/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738561921.jpg)
Plane catches fire
ହସଖୁସିରେ ନିଜର ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଯାତ୍ରୀ। ଉଡ଼ାଣ ଭରିବା ବେଳେ ହଠାତ୍ ବିମାନରେ ଲାଗିଗଲା ନିଆଁ। ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ “ଆମକୁ ଉଦ୍ଧାର କର, ଏଠାରୁ ଆମକୁ ବାହାର କର” ବୋଲି ଚିତ୍କାର କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ରବିବାର ହ୍ୟୁଷ୍ଟନରୁ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କ ଯାଉଥିଲା ୟୁନାଇଟେଡ ଏୟାରଲାଇନ୍ସର ଏକ ବିମାନ। ବିମାନଟି ଉଡ଼ାଣ ଭରିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ବିମାନ ଭିତରେ ଥିବା ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଆମକୁ ଉଦ୍ଧାର କର, ଏଠାରୁ ଆମକୁ ବାହାର କର ବୋଲି ଚିତ୍କାର କରିଥିଲେ। ପରେ ଉଡ଼ାଣ ଭରିବାର କିଛି ମିନିଟ ମଧ୍ୟରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
ନ୍ୟୁୟର୍କ ଯାଉଥିଲା ୟୁନାଇଟେଡ ଏୟାରଲାଇନ୍ସର ଏକ ବିମାନ। ଉଡ଼ାଣ ଭରିବା ବେଳେ ହଠାତ୍ ବିମାନରେ ଲାଗିଗଲା ନିଆଁ। ଦେଖନ୍ତୁ କିପରି ଜୀବନ ବିକଳରେ ଚିତ୍କାର କରୁଛନ୍ତି ଯାତ୍ରୀ...#USairliner#fire#Runway#Passenger#OTVpic.twitter.com/15pRYt5oY0
— ଓଟିଭି (@otvkhabar) February 3, 2025
ଏୟାରଲାଇନ୍ସ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ରବିବାର ସକାଳ ୮ଟା ୩୦ ମିନିଟ୍ରେ ବିମାନଟି ଜର୍ଜ ବୁଶ୍ ଇଣ୍ଟରକଣ୍ଟିନେଣ୍ଟାଲ୍ ବିମାନବନ୍ଦରରୁ ଲାଗାର୍ଡିଆ ବିମାନବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। ଇଞ୍ଜିନରେ ନିଆଁ ଲାଗିଥିବା ଜଣା ପଡ଼ିବାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା। ପରେ ଯାତ୍ରୀମାନଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିମାନରେ ୧୦୪ ଜଣ ଯାତ୍ରୀ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)