Advertisment

Bangladeshi Protesters Storm: ପୁଣି ଅଶାନ୍ତି ବାଂଲାଦେଶ; ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ, ଜାଣନ୍ତୁ କାହିଁକି...

ରାତିରେ ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ। ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ଧାନମଣ୍ଡି-୩୨ ସ୍ଥିତ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
Bangladeshi Protesters Storm

Bangladeshi Protesters Storm

ବାଂଲାଦେଶ ରାଜଧାନୀ ଢାକାରେ ପୁଣି ଅଶାନ୍ତି । ରାତିରେ ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ। ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ଧାନମଣ୍ଡି-୩୨ ସ୍ଥିତ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବାପା ତଥା ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ୍ ମୁଜିବୁର ରହମାନଙ୍କ ଘର ତଥା ମେମୋରିଆଲ୍ ମ୍ୟୁଜିୟମରେ ନିଆଁ ଲଗାଯିବା ସହ ଭଙ୍ଗାରୁଜା ହୋଇଛି। 

Advertisment

ଗତରାତିରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଏକାଠି ହୋଇ ଫାଟକ ପଟେ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସୂଚନା ଅନୁସାରେ, ହାସିନାଙ୍କ ଏକ ଅନଲାଇନ୍ ଅଭିଭାଷଣକୁ ବିରୋଧ କରି ଏହି ହିଂସାକାଣ୍ଡ ହୋଇଛି। ହାସିନାଙ୍କ ଦଳ ଆୱାମୀ ଲିଗ୍ ବ୍ୟାନ୍ କରିବା ଦାବିରେ ବୁଲଡୋଜର୍ ଶୋଭାଯାତ୍ରା ପାଇଁ ସୋସିଆଲ ମିଡିଆରେ ଆହ୍ବାନ ଦେଇଥିଲେ ଆନ୍ଦୋଳନକାରୀ । ଏହାପରେ ବୁଲଡୋଜର ଚଢ଼ାଇ ମୁଜିବୁରଙ୍କ ବାସଭବନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । 

ଅଧିକ ପଢନ୍ତୁ: ଲୁଚିଛପି ଯାଇଥିଲେ ବିଦେଶ; ଚାଟାର୍ଡ ଫ୍ଲାଇଟ୍‌ରେ ବିଦା କଲା ଆମେରିକା

ସୂଚନା ଯୋଗ୍ୟ ଯେ, ୭୭ ବର୍ଷୀୟା ଶେଖ୍ ହାସିନା ଗତବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ିବା ପରେ ଭାରତରେ ରହିଆସୁଛନ୍ତି । ବାଂଲାଦେଶରେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି ।

Advertisment

ତେବେ ଏବେ ବଡ଼ ପ୍ରଶ୍ନ ଦ୍ରୋହର ନିଆଁରେ ଜଳୁଥିବା ବାଂଲାଦେଶରେ କେବେ ଫେରିବ ଶାନ୍ତି ? ଅସ୍ଥିର, ଅଶାନ୍ତ, ହିଂସାରେ ଲାଗିବ କି ଲଗାମ ? ଆୟତ୍ତରେ ଆସିବ କି ଅଣାୟତ ସ୍ଥିତି ? ସୁଧୁରିବ କି ଦେଶରେ ସୀମା ଲଙ୍ଘିଥିବା ଅରାଜକତା ?

ଅଧିକ ପଢନ୍ତୁ: ଆମେରିକା ରାଷ୍ଟ୍ରପତିଙ୍କ କଡ଼ା ନିଷ୍ପତ୍ତି, ୩ଟି ଦେଶ ଉପରେ ଆମଦାନୀ ଟାରିଫ୍ ଲଗାଇଲେ ଟ୍ରମ୍ପ

Sheikh Hasina Former PM
Advertisment
Advertisment