Advertisment

Staff shortage: ୯୦ ପ୍ରତିଶତ ଏୟାର ଟ୍ରାଫିକ କଣ୍ଟ୍ରୋଲରରେ ନାହାନ୍ତି ଆବଶ୍ୟକୀୟ କର୍ମଚାରୀ

ଆମେରିକାର ୯୦ ପ୍ରତିଶତ ଏୟାର କଣ୍ଟ୍ରୋଲର ଫ୍ୟାସିଲିଟିରେ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନାହାନ୍ତି। ଆମେରିକାରେ ସମୁଦାୟ ୩୧୩ଟି ଏୟାର ଟ୍ରାଫିକ କଣ୍ଟ୍ରୋଲର ଫ୍ୟାସିଲିଟି ରହିଥିବା ବେଳେ ଏଥି ମଧ୍ୟରୁ ୨୮୫ଟିରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
air port

air port

ଆମେରିକାରେ ନିକଟରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଥିଲା। ଆମେରିକୀୟ ଯାତ୍ରୀବାହୀ ବିମାନ ସହ ଆମେରିକୀୟ ସେନାର ଏକ ହେଲିକପ୍ଟର ଧକ୍କାହେବାରୁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯାତ୍ରୀ ବିମାନ ଅବତରଣ ବେଳେ ଏମିତି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଉଭୟ ହେଲିକପ୍ଟର ଓ ବିମାନରେ ଥିବା ସମସ୍ତ ୬୭ ଯାତ୍ରୀ ପ୍ରାଣ ହରାଇଥିଲେ।

Advertisment

ଏହି ଦୁର୍ଘଟଣା ଅପ୍ରତ୍ୟାଶିତ ଥିବା ବେଳେ ଏହା ପରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଆସିବା ପରେ ଜଣା ପଡିଛି ଯେ, ଆମେରିକାର ୯୦ ପ୍ରତିଶତ ଏୟାର କଣ୍ଟ୍ରୋଲର ଫ୍ୟାସିଲିଟିରେ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନାହାନ୍ତି। ଆମେରିକାରେ ସମୁଦାୟ ୩୧୩ଟି ଏୟାର ଟ୍ରାଫିକ କଣ୍ଟ୍ରୋଲର ଫ୍ୟାସିଲିଟି ରହିଥିବା ବେଳେ ଏଥି ମଧ୍ୟରୁ ୨୮୫ଟିରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ଏଫଏଏ ଓ କଣ୍ଟ୍ରୋଲର ୟୁନିୟନ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହା ମଧ୍ୟରୁ ୭୩ ଟ୍ରାଫିକ କଣ୍ଟ୍ରୋଲର ଫ୍ୟାସିଲିଟି ଏମିତି ରହିଛି ଯେଉଁଠାରେ ଆବଶ୍ୟକ କର୍ମଚାରୀଙ୍କ ଏକ ଚତୁର୍ଥାଶଂ ମଧ୍ୟ ଉପଲବ୍ଧ ନାହାନ୍ତି।

ସିବିଏସ ନ୍ୟୁଜର ରିପୋର୍ଟ ଅନୁସାରେ ବିମାନ ଓ ମିଲିଟାରୀ ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ହେବା ବେଳେ ଜଣେ ମାତ୍ର କର୍ମଚାରୀ ଦାୟିତ୍ବରେ ରହିଥିଲେ। ରିଗାନ ନ୍ୟାସନାଲ ଏୟାରପୋର୍ଟରେ ଜଣେ କର୍ମଚାରୀ ଏକ ସମୟରେ ଏକାଧିକ ବିମାନ ଓ ହେଲିକପ୍ଟରଙ୍କୁ ସୂଚନା ପ୍ରଦାନ କରୁଥିଲେ। ସାଧାରଣତଃ ଦୁଇ ଜଣ ଏହି କାର୍ଯ୍ୟରେ ନିୟୋଜିତ ଥାଆନ୍ତି।

Advertisment

ଆମେରିକୀୟ ବିମାନ ସେବା ବିଶ୍ବର ଅନ୍ୟତମ ସୁରକ୍ଷିତ ବିମାନ ସେବା ପ୍ରଦାନକାରୀ ରାଷ୍ଟ୍ର ରହି ଆସିଛି। ତେବେ କର୍ମଚାରୀଙ୍କ ଅଭାବ ବର୍ତ୍ତମାନ ଦୁର୍ଘଟଣାର ଅନ୍ୟତମ କାରଣ ପାଲଟିଛି। ନ୍ୟୁୟର୍କ ଓ ଲଙ୍ଗ ଆଇଲାଣ୍ଡରେ ୪୦ ପ୍ରତିଶତ କର୍ମଚାରୀ ନ ଥିବାରୁ ଏହା ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ପରିଚାଳିତ ହେଉଛି। ଏହି ଦୁଇଟି ଏୟାର ଟ୍ରାଫିକ କଣ୍ଟ୍ରୋଲର ଫ୍ୟାସିଲିଟିରୁ ନେୱାର୍କ, ଜେଏଫକେ ଓ ଲା ଗାର୍ଡିଆ ପରି ବିମାନ ବନ୍ଦରକୁ ନିୟନ୍ତ୍ରିତ ହୋଇଥାଏ। ଗତ ବର୍ଷ ଏହି ୩ ବିମାନ ବନ୍ଦରରେ ୧୨ ଲକ୍ଷ ବିମାନ ଅବତରଣ କରିଛନ୍ତି।

୨୦୨୪ରେ ମିଳିଥିବା ତଥ୍ୟ ଅନୁସାରେ ମାତ୍ର ୨ ପ୍ରତିଶତ ଟ୍ରାଫିକ କଣ୍ଟ୍ରୋଲର ଫ୍ୟାସିଲିଟି ଏମିତି ରହିଛି ଯେଉଁଠାରେ ଆବଶ୍ୟକ ଠାରୁ ଅଧିକ କର୍ମଚାରୀ ରହିଛନ୍ତି। ଏହା ସହିତ ଏହି ସ୍ଥାନରେ କର୍ମଚାରୀ ମାନେ ମଧ୍ୟ ଭଲ ଭାବରେ ପ୍ରଶିକ୍ଷିତ।

ଅଧିକ ପଢ଼ନ୍ତୁ:ଆମେରିକାରେ ଆତଙ୍କ ସୃଷ୍ଟି କରୁଛି ଏହି ଚାଇନିଜ୍‌ ଆପ୍‌; ଜାଣନ୍ତୁ କାହିଁକି...

USA Airport
Advertisment
Advertisment