେ ହିଁ ଆମମାନଙ୍କ ହାତ ଓ ଗୋଡ଼ ଖୋଲା ଯାଇଥିଲା। ଆମେ ଭାବିଥିଲୁ ଯେ ଆମକୁ ଅନ୍ୟ ଏକ ଶିବିରକୁ ନିଆଯାଉଛି। ତା'ପରେ ଜଣେ ପୋଲିସ ଅଧିକାରୀ ଆମକୁ କହିଲେ ଯେ ଆମକୁ ଭାରତ ନିଆଯାଉଛି। ଆମକୁ ହାତକଡ଼ି ପିନ୍ଧାଯାଇଥିଲା ଏବଂ ଆମ ଗୋଡକୁ ଶିକୁଳିରେ ବନ୍ଧାଯାଇଥିଲା। ହାତଗୋଡ଼ ଅମୃତସର ବିମାନବନ୍ଦରରେ ଖୋଲାଯାଇଥିଲା,"।

Advertisment

ପୂର୍ବରୁ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରୁ ଅବୈଧ ପ୍ରବାସୀମାନଙ୍କୁ ଆମେରିକା ବିତାଡିତ କରୁଥିଲା, କିନ୍ତୁ ଏବେ ଭାରତରୁ ମଧ୍ୟ ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନ କହିଛି ଯେ ଖୁବ୍‌ଶୀଘ୍ର ଟେକ୍ସାସର ଏଲ ପାସୋ ଏବଂ କାଲିଫର୍ଣ୍ଣିଆର ସାନ ଡିଏଗୋରୁ ସାମରିକ ବିମାନଗୁଡ଼ିକ ଉଡ଼ାଣ ଭରିବ। ଏଥିରେ ୫,୦୦୦ ରୁ ଅଧିକ ଅବୈଧ ପ୍ରବାସୀ ନିଜ ଦେଶକୁ ଫେରିବେ।

ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟୀ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ଆମେରିକାରୁ ପ୍ରାୟ ୧.୧ କୋଟି ଅବୈଧ ପ୍ରବାସୀଙ୍କୁ ଦେଶାନ୍ତର କରିବା ବିଷୟରେ କହିଥିଲେ। ଗତ ସପ୍ତାହରେ ହିଁ, ଆମେରିକୀୟ ସେନା ବେଆଇନ ପ୍ରବାସୀମାନଙ୍କୁ ପଠାଇବା ପାଇଁ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକୁ ଛଅଟି ବିମାନ ଉଡ଼ାଣ କରିଥିଲା। ଯଦିଓ କଲମ୍ବିଆ ଆମେରିକୀୟ ବିମାନଗୁଡ଼ିକୁ ନିଜ ଦେଶରେ ଅବତରଣ କରିବାକୁ ଅନୁମତି ଦେଇନଥିଲା, ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ପରେ, କଲମ୍ବିଆ ନିଜ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ନିଜସ୍ୱ ବିମାନ ପଠାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକା ପ୍ରାୟ ୧୮ହଜାର ଭାରତୀୟ ପ୍ରବାସୀଙ୍କୁ ଚିହ୍ନଟ କରିଛି ଯେଉଁମାନେ ଆମେରିକାରେ ଅବୈଧ ଭାବରେ ଅଛନ୍ତି।

ଅବୈଧ ପ୍ରବାସୀଙ୍କୁ ବିଦା କରିବା ପାଇଁ ଟ୍ରମ୍ପ ସାମରିକ ଶକ୍ତିକୁ ବ୍ୟବହାର କରୁଛନ୍ତି। ଏଥିପାଇଁ ମେକ୍ସିକୋ ସୀମାରେ ସେନା ମୁତୟନ କରିଛନ୍ତି। ସାମରିକ ବିମାନ ଯୋଗେ ସେମାନଙ୍କୁ ଦେଶାନ୍ତର କରାଯାଉଛି। ତଥାପି, ଦାବି କରାଯାଉଛି ଯେ ସାମରିକ ବିମାନ ଦ୍ୱାରା ଅବୈଧ ପ୍ରବାସୀମାନଙ୍କୁ ପଠାଇବାର ଖର୍ଚ୍ଚ ବେସାମରିକ ବିମାନ ତୁଳନାରେ ବହୁତ ଅଧିକ। ଅବୈଧ ପ୍ରବାସୀମାନଙ୍କୁ ଦେଶାନ୍ତର କରିବା ସହିତ, ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ଉପରେ ମଧ୍ୟ ଶୁଳ୍କ ଲାଗୁ କରିଛନ୍ତି ଏବଂ ୟୁରୋପ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି।

ଅଧିକ ପଢନ୍ତୁ: ଆମେରିକା ରାଷ୍ଟ୍ରପତିଙ୍କ କଡ଼ା ନିଷ୍ପତ୍ତି, ୩ଟି ଦେଶ ଉପରେ ଆମଦାନୀ ଟାରିଫ୍ ଲଗାଇଲେ ଟ୍ରମ୍ପ

Migrants Video
Advertisment
Advertisment