Advertisment

Alaska Aircraft Accident: ନିଖୋଜ ବିମାନ ଦୁର୍ଘଟଣାର ଶିକାର; ସମସ୍ତ ୧୦ ଯାତ୍ରୀ ମୃତ

ଆଠ ଦିନରେ ତିନି ତିନୋଟି ବିମାନ ଦୁର୍ଘଟଣାରେ ମୋଟ୍ ୮୪ ଜୀବନ ଗଲାଣି। ଏହାପୂର୍ବରୁ ଜାନୁଆରୀ ୨୯ ରେ ୱାଶିଂଟନ୍ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ଜେଟ ଏବଂ ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାନୁଆରୀ ୩୧ ରେ, ଫିଲାଡେଲଫିଆରେ ଏକ ମେଡିକାଲ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Alaska Plane Crash

Alaska Plane Crash

ବଢିଚାଲିଛି ବିମାନ ଦୁର୍ଘଟଣା। ସପ୍ତାହେ ମଧ୍ୟରେ ତୃତୀୟଥର ପାଇଁ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ନିଖୋଜ ହୋଇଥିବା ବିମାନ ପଶ୍ଚିମ ଆଲାସ୍କାରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ଥିବା ମୋଟ୍ ୧୦ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଛି। ସର୍ଚ୍ଚ ଅପରେସନ୍ ବେଳେ ବିମାନର ଧ୍ୱଂସାବଶେଷ ମିଳିଥିବା ବେଳେ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ମୃତଦେହ ଖୋଜିବା ପାଇଁ ଏବେବି ସର୍ଚ୍ଚ ଅପରେସନ୍ ଚାଲିଛି। 

Advertisment

ଆମେରିକାର କୋଷ୍ଟଗାର୍ଡ ମୁଖପାତ୍ର ମାଇକ ସାଲେର୍ନୋ କହିଛନ୍ତି ଯେ, ଗତକାଲି ପଶ୍ଚିମ ଆଲାସ୍କାର ନୋମ ସମ୍ପ୍ରଦାୟର ୧୦ଜଣଙ୍କୁ ନେଇ ବିମାନଟି ଉଡାଣ ଭରିଥିଲା। ହେଲେ ଘଣ୍ଟାଏ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ଜନସାଧାରଣ ସୁରକ୍ଷା ବିଭାଗର ସୂଚନା ଅନୁଯାୟୀ, ବେରିଙ୍ଗ ଏୟାର ସିଙ୍ଗଲ-ଇଞ୍ଜିନ ଟର୍ବୋପ୍ରୋପ ବିମାନ ଗୁରୁବାର ଅପରାହ୍ନ ଅପରାହ୍ନ ୨ଟା ୩୭ରେ ଉନାଲାକଲେଟ ଉଡାଣ ଭରିଥିଲା। ଏଥିରେ ୯ ଜଣ ଯାତ୍ରୀ ଏବଂ ପାଇଲଟ ରହିଥିଲେ। ଜାତୀୟ ପାଣିପାଗ ବିଭାଗ ଅନୁଯାୟୀ ସେତେବେଳେ ତାପମାତ୍ରା -୮.୩ ସେଲସିୟସ ରହିଥିଲା। ହାଲୁକା ତୁଷାରପାତ ସହ କୁହୁଡି ମଧ୍ୟ ଥିଲା।

ବେରିଙ୍ଗ ଏୟାର ପଶ୍ଚିମ ଆଲାସ୍କାର ୩ ଟି ଗାଁକୁ ନୋମ, କୋଟଜେବୁ ଏବଂ ଉନାଲାକଲିଟର ହବରୁ ସେବା ଯୋଗାଇଥାଏ। ସୋମବାରରୁ ଶନିବାର ଯାଏ ଦୈନିକ ୨ ଥର ବିମାନ ଉଡେ। ବିଶେଷକରି ଶୀତଦିନେ, ଆଲାସ୍କାର ଗ୍ରାମାଞ୍ଚଳରେ ଯେକୌଣସି ଦୂରକୁ ଯିବା ପାଇଁ ବିମାନଗୁଡ଼ିକ ଏକମାତ୍ର ବିକଳ୍ପ । ଉନାଲାକ୍ଲିଟ୍ ହେଉଛି ପଶ୍ଚିମ ଆଲାସ୍କାର ପ୍ରାୟ ୬୯୦ ଲୋକଙ୍କ ସମ୍ପ୍ରଦାୟ, ଯାହାକି ନୋମର ଦକ୍ଷିଣ-ପୂର୍ବରେ ପ୍ରାୟ ୧୫୦ ମାଇଲ୍ (ପ୍ରାୟ ୨୪୦ କିଲୋମିଟର) ଏବଂ ଆଙ୍କୋରେଜ୍ ଠାରୁ ୩୯୫ ମାଇଲ୍ (ପ୍ରାୟ ୬୪୦ କିଲୋମିଟର) ଦୂରରେ ଅବସ୍ଥିତ।

Advertisment

ଆଠ ଦିନରେ ତିନି ତିନୋଟି ବିମାନ ଦୁର୍ଘଟଣାରେ ମୋଟ୍ ୮୪ ଜୀବନ ଗଲାଣି। ଏହାପୂର୍ବରୁ ଜାନୁଆରୀ ୨୯ ରେ ୱାଶିଂଟନ୍ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ଜେଟ ଏବଂ ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାନୁଆରୀ ୩୧ ରେ, ଫିଲାଡେଲଫିଆରେ ଏକ ମେଡିକାଲ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ଥିବା ୬ ଜଣ ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଲାସ୍କାରେ ଏହି ବିମାନ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ଉପରେ, ଗତ ଆଠ ଦିନ ମଧ୍ୟରେ ଆମେରିକାରେ ତିନୋଟି ବଡ଼ ବିମାନ ଦୁର୍ଘଟଣାରେ ପ୍ରାୟ ୮୪ ଜଣଙ୍କର ମୃତ୍ୟୁ ଘଟିଛି।

ଅଧିକ ପଢନ୍ତୁ: ସକାଳୁ ସକାଳୁ ବଡ଼ ବିମାନ ଦୁର୍ଘଟଣା; ଚାଲିଗଲା ୧୯ ଜୀବନ

Plane Crash Alaska
Advertisment
Advertisment